ମନୋରଂଜନ

‘ସିଙ୍ଘମ ଏଗେନ’ ଖୁବ୍‌ ଶୀଘ୍ର ରିଲିଜ ହେବାକୁ ନେଇ ଚର୍ଚ୍ଚା ଆରମ୍ଭ

ବଲିଉଡ ଫିଲ୍ମ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ‘ସିଙ୍ଘମ’, ‘ସିମ୍ବା’ ଏବଂ ‘ସୂର୍ଯ୍ୟବଂଶି’ ପରେ, ଏବେ ପୁଣି ଏକ ଅପକମିଂ କପ୍‌ ଫିଲ୍ମ ‘ସିଙ୍ଘମ ଏଗେନ’ର ଅଫିସିଆଲ ଆନାଉନ୍ସମେଣ୍ଟ କରିଛନ୍ତି । ଏହା ସହ ରୋହିତ ସେହିି ଫିଲ୍ମ ସେଟ୍‌ର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫିଲ୍ମ ନିର୍ଦ୍ଦେଶକ ‘ସିଙ୍ଘମ ଏଗେନ’ର ଜୋରଦାର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ।

ତେବେ ପୂର୍ବରୁ ମଧ୍ୟ ଏହି ତିନି ଜଣ ଷ୍ଟାର ଅଜୟ ଦେବଗନ୍‌, ଅକ୍ଷୟ କୁମାର ଏବଂ ରନବୀର ସିଂ, ରୋହିତ ସେଟ୍ଟିଙ୍କ ଫିଲ୍ମରେ ଏକା ସହିତ ନଜର ଆସି ଦର୍ଶକଙ୍କ ଖୁବ୍‌ ମନୋରଂଜନ କରିଥିଲେ। ଏବେ ପୁଣି ତିନି ଜଣ ‘ସିଙ୍ଘମ ଏଗେନ’ରେ ଏକା ସହିତ ନଜର ଆସିବା ପାଇଁ ଯାଉଛନ୍ତି । ତେବେ ଏହି କଥା ତାଙ୍କ ଫ୍ୟାନ୍ସ ଜାଣିବା ପରେ ବହୁତ ଖୁସି ପ୍ରକାଶ କରିଛନ୍ତି । ଏହାସହ ଫ୍ୟାନ୍ସ ତିନିଜଣଙ୍କୁ ଏକା ସହିତ ଦେଖିବା ପାଇଁ ବହୁତ ଉତ୍ସାହିତ ଅଛନ୍ତି ।

ସୁପରଷ୍ଟାର ଅଜୟ ଦେବଗନ୍‌ ଫିଲ୍ମ ସେଟ୍‌ର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ ନର୍ଦ୍ଦେଶକ ରୋହିତ ସେଟ୍ଟି ଏବଂ ରନବୀର ସିଂଙ୍କ ସହ ପୂଜା କରୁଥିବାର ନଜର ଆସିଛନ୍ତି । ତେବେ ଫଟୋ କ୍ୟାପ୍‌ସନରେ ଅଜୟ ଦେବଗନ୍‌ ଲେଖିଛନ୍ତି ଯେ ‘୧୨ ବର୍ଷ ପୁର୍ବରୁ, ଆମେ ଭାରତୀୟ ସିନେମାକୁ ଏହାର ସବୁଠୁ ବଡ ସିନେମାଟକ୍‌ କପ୍‌ ୟୁନିଭର୍ସ ଦେଇଥିଲେ’ । ‘ଏତେ ବର୍ଷରେ ଆମକୁ ଏଭଳି ଭଲ ପାଇବା ମିଳିଛି, ଯାହାଦ୍ୱାରା ଆମର ଶକ୍ତି ମଜବୁତ୍‌ ହୋଇଛି ଏବଂ ସିଙ୍ଘମ ପରିବାର ବଡ ହୋଇଛି’ । ‘ଆଜି ଆମେ ‘ସିଙ୍ଘମ ଏଗେନ’ ସହ ନିଜର ଫ୍ରାଞ୍ଚାଇଜ୍‌କୁ ଆଗକୁ ବଢାଇବାକୁ ଏକା ସହିତ ଆସିଛୁ’ ।

ତେବେ ସେହି ଫଟୋ ଫ୍ୟାନ୍ସ ଦେଖିବା ପରେ ସେଥିରେ ଅକ୍ଷୟ କୁମାରଙ୍କ ଅନୁପସ୍ଥିତି ଅନୁଭବ କରିଛନ୍ତି । ହେଲେ ଅକ୍ଷୟ ନିଜ ଫ୍ୟାନ୍ସଙ୍କ ପାଇଁ ସେହି ଫଟୋ ସେୟାର କରି, ଲେଖିଛନ୍ତି ଯେ ‘ଏହି ସମୟରେ ମୁଁ ଦେଶରେ ନାହିଁ’, ‘ବ୍ୟକ୍ତିଗତ ଭାବେ ଫ୍ରେମ୍‌ରୁ ବାହାରେ ଅଛି ହେଲେ ଆତ୍ମାରୁ ପୁରା ସେଠାରେ ଅଛି’। ‘ସିଙ୍ଘମ ଏଗେନ’ ସୁଟିଂ ସେଟ୍‌ରୁ ଆପଣଙ୍କ ସହ ଜଡିତ ହେବା ପାଇଁ ଏବେ ଆଉ ଅପେକ୍ଷା କରିପାରିବି ନାହିଁ ’। ‘ନିଜ ଶୁଭକାମନା ପଠାଉଛି, ଜୟ ମହାକାଲ’ । ଏହା ସହ ରନବୀର ସିଂ ମଧ୍ୟ ସୁଟିଂ ସେଟ୍‌ର ଫଟୋ ସେୟାର କରିଛନ୍ତି । ଏଥିସହ ସେଥିରେ ଶୁଭକାମନା ମଧ୍ୟ ଲେଖିଛନ୍ତି ।

KNews Bureau

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

12 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

21 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

29 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

46 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

1 hour ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago