VIDEO: ଦୁବାଇରେ ସାଉଥ୍ ଅଭିନେତା ଅଜିତ କୁମାରଙ୍କ ଦୁର୍ଘଟଣା, ୧୮୦ କିମି ବେଗରେ ଚଲାଉଥିଲେ କାର୍
ତାମିଲ ଷ୍ଟାର୍ ଅଜିତ କୁମାର ଦୁବାଇରେ ଏକ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । କାର୍ ରେସିଂ ଅଭ୍ୟାସ ବେଳେ ଏହି ଦୁର୍ଘଟଣା ଘଟିଛି । ଅଜିତ କୁମାର ସମ୍ପୂର୍ଣ୍ଣ ଠିକ୍ ଅଛନ୍ତି । ତାଙ୍କୁ କୌଣସି ବି ଆଘାତ ଲାଗିନାହିଁ । ଦୁର୍ଘଟଣାର ଯେଉଁ ଭିଡିଓ ସାମ୍ନାକୁ ଆସିଛି, ତାହା ଦେଖି ଫ୍ୟାନମାନଙ୍କ ଲୋମ ଟାଙ୍କୁରି ଯାଇଛି । ଅଜିତ କୁମାର ୧୮୦ କିଲୋମିଟର ବେଗରେ କାର୍ ଚଲାଉଥିଲେ ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଅଜିତ କୁମାର ପୋର୍ସେ କାର୍ ଚଲାଉଥିବାର ନଜର ଆସିଛନ୍ତି । ସେ 24H ଦୁବାଇ ୨୦୨୫ କାର୍ ରେସିଂ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଦୁବାଇରେ ଅଛନ୍ତି । ୫୩ ବର୍ଷୀୟ ଅଭିନେତା ଏହି ରେସ୍ ପାଇଁ ୬ ଘଣ୍ଟାର ରେସିଂ ଅଭ୍ୟାସ କରୁଥିଲେ ।
ଯେତେବେଳେ ଅଭ୍ୟାସ ସେସନ ଶେଷ ହେବାକୁ ଯାଉଥିଲା, ତାଙ୍କ କାର୍ ବ୍ୟାରିୟର ସହ ଧକ୍କା ହୋଇ ପାଖାପାଖି ସାତଥର ବୁଲିଥିଲା । ଭିଡିଓରେ ସ୍ପଷ୍ଟ ରୂପେ ଦେଖାଯାଉଛି ଯେ ଅଜିତଙ୍କ କାର୍ ହଠାତ୍ ନିୟନ୍ତ୍ରଣ ହରାଇ ବସୁଛି ଏବଂ ସିଧାସଳଖ ବ୍ୟାରିୟର ସହ ଧକ୍କା ହେଉଛି । ଟ୍ରାକ୍ ଉପରେ ହିଁ ଏହା ୭ରୁ ୮ ଥର ବୁଲୁଛି । ଏହି ଦୁର୍ଘଟଣା ପରେ ଅଜିତଙ୍କୁ ତୁରନ୍ତ କାରରୁ ବାହାର କରାଯାଇଥିଲା ।
ଅଭିନେତାଙ୍କ ମ୍ୟାନେଜର ସୁରେଶ ଚନ୍ଦ୍ର କହିଛନ୍ତି, ଅଜିତ ଆହତ ହୋଇନାହାନ୍ତି । ସେ ସୁସ୍ଥ ଅଛନ୍ତି । ତାଙ୍କୁ କୌଣସି ଆଘାତ ଲାଗିନାହିଁ । ଯେତେବେଳେ ଏହି ଦୁର୍ଘଟଣା ଘଟିଲା, ସେ ୧୮୦ କିଲୋମିଟର ବେଗରେ ଗାଡ଼ି ଚଲାଉଥିଲେ । କହି ରଖୁଛୁ, ଅଜିତ କୁମାର ‘ଅଜିତ କୁମାର ରେସିଂ ଟିମ୍’ର ମାଲିକ । ଦୁବାଇରେ ଆୟୋଜନ ହେବାକୁ ଥିବା ରେସିଂରେ ସେ ନିଜ ଟିମର ଲୋକମାନଙ୍କ ସହ ଭାଗ ନେବାକୁ ଯାଇଛନ୍ତି ।
ବୃତ୍ତିଗତ କଥା ଦେଖିଲେ, ଅଜିତ କୁମାର ଫିଲ୍ମ ‘ବିଦାମୁୟାର୍ଚି’ରେ ନଜର ଆସିବେ । ଏହା ବ୍ୟତୀତ ତାଙ୍କ ହାତରେ ଆଉ ଏକ ଫିଲ୍ମ ‘ଗୁଡ୍ ବ୍ୟାଡ୍ ଅଗଲି’ ମଧ୍ୟ ରହିଛି ।
Ajith Kumar’s massive crash in practise, but he walks away unscathed.
Another day in the office … that’s racing!#ajithkumarracing #ajithkumar pic.twitter.com/dH5rQb18z0— Ajithkumar Racing (@Akracingoffl) January 7, 2025