ବାଇକ୍‌ରେ ୟୁରୋପ ବୁଲୁଛନ୍ତି ସାଉଥ୍‌ ସୁପରଷ୍ଟାର ଅଜିତ କୁମାର, ଭାଇରାଲ ହେଉଛି ଫଟୋ-ଭିଡିଓ

ସାଉଥ୍‌ ସୁପରଷ୍ଟାର ଅଜିତ କୁମାର କେବଳ ନିଜ ଉଦାରତା ଓ ଫିଲ୍ମ ପାଇଁ ଜଣାଶୁଣା ନୁହେଁ, ବରଂ ସେ ଜଣେ ବାଇକ୍‌ ପ୍ରେମୀ ମଧ୍ୟ। ବଲିଉଡ୍‌ ଫିଲ୍ମ ମାଧ୍ୟମରେ ବକ୍ସ ଅଫିସରେ ଧମାଲ ମଚାଇଥିବା ଅଭିନେତା ଅଜିତ କୁମାର ଏବେ ବାଇକ ନେଇ ୟୁରୋପ ଟୁର୍‌ରେ ବାହାରିଛନ୍ତି। ସେ ୟୁରୋପର ସହରରେ ବାଇକ୍‌ ଚଲାଉଥିବା ଫଟୋ ଓ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ତାଙ୍କ ଟୁର୍‌ ଓ ଷ୍ଟାଇଲକୁ ଦେଖି ଫ୍ୟାନ୍‌ମାନେ ମଧ୍ୟ ଉତ୍ସାହିତ ହୋଇପଡ଼ିଥିବା ଜଣାଯାଇଛି।

ପୂର୍ବରୁ ଅଜିତ କୁମାର ଭାରତରେ ମଧ୍ୟ ବାଇକ୍‌ରେ ଅନେକ ଯାତ୍ରା କରି ସାରିଛନ୍ତି। ତାଙ୍କୁ ବାଇକ୍‌ରେ ବୁଲାବୁଲି କରିବାକୁ ବହୁତ ଭଲ ଲାଗେ। ଏଣୁ ସମୟ ପାଇଲେ ବାଇକ୍‌ ଧରି ସେ ବୁଲିବାକୁ ବାହାରି ପଡ଼ନ୍ତି। ତାଙ୍କର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଥିରେ ଫ୍ୟାନ୍‌ମାନେ ଭିନ୍ନ ଭିନ୍ନ କମେଣ୍ଟ ଦେଉଥିବା ଦେଖାଯାଇଛି। ଅଜିତ ଦୁନିଆକୁ ବାଇକ୍‌ରେ ବୁଲି ବୁଲି ଦେଖିବା ସହ ନିଜ ସଉକ ବି ପୂରା କରୁଛନ୍ତି।

 

View this post on Instagram

 

A post shared by Suprej Venkat (@suprej)

ସୂଚନା ଯୋଗ୍ୟ ଯେ ଅଜିତ କୁମାରଙ୍କର ଶେଷ ରିଲିଜ୍‌ ଫିଲ୍ମ ଥିଲା ବଲିମେ। ଏଥିରେ ତାଙ୍କ ସହ ହୁମା କ୍ୟୁରେସୀ ଓ କାର୍ତ୍ତିକେୟ ସ୍କ୍ରିନ୍‌ ସେୟାର କରିଥିଲେ। ଫିଲ୍ମକୁ ଫ୍ୟାନ୍‌ଙ୍କର ଜବରଦସ୍ତ ଭଲ ପାଇବା ମିଳିଥିଲା। ୫୧ ବର୍ଷୀୟ ଅଜିତ କୁମାରଙ୍କ ଆଗାମୀ ଫିଲ୍ମ ହେଉଛି ଏକେ ୬୧। ଏଥିରେ ନିର୍ଦ୍ଦେଶନା ଦେଉଛନ୍ତି ଏଚ୍‌ ବିନୋଦ। ଫିଲ୍ମରେ ପ୍ରଯୋଜକ ହେଉଛନ୍ତି ବୋନି କପୁର। ଫିଲ୍ମରେ ଲିଡ୍‌ ରୋଲ୍‌ରେ ଅଜିତ୍‌ଙ୍କ ସହ ମଞ୍ଜୁ ଓ୍ଵାରିୟର ନଜର ଆସିବେ। ଆକ୍ସନ୍‌ ସିନ୍‌ ପାଇଁ ଅଜିତ କୁମାର ଜଣାଶୁଣା। ତାଙ୍କ ହିନ୍ଦୀ ଡବ୍‌ ଫିଲ୍ମକୁ ବି ଫ୍ୟାନ୍‌ମାନେ ବେଶ୍‌ ପସନ୍ଦ କରିଥାନ୍ତି। ଏବେ ଫ୍ୟାନ୍‌ମାନେ ତାଙ୍କ ଆଗାମୀ ଫିଲ୍ମକୁ ଅପେକ୍ଷା କରିଛନ୍ତି।

Also Read: ମିତାଲି ରାଜ୍‌ଙ୍କ ବାୟୋପିକ୍‌ ‘ସାବାସ୍‌ ମିତୁ’ର ଟ୍ରେଲର ରିଲିଜ୍‌, ଅବିକଳ କ୍ରିକେଟରଙ୍କ ଭଳି ନଜର ଆସୁଛନ୍ତି ତାପ୍‌ସୀ ପନ୍ନୁ