Photo credit: India Tv News
ବଲିଉଡ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଗାୟକ ମିକା ସିଂ ନିଜ ପାଇଁ ବଧୂ ଖୋଜିସାରିଛନ୍ତି। କନ୍ୟା ଖୋଜିବା ପାଇଁ ଟିଭିରେ ମିକା ସ୍ୱୟମ୍ବର ‘ମିକା ଦି ବୋଟି’ ଆରମ୍ଭ କରିଥିଲେ। ଆଉ ଏବେ ମିକାଙ୍କୁ ତାଙ୍କ ବଧୂ ମିଳିଯାଇଛନ୍ତି। ଯାହାଙ୍କ ସହିତ ମିକା ଘର ସଂସାର ଆରମ୍ଭ କରିବେ, ସେ ହେଉଛନ୍ତି ଆକାଂକ୍ଷା ପୁରୀ। ଆକାଂକ୍ଷା ପୁରୀ ମିକାଙ୍କ ହୃଦୟ ଜିତିଛନ୍ତି।
ଆକାକ୍ଷା ଏବଂ ମିକା ବହୁତ ଭଲ ବନ୍ଧୁ। ଦୁହେଁ ପରସ୍ପରକୁ ଅନେକ ବର୍ଷରୁ ଜାଣିଛନ୍ତି। ଆକାଂକ୍ଷା ‘ମିକା ଦି ବୋଟି’ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି କରିଥିଲେ। ସେଠାରେ ପହଞ୍ଚିବା ମାତ୍ରେ ଟପ୍-୩ରେ ପହଞ୍ଚିଥିଲେ। ବର୍ତ୍ତମାନ ମିକା ତାଙ୍କୁ ଜୀବନସାଥୀ ଭାବରେ ନିଜ ପାଇଁ ବାଛିଛନ୍ତି । ବିଗ୍ ବସ୍-୧୩ର ପୂର୍ବତନ ପ୍ରତିଯୋଗୀ ପାରାସ୍ ଛାବ୍ରାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଆକାଂକ୍ଷା ପୁରୀ।
ଆକାଂକ୍ଷା ପୁରୀ ସେଠାରେ ଅନେକ ପ୍ରତିଯୋଗୀଙ୍କୁ ଟକ୍କର ଦେଇ ମିକା ଦି ବୋଟି ଟାଇଟଲ୍ ହାସଲ କରିଛନ୍ତି। ପୂର୍ବରୁ ସୂଚନା ମିଳିଥିଲା କି ଦୁହେଁ ପରସ୍ପରକୁ ଡେଟ୍ କରୁଥିଲେ । କିନ୍ତୁ ଏ ବିଷୟରେ ପଚରାଯିବାରୁ ଆକାଂକ୍ଷା ଏହାକୁ ସ୍ୱୀକାର କରି ନଥିଲେ। ତେବେ ଦୁହେଁ କେବେ ବିବାହ କରିବେ ତାହା ଜଣାପଡିନାହିଁ।
‘ମିକା ଦି ବୋଟି’ର ଶୋର ଫାଇନାଲ ୨୫ ଜୁଲାଇକୁ ପ୍ରସାରିତ ହେବ। ମିକାଙ୍କୁ ୧୩ ବର୍ଷ ହେଲାଣି ଜାଣନ୍ତି ଆକାଂକ୍ଷା। କିଛିଦିନ ପୂର୍ବରୁ ଦୁହିଁଙ୍କ ଫଟୋ ଭାଇରଲ ହୋଇଥିଲା।
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…