ଆକାଶ ଅମ୍ବାନିଙ୍କ ପ୍ରି ୱେଡ଼ିଂ ପାର୍ଟି , ସାମିଲ ହେଲେ ବହୁ ନାମୀଦାମୀ ଫିଲ୍ମ ଷ୍ଟାର, କ୍ରିକେଟର୍ସ, ବିଜନେସ୍ ମ୍ୟାନ୍ଙ୍କ ସମେତ ହଲିଉଡ ଗାୟକ

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ପୁଅ ଆକାଶ ଅମ୍ବାନିଙ୍କ ବିବାହକୁ ନେଇ ଚାରିଆଡେ ଚର୍ଚ୍ଚା ଲାଗିରହିଥିବାବେଳେ ବିବାହ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଆସନ୍ତା ମାର୍ଚ୍ଚ ୯ରେ ଉଭୟ ଆକାଶ ଓ ଶ୍ଲୋକା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ତେବେ ଏନେଇ ଏବେଠାରୁ ଆରମ୍ଭ ହୋଇଯାଇଛି ପ୍ରିୱେଡିଂ ସେଲିବ୍ରେଶନ୍ । ସ୍ୱିଜରଲ୍ୟାଣ୍ଡର St Moritz ରେ ଏହି ପ୍ରି ୱେଡ଼ିଂ ପାର୍ଟିର ଆୟୋଜନ କରାଯାଇଥିଲା।
Nation in grief, pre-wedding celebration continues #AkashAmbani #ShlokaMehta #MukeshAmbani #AamirKhan #karshimakapoor #sharukhkhan #RanbirKapoor #Aliabhatt #karanjohar pic.twitter.com/TqzjJkbgIx
— MoviePedia (@movie_pedia_in) 27 February 2019
ଏହି ଗ୍ରାଣ୍ଡ ପାର୍ଟିରେ ପ୍ରାୟ ୮୫୦ ବନ୍ଧୁ ବାନ୍ଧବ ସାମିଲ ହୋଇଥିଲେ । ଯେଉଁଥିରେ ସାମିଲ ଥିଲେ ବହୁ ନାମୀଦାମୀ ଫିଲ୍ମ ଷ୍ଟାର, କ୍ରିକେଟର୍ସଙ୍କ ସମେତ ବିଶିଷ୍ଟ ବିଜନେସ୍ ମ୍ୟାନ୍ । ପାର୍ଟିର ଥିମ୍ ରଖାଯାଇଥିଲା ‘ୱିଣ୍ଟର ୱଣ୍ଡର ଲ୍ୟାଣ୍ଡ’। ଏକ ଭିଡିଓରେ ଆକାଶ-ଶ୍ଲୋକାଙ୍କ ସମେତ ପୁରା ଅମ୍ୱାନୀ ପରିବାର ବଲିଉଡ ଷ୍ଟାରଙ୍କ ସହ ବଲିଉଡ ଗୀତରେ ଝୁମିଥିବା ଦେଖିବାକୁ ମିଳିଛି। ପାର୍ଟିକୁ ଆହୁରି ଆକର୍ଷଣୀୟ କରିଥିଲା ହଲିଉଡ ଗାୟକ କୋଲ୍ଡପ୍ଲେ ଓ ଚେନସ୍ମୋକର୍ସଙ୍କ ଧମାକାଦାର ପର୍ଫମାନ୍ସ।
ତେବେ ଆସନ୍ତା ୯ ତାରିଖ ଦିନ ୩ଟା ୩୦ରେ ବର ବାହାରି ସନ୍ଧ୍ୟା ୭ଟା ସୁଦ୍ଧା ଜିଓ ୱର୍ଲ୍ଡ ସେଣ୍ଟରଠାରେ ପହଞ୍ଚିବ। ସେହିଠାରେ ହିଁ ବାହାଘର ସମ୍ପନ୍ନ ହେବ। ୧୦ ତାରିଖ ବାହାଘରର ଉତ୍ସବ ପାଳନ ହେବ। ମାର୍ଚ୍ଚ ୧୧ରେ ଅମ୍ବାନୀ ଓ ମେହେଟ୍ଟା ପରିବାର ଜିଓ ୱର୍ଲ୍ଡ ସେଣ୍ଟରରେ ରିସେପସନ୍ ପାର୍ଟି ଦେବେ।