ଅକ୍ଷୟଙ୍କ ଦେଶିଆ ଗୀତ ରାଷ୍ଟ୍ରପତିଙ୍କ ପାଇଁ, ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ ପାଲଟିଛି

କୋରାପୁଟ (କେନ୍ୟୁଜ୍‌) : ଦେଶିଆ ଲୋକଗୀତ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କୋରାପୁଟିଆ ଗୀତକୁ ସମର୍ପିତ କରିଛନ୍ତି ଅକ୍ଷୟ କୁମାର ସେମର୍ଲିଆ । ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଭାବେ ଦୌପଦୀ ମୁର୍ମୁ ନିର୍ବାଚିତ ହେବା ପରେ କୋରାପୁଟ ଦଶମନ୍ତପୁରର ଏହି ୨୫ ବର୍ଷୀୟ ଯୁବକ ଅକ୍ଷୟ ଚମତ୍କାର ଦେଶିଆ ଗୀତ ପ୍ରସ୍ତୁତ କରି ସମସ୍ତଙ୍କ ମନ ମୋହି ନେଇଛନ୍ତି ।

ଦଶମନ୍ତପୁର ଭଳି ନିପଟ ମଫସଲ ଅଞ୍ଚଳର ଏହି ଯୁବକ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଅତ୍ୟନ୍ତ ଖୁସି ଓ ଆଦରରେ ଏକ ସୁନ୍ଦର ଗୀତ ପ୍ରସ୍ତୁତ କରିଛନ୍ତି । ଏହା ଏବେ ସମଗ୍ର ଅବିଭକ୍ତ କୋରାପୁଟ ଜିଲ୍ଲାରେ ବସବାସ କରୁଥିବା ୫୩ ପ୍ରକାର ଜନଜାତି ଲୋକଙ୍କ ମନରେ ଖୁସି ଭରି ଦେଇଛି । ସୋସିଆଲ ମିଡିଆରେ ଏବେ ଟ୍ରେଣ୍ଡ ପାଲଟିଛି । ସମସ୍ତଙ୍କ ମୁହଁରେ ଏହି ଗୀତ ଶୁଣିବାକୁ ମିଳୁଛି । କୋରାପୁଟ ଦେଶିଆ ଲୋକଙ୍କ ପକ୍ଷରୁ ଗୀତ ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି । ଏହି ଗୀତକୁ ଅକ୍ଷୟ ନିଜେ ପ୍ରସ୍ତୁତ କରିଥିବା ବେଳେ ମ୍ୟୁଜିକ ଦେଇଛନ୍ତି ବିଭୁତି ସ୍ବାଇଁ । ସେମିଳିଗୁଡା ଏକ ଘରୋଇ ଷ୍ଟୁଡିଓରେ ଏହି ଗୀତକୁ ରେକର୍ଡ଼ିଂ କରାଯାଇଛି ।

 

Leave A Reply

Your email address will not be published.