ରୋଜଗାରରେ ସଲମାନଙ୍କୁ ପଛରେ ପକାଇଲେ ଅକ୍ଷୟ

ଅକ୍ଷୟ କୁମାର ଓ ସଲମାନ୍ ଖାନ୍ । ବିଶ୍ୱର ହାଏଷ୍ଟ ପେଡ୍ ଅଭିନେତାଙ୍କ ଭିତରେ ଅଛନ୍ତି । ସବୁଠୁ ଅଧିକ ଆୟକାରୀ ଅଭିନେତା ଭାବରେ ସଲମାନଙ୍କୁ ପଛରେ ପକାଇ ଦେଇଛନ୍ତି ଅକ୍ଷୟ କୁମାର । ବର୍ଷ ୨୦୧୮ ପାଇଁ ଫୋର୍ବସ୍ ମାଗାଜିନ୍ ପକ୍ଷରୁ ପ୍ରକାଶିତ ବିଶ୍ୱର ଟପ୍ ଟେନ୍ ତାଲିକାରେ ଅକ୍ଷୟ କୁମାରଙ୍କୁ ସପ୍ତମ ସ୍ଥାନ ମିଳିଛି । ସେହିପରି ସଲମାନଙ୍କୁ ଫୋର୍ବସ ଦେଇଛି ନବମ ସ୍ଥାନ । ଖିଲାଡି ମାଷ୍ଟର ଅକ୍ଷୟ କୁମାରଙ୍କ ବାର୍ଷିୟ ଆୟ ରହିଛି ୨୮୩ କୋଟି ୪୩ ଲକ୍ଷ ଟଙ୍କା ।
ସେହପରି ସଲମାନଙ୍କ ଆୟର ରହିଛି ୨୬୯ କୋଟି ୪୪ ଲକ୍ଷ ଟଙ୍କା । ଫୋର୍ବସ ତାଲିକର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଆମେରିକାନ୍ ଅଭିନେତା ଜର୍ଜ କ୍ଲୋନେ । ଗତବର୍ଷ ଫୋର୍ବସ୍ ପକ୍ଷରୁ ପ୍ରକାଶିତ ହାଏଷ୍ଟ ପେଡ୍ ଅଭିନେତା ତାଲିକାରେ ସଲମାନ୍ ନବମ ଓ ଅକ୍ଷୟ କୁମାର ଦଶମ ସ୍ଥାନରେ ରହିଥିଲେ । ସେହିପରି ଶାହରୁଖ ଖାନ୍ ଅଷ୍ଟମ ସ୍ଥାନରେ ଥିଲେ । ଏବର୍ଷ ଟପ୍ ଟେନ୍ ତାଲିକାରୁ କିଙ୍ଗ ଖାନଙ୍କ ନାଁ ବାଦ ପଡିଛି ।