ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ନଜର ଆସିଲେ ଅକ୍ଷୟ କୁମାର; ଆରମ୍ଭ ହେଲା ଅଭିନେତାଙ୍କର ପ୍ରଥମ ମରାଠି ଫିଲ୍ମର ସୁଟିଂ

ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ନିଜ ମରାଠି ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅଭିନେତା ଏହି ଫିଲ୍ମରେ ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ଅଭିନୟ କରିବେ, ଯାହାର ସୁଟିଂ ଆଜିଠାରୁ ଆରମ୍ଭ ହୋଇଛି। ଏହା ଅକ୍ଷୟ କୁମାରଙ୍କର ପ୍ରଥମ ମରାଠି ଚଳଚ୍ଚିତ୍ର ହେବ, ଯାହାର ଟାଇଟଲ ରହିଛି ‘ଭେଦାତ୍‌ ମରାଠେ ଭୀର୍‌ ଦୌଦ୍‌ଲେ ସାତ୍‌’। ଅକ୍ଷୟ ଏକ ଖାସ୍‌ ପୋଷ୍ଟ ସେୟାର କରି ଫିଲ୍ମର ସୁଟିଂ ଆରମ୍ଭ ବିଷୟରେ ସୂଚନା ଦେଇଛନ୍ତି। ଏହାର କିଛି ସମୟ ପରେ ସେ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ, ଯେଉଁଥିରେ ଅକ୍ଷୟ ଛତ୍ରପତି ଶିବାଜୀ ମହାରାଜଙ୍କ ଲୁକ୍‌ରେ ନଜର ଆସୁଛନ୍ତି।

ଅକ୍ଷୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ ସେୟାର କରି ଫିଲ୍ମର ସୁଟିଂ ଆରମ୍ଭ ବିଷୟରେ ସୂଚନା ଦେଇଛନ୍ତି। ଅଭିନେତା ଛତ୍ରପତି ଶିବାଜୀଙ୍କର ଏକ ଫଟୋ ବି ସେୟାର କରିଛନ୍ତି, ଯେଉଁଥିରେ ତାଙ୍କର ଝଲକ୍‌ ସ୍ପଷ୍ଟ ଭାବରେ ଦେଖାଯାଉଛି। ଅଭିନେତା ଲେଖିଛନ୍ତି, ‘ଆଜି ମରାଠି ଫିଲ୍ମ ‘ଭେଦାତ୍‌ ମରାଠେ ଭୀର୍‌ ଦୌଦ୍‌ଲେ ସାତ୍‌’ର ସୁଟିଂ ଆରମ୍ଭ କରୁଛି, ଯେଉଁଥିରେ ଛତ୍ରପତି ଶିବାଜୀ ମହାରାଜ ଜୀଙ୍କ ଭୂମିକାରେ ଅଭିନୟ କରିବା ମୋ ପାଇଁ ସୌଭାଗ୍ୟର କଥା। ମୁଁ ତାଙ୍କ ଜୀବନରୁ ପ୍ରେରଣା ନେଇ ଏବଂ ମା’ ଜିଜାଉଙ୍କ ଆଶୀର୍ବାଦ ନେଇ ମୋର ପୂଜା ପ୍ରୟାସ କରିବି। ଆଶୀର୍ବାଦ ବଜାୟ ରଖିବେ’।

 

View this post on Instagram

 

A post shared by Akshay Kumar (@akshaykumar)

ଏଥି ସହିତ ଅକ୍ଷୟ କୁମାର ଆଉ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ଛତ୍ରପତିଙ୍କ ଭୂମିକାରେ ନଜର ଆସି ସାମ୍ନା ଆଡ଼କୁ ଚାଲୁଛନ୍ତି। ଭିଡିଓ ସେୟାର କରି ସେ ଲେଖିଛନ୍ତି, ‘ଜୟ ଭବାନୀ ଜୟ ଶିବାଜୀ’। ମହେଶ ମାଞ୍ଜେରେକରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରକୁ ଓ୍ଵାସିମ୍‌ କୁରୈସୀ ପ୍ରଯୋଜନା କରୁଛନ୍ତି। କହି ରଖୁଛୁ, ଏହି ଫିଲ୍ମ ଆସନ୍ତା ବର୍ଷ ଦୀପାବଳି ଅବସରରେ ସିନେମାଘରେ ମୁକ୍ତିଲାଭ କରିବ। ଫିଲ୍ମକୁ ୪ଟି ଭାଷା ମରାଠୀ, ହିନ୍ଦୀ, ତାମିଲ ଏବଂ ତେଲୁଗୁରେ ରିଲିଜ୍‌ କରାଯିବ।

 

View this post on Instagram

 

A post shared by Akshay Kumar (@akshaykumar)

Leave A Reply

Your email address will not be published.