୧ କୋଟି ଟଙ୍କା ଦାନ କଲେ ଖିଲାଡି କୁମାର

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜ ବଦାନ୍ୟ କାର୍ଯ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ଥାନ୍ତି। ଜମ୍ମୁ-କଶ୍ମୀରରେ ଏକ ସ୍କୁଲର ପୁନଃନିର୍ମାଣ ପାଇଁ ସେ ୧ କୋଟି ଟଙ୍କା ଦାନ କରିଥିବା ଜଣାପଡିଛି। ନିକଟରେ ଅକ୍ଷୟ କଶ୍ମୀରର ବର୍ଡର ସିକ୍ୟୁରିଟୀ ଫୋର୍ସ(ବିଏସ୍‌ଏଫ୍‌) ଯବାନଙ୍କୁ ଭେଟିଥିଲେ। ଏହି ଗସ୍ତ ସମୟରେ ସେ କଶ୍ମୀରର ନିରୁ ଗ୍ରାମରେ ଥିବା ଜର୍ଜର ସ୍କୁଲର ଅବସ୍ଥା ଦେଖି ତା’ର ପୁନଃନିର୍ମାଣ ପାଇଁ ସହାୟତା ଘୋଷଣା କରିଥିଲେ। ବିଏସଏଫ୍‌ ପକ୍ଷରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଏନେଇ ସୂଚନା ଦିଆଯାଇଛି। ଜୁଳାଇ ୨୭ରେ ସ୍କୁଲର ଶିଳାନ୍ୟାସ କରାଯାଇଥିଲା। ଏହି ସ୍କୁଲର ନାମ ଅକ୍ଷୟଙ୍କ ସ୍ବର୍ଗୀୟ ପିତା ହରିଓମ ଭାଟ୍ଟିଆଙ୍କ ନାମରେ ନାମିତ କରାଯାଇଛି।

ଅକ୍ଷୟ କୁମାରଙ୍କ ‘ବେଲ ବଟମ’ ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ଅକ୍ଷୟଙ୍କ ବ୍ୟତୀତ ବାଣୀକପୁର, ହୁମା କ୍ୟୁରେଶି ଏବଂ ଲାରା ଦତ୍ତ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ‘ବେଲ ବଟମ’ ବ୍ୟତୀତ ଅକ୍ଷୟ ଖୁବଶୀଘ୍ର ‘ସୂର୍ଯ୍ୟବଂଶୀ’, ‘ବଚ୍ଚନ ପାଣ୍ଡେ’, ‘ରକ୍ଷା ବନ୍ଧନ’, ‘ରାମ ସେତୁ’, ‘ଅତରଙ୍ଗି ରେ’ ଏବଂ ‘ପୃଥ୍ବୀରାଜ’ରେ ମଧ୍ୟ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.