ଦର୍ଶକଙ୍କ ହୃଦୟ ଜିତିଲା ‘କେଶରୀ ଚାପ୍ଟର ୨’, ନଜର ଆସିଲା ଅକ୍ଷୟ-ଅନନ୍ୟାଙ୍କ ଦମଦାର ଆକ୍ଟିଂ

ଅନେକ ଦିନ ଧରି ଚର୍ଚ୍ଚାରେ ଥିବା ‘କେଶରୀ ଚାପ୍ଟର ୨’ ଫିଲ୍ମଟି ବର୍ତ୍ତମାନ ରିଲିଜ ହୋଇଛି । ଏହି ଫିଲ୍ମରେ ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ ପଛରେ କଣ ସତ୍ୟ ରହିଛି ତାହା ଚିତ୍ରିତ ହୋଇଛି । ଫିଲ୍ମଟି ଶଙ୍କରନ ନାୟରଙ୍କ ଜୀବନ ଉପରେ ଆଧାରିତ ହୋଇଛି । ସେ ଜଣେ ଓକିଲ ଥିଲେ । ଯିଏକି ଜାଲିୱାନା ବାଗ ହତ୍ୟାକାଣ୍ଡର ଅତ୍ୟାଚାର ବିରୋଧରେ ବ୍ରିଟିଶ ସରକାରଙ୍କ ସହ ଲଢେଇ କରିଥିଲେ । ଏହି ଫିଲ୍ମଟି ଭାରତୀୟ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ନିର୍ଦ୍ଦେଶିତ ହୋଇଛି । ଫିଲ୍ମଟିରେ ମୁଖ୍ୟ ଭୂମିକାରେ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିଛି । ଫିଲ୍ମରେ ଅକ୍ଷୟ ଓକିଲ ଶଙ୍କରନ ନାୟର ଚରିତ୍ରରେ ନଜର ଆସିଛନ୍ତି । ଯେଉଁଥିରେ ସେ କିପରି ବ୍ରିଟିଶ ଶାସନ ବିରୋଧରେ ଲଢୁଛନ୍ତି ତାର ଝଲକ ଫିଲ୍ମରେ ଚିତ୍ରଣ ହୋଇଛି ।
‘କେଶରୀ ଚାପ୍ଟର ୨’ ଦି ଅନଟୋଲ୍ଡ ଷ୍ଟୋରୀ ଜାଲିୱାନାବାଗର ହତ୍ୟାକାଣ୍ଡ ଘଟଣାରୁ ଆରମ୍ଭ ହୋଇଛି । ଗଣହତ୍ୟା ସମୟରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତିଙ୍କ କାହାଣୀ ଉପରେ ଆଧାରିତ। ଯେଉଁଥିରେ ବ୍ରିଟିଶ ସରକାରଙ୍କ ଅତ୍ୟାଚାରର ବିରୋଧ କରିଛନ୍ତି ଶଙ୍କରନ ନାୟର । ଅକ୍ଷୟ କୁମାରଙ୍କ ଓକିଲ ଶଙ୍କରନ ନାୟର ଚରିତ୍ରଟି ଦର୍ଶକଙ୍କୁ ଖୁବ୍ ଆକର୍ଷିତ କରିପାରିଛି । ଦର୍ଶକଙ୍କୁ ବାନ୍ଧି ରଖିବା ପାଇଁ କିଛି ଗୁରୁତ୍ବପୂର୍ଣ୍ଣ ସିନରୁ ଫିଲ୍ମଟିକୁ ଆରମ୍ଭ କରାଯାଇଛି । ଅନନ୍ୟା ତାଙ୍କ ଚରିତ୍ରକୁ ଭଲ ଭାବରେ ତୁଲାଇପାରିଛନ୍ତି । ଫିଲ୍ମର ମଝି ଭାଗରେ ଆର ମାଧବନଙ୍କ ଏଣ୍ଟ୍ରି ଦେଖିବାକୁ ମିଳିବ । ଯାହା ପରେ ଅକ୍ଷୟ ଏବଂ ଆର ମାଧବନ ମୁହାଁମୁହିଁ ହେବେ । ଏହି ଚଳଚ୍ଚିତ୍ରଟି ରଘୁ ପାଲଟ ଏବଂ ପୁଷ୍ପା ପାଲଟଙ୍କ ଦ୍ୱାରା ଲିଖିତ ପୁସ୍ତକ ଦି କେସ ଦ୍ୟାଟ ଶୂକ୍ ଦି ଏମ୍ପାୟାର’ ଉପରେ ଆଧାରିତ ହୋଇଛି । ଐତିହାସିକ ଏବଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାହାଣୀ ଏହି ଫିଲ୍ମରେ ସ୍ଥାନ ପାଇଛି ।
Also Read : ‘କେଶରୀ ଚାପ୍ଟର ୨’ ର ଟିଜର ରିଲିଜ, ଟିଜର ଦେଖି ଦର୍ଶକ ଭାବବିହ୍ବଳ