ଅକ୍ଷୟ କୁମାରଙ୍କ ଫିଲ୍ମ ‘ପୃଥ୍ଵୀରାଜ’ର ଦମ୍‌ଦାର ଟ୍ରେଲର ରିଲିଜ୍‌, ଦେଖନ୍ତୁ ଭିଡିଓ

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବେ ନିଜ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୃଥ୍ଵୀରାଜ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅକ୍ଷୟଙ୍କ ଏହି ଫିଲ୍ମ ଦୀର୍ଘ ଦିନ ହେଲାଣି ରିଲିଜ୍‌ ଅପେକ୍ଷାରେ ଅଛି। ଫ୍ୟାନ୍‌ମାନେ ବି ଫିଲ୍ମକୁ ପରଦାରେ ଦେଖିବାକୁ ଅନେକ ଦିନ ହେଲାଣି ଅପେକ୍ଷା କରିଛନ୍ତି। ତେବେ ଦର୍ଶକଙ୍କ ଅପେକ୍ଷାକୁ କିଛି ମାତ୍ରାରେ କମ୍‌ କରିବାକୁ ନିର୍ମାତା ଆଜି ଅର୍ଥାତ୍‌ ସୋମବାର ପୃଥ୍ଵୀରାଜ ଫିଲ୍ମର ଦମ୍‌ଦାର ଟ୍ରେଲର ଜାରି କରିଛନ୍ତି। ଏହି ଫିଲ୍ମରେ ଅକ୍ଷୟ କୁମାର ଓ ମାନୁଷୀ ଛିଲ୍ଲର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର ଟ୍ରେଲକୁ ଦର୍ଶକେ ୟୁଟ୍ୟୁବ୍‌ରେ ଦେଖି ପାରିବେ।

ଦେଖନ୍ତୁ ଟ୍ରେଲର:

Video Credit: YRF

ସାମ୍ନାକୁ ଆସିଥିବା ଟ୍ରେଲରରେ ଅକ୍ଷୟ କୁମାର ପୃଥ୍ଵୀରାଜ ଚୌହ୍ଵାନ ଭୂମିକାରେ ଦମ୍‌ଦାର ଲୁକ୍‌ ଦେଉଥିବା ବେଳେ ପୂର୍ବ ମିସ୍‌ ଓ୍ଵାର୍ଲ୍ଡ ମାନୁଷୀ ଛିଲ୍ଲର ରାଜକୁମାରୀ ସଂଯୋଗିତା ଭାବେ ବେଶ୍‌ ସୁନ୍ଦର ଲାଗୁଛନ୍ତି। ଟ୍ରେଲରରୁ ସ୍ପଷ୍ଟ ହୋଇଛି ଯେ ଫିଲ୍ମର କାହାଣୀ ସମ୍ରାଟ୍‌ ପୃଥ୍ଵୀରାଜ ଓ ରାଜକୁମାରୀ ସଂଯୋଗିତାଙ୍କ ପ୍ରେମ କାହାଣୀ ଉପରେ ଆଧାରିତ। ଏଥିସହ ଫିଲ୍ମର ଟ୍ରେଲରରେ ୧୧୯୧ ଓ ୧୧୯୨ ରେ ପୃଥ୍ଵୀରାଜ ଚୌହ୍ଵାନ ଓ ମହମ୍ମଦ ଘୋରୀଙ୍କ ମଧ୍ୟରେ ହୋଇଥିବା ଘମାଘୋଟ ଯୁଦ୍ଧର ଝଲକ୍‌ ବି ଦେଖିବାକୁ ମିଳିଛି।

ଅକ୍ଷୟ କୁମାର ଓ ମାନୁଷୀ ଛିଲ୍ଲରଙ୍କ ବ୍ୟତୀତ ଟ୍ରେଲରରେ ଅଭିନେତା ସୋନୁ ସୁଦ୍‌ କବି ଚନ୍ଦ୍ରବରଦାଇଙ୍କ ଭୂମିକାରେ ଅଭିନୟ କରିଛନ୍ତି। ସେହିପରି ଅଭିନେତା ସଞ୍ଜୟ ଦତ୍ତ କାକା କାହ୍ନାଙ୍କ ଭୂମିକାରେ ଦର୍ଶକଙ୍କ ମନୋରଞ୍ଜନ କରିବେ। ଏଥିସହ ଆଶୁତୋଷ ରାଣା ଜୟଚନ୍ଦ୍ର ଓ ମାନବ ବିଜ ମହମ୍ମଦ ଘୋରୀ ଭୂମିକାରେ ନଜର ଆସିବେ। ଏଥିସହ ଫିଲ୍ମରେ ସାକ୍ଷୀ ତଓ୍ଵର, ଲଳିତ ତିଓ୍ଵାରୀ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବେ। ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ଡାକ୍ତର ଚନ୍ଦ୍ର ପ୍ରକାଶ ଦ୍ୱିବେଦୀ।

ଫିଲ୍ମର ଟ୍ରେଲର ରିଲିଜ୍‌ ବିଷୟରେ ସୂଚନା ଦେବା ଅବସରରେ ଅକ୍ଷୟ କୁମାର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ ବି ସେୟାର କରିଛନ୍ତି। ଟ୍ରେଲରର ଏକ ଭିଡିଓ କ୍ଲିପ୍‌ ସେୟାର କରି ଅକ୍ଷୟ କ୍ୟାପସନ୍‌ରେ ଲେଖିଛନ୍ତି- ଶୌର୍ଯ୍ୟ ଓ ବୀରତାର କାହାଣୀ… ଏହି କାହାଣୀ ସମ୍ରାଟ୍‌ ପୃଥ୍ଵୀରାଜ ଚୌହ୍ଵାନଙ୍କର।

 

View this post on Instagram

 

A post shared by Akshay Kumar (@akshaykumar)

ଫିଲ୍ମର ଟ୍ରେଲରରେ ଲୋକଙ୍କୁ ଅକ୍ଷୟ କୁମାରଙ୍କ ରାଜକୀୟ ଠାଣି ବେଶ୍‌ ପସନ୍ଦ ଆସିଛି। ଦୀର୍ଘ ଦିନ ହେଲାଣି ରିଲିଜ୍‌ ଅପେକ୍ଷାରେ ଥିବା ଏହି ଫିଲ୍ମର ଟ୍ରେଲରରେ ଦମ୍‌ଦାର ଭିଏଫ୍‌ଏକ୍ସ ଦେଖିବାକୁ ମିଳିଛି। ଏବେ ଫିଲ୍ମର ଟ୍ରେଲର ଦେଖିବା ପରେ ଦର୍ଶକେ ପୂରା ଫିଲ୍ମ ଦେଖିବାକୁ ଉତ୍ସାହିତ ଅଛନ୍ତି।

Also Read: ଏଲନ୍‌ ମସ୍କଙ୍କ ଟ୍ଵିଟ୍‌-‘ଯଦି ମୁଁ ସନ୍ଦେହଜନକ ସ୍ଥିତିରେ ମରିଯାଏ’, ସୋସିଆଲ ମିଡିଆରେ ହଇଚଇ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.