‘ମେଁ ଖିଲାଡି ତୁ ଅନାଡି’ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ଅକ୍ଷୟ କୁମାର ଏବଂ ସଲମାନ ଖାନ, ଦେଖନ୍ତୁ ଭିଡିଓ
ସୈଫ ନୁହେଁ ସଲମାନଙ୍କ ସହିତ ‘ମେଁ ଖିଲାଡି ତୁ ଅନାଡି’ରେ ଜବରଦସ୍ତ ଡ୍ୟାନ୍ସ କଲେ ଅକ୍ଷୟ କୁମାର । ୯୦ ଦଶକର ସୁପରହିଟ୍ ଗୀତ ମେଁ ଖିଲାଡି ତୁ ଅନାଡିକୁ ପୁଣିଥରେ ଏବେ ଚର୍ଚ୍ଚା । ନୂଆ ଷ୍ଟାଇଲରେ ଅକ୍ଷୟ କୁମାରଙ୍କ ଡ୍ୟାନ୍ସଙ୍କୁ ସମସ୍ତେ ପସନ୍ଦ କରୁଛନ୍ତି । ଏହି ଗୀତକୁ ନେଇ ଅନେକ ରିଲ୍ସ ମଧ୍ୟ ତିଆରି ହେଉଛି । ଆଉ ଅକ୍ଷୟ କୁମାର ନିଜେ ଏହି ଗୀତରେ ରିଲ୍ସ ତିଆରି କରୁଛନ୍ତି। ଅକ୍ଷୟ କୁମାର ସଲମାନ ଖାନଙ୍କ ସହିତ ଏହି ଗୀତରେ ଡ୍ୟାନ୍ସ କରିଛନ୍ତି। ଯାହା ଭାଇରଲ ହେବାରେ ଲାଗିଛି। ଫ୍ୟାନ୍ସ ଏହାକୁ ପସନ୍ଦ କରି ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।
ଅକ୍ଷୟ କୁମାର ଏବେ ଅପକମିଂ ଫିଲ୍ମ ‘ସେଲଫି’ର ପ୍ରମୋସନ ପାଇଁ ବ୍ୟସ୍ତ ରହିଛନ୍ତି । ଏହି ଫିଲ୍ମର ଗୀତ ‘ମେଁ ଖିଲାଡି ତୁ ଅନାଡି’ରେ ଅକ୍ଷୟ କୁମାର ସଲମାନଙ୍କ ସହିତ ଡ୍ୟାନ୍ସ କରୁଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି, ଅକ୍ଷୟ କୁମାର, ସଲମାନ ବସି ଟାବଲେଟରେ କିଛି ଟାଇଗର ଭିଡିଓ ଦେଖିଛନ୍ତି। ଏହାପରେ ସଲମାନ ଅକ୍ଷୟ ସହିତ ଡ୍ୟାନ୍ସ ଆରମ୍ଭ କରିଦେଇଛନ୍ତି। ଭିଡିଓରେ ଦୁହେଁ ଧମାଲ୍ କରିଛନ୍ତି।
ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଟ୍ଵିଟରରେ ସଲମାନ ଏବଂ ଅକ୍ଷୟ କୁମାର ଟ୍ରେଣ୍ଡ କରୁଛନ୍ତି। ଏହି ଭିଡିଓରେ ଦୁହିଁଙ୍କ ଏନର୍ଜି, କେମେଷ୍ଟ୍ରି ଏବଂ ସ୍ୱାଗକୁ ଲୋକେ ବହୁତ ପସନ୍ଦ କରୁଛନ୍ତି। ଅନେକ ୟୁଜର୍ସ ମୁଝସେ ଶାଦି କରୋଗୀ ୨ ପାଇଁ ଦାବି କରୁଛନ୍ତି ।
View this post on Instagram
ଏହାପୂର୍ବରୁ ଏହି ଗୀତରେ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ, ଅକ୍ଷୟ କୁମାର ଏବଂ ଇମ୍ରାନ ହାସମୀ ଭିଡିଓ କରିସାରିଛନ୍ତି । ଏହି ସିକ୍ୱେଲ ଗୀତରେ ଅକ୍ଷୟ କୁମାର ଏବଂ ଇମ୍ରାନ ହାସମୀ ସହିତ ନୁସରତ ବାରୁଛା ମଧ୍ୟ ନଜର ଆସିଛନ୍ତି ।
View this post on Instagram
ଅକ୍ଷୟ କୁମାରଙ୍କ ଅପକମିଂ ପ୍ରୋଜେକ୍ଟ ମରାଠୀ ଫିଲ୍ମ ସହିତ ବଲିଉଡ ଫିଲ୍ମ ରହିଛି । ଓଁ ମାଇଁ ଗଡ ୨, ବଡେ ମିୟାଁ ଛୋଟେ ମିୟାଁ, ଜଲି ଏଲଏଲବି ୩, ସେଲଫି ଏବଂ କ୍ୟାପସୁଲ ଗିଲ୍ ରହିଛି। ସେହିପରି ସଲମାନଙ୍କ ଅପକମିଂ ପ୍ରାଜେକ୍ଟ ରହିଛି କିକ୍ ୨, କିସି କି ଭାଇ କିସି କି ଜାନ୍, ନୋ ଏଣ୍ଟ୍ରି ଭଳି ସିକ୍ୱେଲ ରହିଛି । ଏହାଛଡା ସଲମାନଙ୍କୁ ଶାହରୁଖଙ୍କ ସହିତ ଫିଲ୍ମ ‘ପଠାନ’ର କେମିଓ ଭାବେ ଦେଖିବାକୁ ମିଳିଥିଲା ।