ଫ୍ୟାନଙ୍କୁ କ୍ଷମା ମାଗିଲେ ଖିଲାଡି ଷ୍ଟାର୍‌, କହିଲେ ଭବିଷ୍ୟତରେ ଏଭଳି ବିଜ୍ଞାପନ କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରିବି

ମୁମ୍ବାଇ: ଫ୍ୟାନଙ୍କୁ କ୍ଷମା ମାଗିଲେ ଖିଲାଡି ଷ୍ଟାର୍‌ । ତମାଖୁ ଦ୍ରବ୍ୟର ବିଜ୍ଞାପନ କରି ଟ୍ରୋଲ ହେବା ପରେ ନିଜ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି ଅକ୍ଷୟ କୁମାର । ଟ୍ଵିଟ୍‌ କରି ଖିଲାଡି ଷ୍ଟାର ଲେଖିଛନ୍ତି , ମୁଁ ନିଜ ସମସ୍ତ ପ୍ରଶଂସକ ଏବଂ ଶୁଭେଚ୍ଛୁଙ୍କୁ କ୍ଷମା ମାଗିବାକୁ ଚାହୁଁଛି ।

ଗତ କିଛି ଦିନ ଧରି ଆପଣଙ୍କ ପ୍ରତିକ୍ରିୟା ମୋତେ ଗଭୀର ଭାବେ ବ୍ୟଥିତ କରିଛି । ମୁଁ ତମାଖୁର ସମର୍ଥନ କରେ ନାହିଁ, ଆଗକୁ ବି କରିବି ନାହିଁ । ଆପଣମାନଙ୍କ ଭାବନାକୁ ସମ୍ମାନ ଜଣାଉଛି । ଏହି ବିଜ୍ଞାପନରୁ ପଛକୁ ହଟୁଛି ।

ଏହି ବିଜ୍ଞାପନରୁ ମିଳିବାକୁ ଥିବା ଟଙ୍କା କୌଣସି ଭଲ କାମରେ ଲଗାଇବାକୁ ନିଷ୍ପତ୍ତି ନେଇଛି । ଭବିଷ୍ୟତରେ ଏଭଳି କୌଣସି ବିଜ୍ଞାପନ କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରିବି । ଏହା ବଦଳରେ ଆପଣଙ୍କ ଭଲପାଇବା ଏବଂ ଶୁଭକାମନା ଆଶା କରିବି । ତମାଖୁ ଦ୍ରବ୍ୟର ବିଜ୍ଞାପନ କରି ନିଜ ଫ୍ୟାନ୍ସଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଥିଲେ ଖିଲାଡି ଷ୍ଟାର୍‌ । ଏବେ ଅକ୍ଷୟ କ୍ଷମା ମାଗିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.