ଦବଙ୍ଗ ଖାନଙ୍କୁ ପଛରେ ପକାଇଲେ ଖିଲାଡ଼ି ଅକ୍ଷୟ କୁମାର !

ମୁମ୍ବାଇ : ବଲିଉଡ଼ର ନାମୀଦାମି ତିନି ଖାନଙ୍କୁ ପଛରେ ପକାଇଛନ୍ତି ଅକ୍ଷୟ କୁମାର। ଫୋବର୍ସ ଦ୍ୱାରା ଜାରି କରାଯାଇଥିବା ଟପ୍ ହଣ୍ଡ୍ରେଣ୍ଡରେ ସବୁଠାରୁ ଅଧିକ ଆୟ କରୁଥିବା ସେଲିବ୍ରିଟି ତାଲିକାରେ ସାମିଲ ହୋଇଛନ୍ତି ବଲିଉଡର ଏହି ଖିଲାଡ଼ି କୁମାର। ଏହି ତାଲିକାରେ ଅକ୍ଷୟ ୭୬ ସ୍ଥାନ ରହିଛନ୍ତି। ଚଳିତ ବର୍ଷ ସମୁଦାୟ ୪କୋଟି ଡଲାର ଆୟ କରିଛନ୍ତି ଅକ୍ଷୟ। ଖାଲି ଫିଲ୍ମ ନୁହଁ ବିଭିନ୍ନ ପ୍ରକାରର ବ୍ରାଣ୍ଡ ଏଣ୍ଡଡୋର୍ସମେଣ୍ଟରୁ ବି ଟଙ୍କା ଆୟ କରୁଛନ୍ତି ଅକ୍ଷୟ ।

ଖୀଲାଡି କୁମାରଙ୍କୁ ୫୦ ବର୍ଷ ଟପିଥିଲେ ମଧ୍ୟ ତାଙ୍କର କ୍ରେଜ ଦର୍ଶକଙ୍କ ମଧ୍ୟରେ କମି ହୋଇନାହିଁ। ଆକ୍ସନ ଓ ରୋମାନ୍ସରୁ ହଟି ଭିନ୍ନଭିନ୍ନ ଧରଣର ଫିଲ୍ମରେ ସେ ଅଭିନୟ କରୁଛନ୍ତି । କେଉଁ ଫିଲ୍ମରେ ରହୁଛି ଦେଶ ପାଇଁ ବାର୍ତ୍ତା ତ କେଉଁ ଫିଲ୍ମରେ ସମାଜ ପାଇଁ ସନ୍ଦେସ। ତାଙ୍କ ଅଭିନିତ ଏୟାର ଲିଫ୍ଟ, ଟୟଲେଟ୍ ଏକ ପ୍ରେମ କଥା ଓ ପ୍ୟାଡମ୍ୟାନ ଭଳି ହିଟ୍ ଫିଲ୍ମ ସମାଜରେ ପ୍ରେରଣଦାୟକ ସାବ୍ୟସ୍ତ ହୋଇଛି। ଏଣୁ ସେ ପାଲଟିଛନ୍ତି ବଲିଉଡର ସବୁଠାରୁ ଅଧିକ ଆୟ କରୁଥିବା ଅଭିନେତା।

salman-akshay

ଅକ୍ଷୟଙ୍କ ବ୍ୟତୀତ ଫୋର୍ବସ ଲିଷ୍ଟରେ ସାମିଲ ହୋଇଛନ୍ତି ସଲମାନ ଖାନ୍। କିନ୍ତୁ ସେ ରହିଛନ୍ତି ଅକ୍ଷୟଙ୍କ ତଳେ। ଅକ୍ଷୟ କୁମାର ୭୬ତମ ସ୍ଥାନରେ ରହିଥିବା ବେଳେ ଦବଙ୍ଗ ଖାନ୍ ୮୨ତମ ସ୍ଥାନରେ ରହିଛନ୍ତି । ଚଳିତ ବର୍ଷ ସଲମାନ ସମୁଦାୟ ୩.୭୭ କୋଟି ଡଲାର ଆୟ କରିଛନ୍ତି। ଏଥି ରୁ ଜଣାପଡ଼ିଛି ବକ୍ସ ଅଫିସରେ ଏବେ ବି କମିନି ସଲମାନଙ୍କ କ୍ରେଜ। ନିକଟରେ ରିଲିଜ ହୋଇଥିଲା ସଲମାନଙ୍କ ରେସ ଥ୍ରୀ। ଫିଲ୍ମରେ ଅଭିନୟ ସହ ପ୍ରଯୋଜନା ବି କରିଥିଲେ ସଲ୍ମାନ। ଏହା ପୂର୍ବରୁ ଟାଇଗର ଜିନ୍ଦା ହୈ ବି ଜବରଦସ୍ତ ଫରଫର୍ମ କରିଥିଲା ବକ୍ସ ଅଫିସରେ ।

Leave A Reply

Your email address will not be published.