ଫିଲ୍ମ ‘ସରଫିରା’ ରିଲିଜ୍‌ ପୂର୍ବରୁ କରୋନା ପଜିଟିଭ ହେଲେ ଅକ୍ଷୟ କୁମାର, ଦୁଃଖରେ ଫ୍ୟାନ୍ସ

ବଲିଉଡ ଅଭିନେତା ଅକ୍ଷୟ କୁମାର ତାଙ୍କ ଅଭିନୟ ଜରିଆରେ ଲୋକଙ୍କ ମନ ଜିତିଥାନ୍ତି । ତେବେ ଖିଲାଡି କୁମାର ଇଣ୍ଡଷ୍ଟ୍ରୀର ସବୁଠାରୁ ପରିଶ୍ରମୀ ସେଲିବ୍ରେଟିମାନଙ୍କ ମଧ୍ୟରୁ ଅନ୍ୟତମ । ବର୍ତ୍ତମାନ ସେ ତାଙ୍କ ଫିଲ୍ମ ‘ସରଫିରା’ ପାଇଁ ହେଡଲାଇନରେ ଅଛନ୍ତି । ଏହି ଫିଲ୍ମକୁ ନେଇ ଦର୍ଶକ ତାଙ୍କର ପ୍ରଶଂସା କରୁଛନ୍ତି । କିନ୍ତୁ ଏହି ସମୟରେ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଚିନ୍ତାର ବିଷୟ ସାମ୍ନାକୁ ଆସିଛି । ତେବେ ଅକ୍ଷୟ କୋଭିଡ – ୧୯ ପଜିଟିଭ ବୋଲି ଜଣାପଡିଛନ୍ତି । ଏହି ଖବର ଆସିବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତିତ ଅଛନ୍ତି ।

ଅକ୍ଷୟ କୁମାର ଗତ କିଛି ଦିନ ହେବ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ସରଫିରା’ର ପ୍ରମୋସନରେ ବ୍ୟସ୍ତ ଥିଲେ । କିନ୍ତୁ, ହଠାତ୍ ତାଙ୍କୁ ଫିଲ୍ମର ପ୍ରମୋସନର ଶେଷ ସମୟରେ ଦେଖିବାକୁ ମିଳି ନଥିଲା । ଏହାକୁ ନେଇ ଅନେକ ପ୍ରକାରର କଥା ମଧ୍ୟ ସାମ୍ନାକୁ ଆସିଛି । ତେବେ ଫ୍ୟାନ୍ସ ଏପରି ମଧ୍ୟ ଭାବିଲେ ଯେ ସେ ଫ୍ୟାମିଲି ସହ ଛୁଟି ମନାଇବା ପାଇଁ ଯାଇଛନ୍ତି । କିନ୍ତୁ ବର୍ତ୍ତମାନ ଏହା ଭୁଲ ବୋଳି ଜଣାପଡିଛି । ବର୍ତ୍ତମାନ ଅକ୍ଷୟଙ୍କ ବିଷୟରେ ଆସିଥିବା ଖବର ପ୍ରଶଂସକଙ୍କ ଚିନ୍ତା ବଢାଇ ଦେଇଛି ।

ପ୍ରଡକ୍ସନ୍ ହାଉସ୍‌ରୁ ମିଳିଥିବା ସୂଚନା ଅନୁସାରେ, ପ୍ରଡକ୍ସନ୍ ହାଉସ୍‌ ଏଚ୍ ସିଟି ମାଧ୍ୟମରେ ଅକ୍ଷୟଙ୍କ ସ୍ୱାସ୍ଥ୍ୟ ବିଷୟରେ କହିଛି । ସୂଚନା ମୁତାବକ, ଅକ୍ଷୟ କୁମାର ତାଙ୍କ ଫିଲ୍ମ’ସରଫିରା’କୁ ପ୍ରୋମସନ କରିବା ସମୟରେ, ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଭଳି ଅନୁଭବ ହୋଇଥିଲା । ଯାହାପରେ ସେ କୋଭିଡ – ୧୯ର ଟେଷ୍ଟ କରିଥିଲେ । ତାଙ୍କ ସହ ଫିଲ୍ମର କିଛି ଟିମ୍‌ ମେମ୍ବର ମଧ୍ୟ ଏହି ଟେଷ୍ଟ କରିଥିଲେ । ତେବେ ଏହି ଟେଷ୍ଟ କରିବା ପରେ ସେ ଜାଣିବାକୁ ପାଇଥିଲେ, ଯେ ସେ କୋଭିଡ ପଜିଟିଭ ଅଛନ୍ତି ।

ଅକ୍ଷୟ ଯେତେବେଳେ ଭଲ ଅନୁଭବ କରୁନଥିଲେ, ସେ କୋଭିଡ ଟେଷ୍ଟ କରିଥିଲେ ଏବଂ କରୋନା ପଜିଟିଭ୍ ବୋଲି ଜାଣିବାକୁ ପାଇଥିଲେ । କୋଭିଡରୁ ଭଲ ହେବା ପାଇଁ ସେ ସମସ୍ତଙ୍କ ଠାରୁ ଅଲଗା ରହିଛନ୍ତି । ସେ ଡାକ୍ତରଙ୍କ ଦେଇଥିବା ସମସ୍ତ ପରାମର୍ଶ ପ୍ରତି ଧ୍ୟାନ ଦେଉଛନ୍ତି ଏବଂ ସତର୍କତା ଅବଲମ୍ବନ କରୁଛନ୍ତି । ତେବେ ଅକ୍ଷୟଙ୍କ ଏହି ଖବର ପ୍ରଶଂସକଙ୍କୁ ଦୁଃଖିତ କରିଛି । ଏହା ସହ ଫ୍ୟାନ୍ସ ମଧ୍ୟ ତାଙ୍କ ଆରୋଗ୍ୟ ହେବା ପାଇଁ ପ୍ରାର୍ଥନା କରୁଛନ୍ତି । ଏଥିପାଇଁ ମଧ୍ୟ ଅକ୍ଷକ କୁମାର ଅନନ୍ତ ଏବଂ ରାଧିକାଙ୍କ ମ୍ୟାରେଜ୍‌ ସାମିଲ ହେବେ ନାହିଁ ।

You might also like