ଶ୍ରୀରାମ ମନ୍ଦିର ନିର୍ମାଣରେ ଅକ୍ଷୟ କୁମାର ଦେଲେ ଯୋଗଦାନ, ଲୋକଙ୍କୁ କହିଲେ- ଆସନ୍ତୁ ଗୁଣ୍ଡୁଚିମୂଷା ହେବା

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ସାରା ଦେଶରେ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି। ସମସ୍ତେ ଏହି ଭବ୍ୟ ମନ୍ଦିରର ନିର୍ମାଣ ପାଇଁ ନିଜ ସାମର୍ଥ୍ୟ ଅନୁସାରେ କିଛି କିଛି ଦାନ କରୁଛନ୍ତି। ଏହି ଧାରାରେ ଏବେ ବଲିଉଡ୍‌ର ଖିଲାଡ଼ି ଅକ୍ଷୟ କୁମାର ମଧ୍ୟ ସାମିଲ ହୋଇଛନ୍ତି। ନିକଟରେ ଅକ୍ଷୟ କୁମାର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଲୋକଙ୍କୁ ରାମ ମନ୍ଦିର ନିର୍ମାଣ ପାଇଁ ନିଜ ଯୋଗଦାନ ଦେବାକୁ ଅନୁରୋଧ କରିଛନ୍ତି।

ଅକ୍ଷୟ ଭିଡିଓରେ କ୍ୟାପସନ୍‌ ଲେଖିଛନ୍ତି- ବହୁତ ଖୁସିର କଥା ଯେ ଅଯୋଧ୍ୟାରେ ଆମ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ଆରମ୍ଭ ହୋଇଯାଇଛି। ଏବେ ଯୋଗଦାନ କରିବା ପାଳି ଆମର। ମୁଁ ଆରମ୍ଭ କରି ଦେଇଛି, ଆଶା କରୁଛି ଆପଣ ବି ଯୋଡ଼ି ହେବେ। ଜୟ ସିୟାରାମ।


ଭିଡିଓରେ ଅକ୍ଷୟ କହିଛନ୍ତି, ସେ ନିଜ ଝିଅକୁ ରାମସେତୁ ନିର୍ମାଣରେ ଗୁଣ୍ଡୁଚିମୂଷାର ଯୋଗଦାନ ସମ୍ପର୍କରେ କାହାଣୀ ଶୁଣାଉଥିଲେ। ସେ ଉକ୍ତ କାହାଣୀ ଭଳି ଦେଶବାସୀଙ୍କୁୁ ଗୁଣ୍ଡୁଚିମୂଷା ଓ ବାନର ହେବାକୁ ଅପିଲ କରିଛନ୍ତି।

ସୂଚନାଯୋଗ୍ୟ ଯେ ରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଆଦାୟ ଅଭିଯାନ ୧୪ ଜାନୁଆରୀରୁ ଆରମ୍ଭ ହୋଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଦସ୍ୟ ଡା. ଅନୀଲ ମିଶ୍ର ନିଧି ସମର୍ପଣ ଅଭିଯାନ ଅନ୍ତର୍ଗତ ୫୧ ହଜାର ଟଙ୍କାର ଚେକ୍‌ ଦେଇ ଏହି ଅଭିଯାନ ଆରମ୍ଭ କରିଛନ୍ତି। ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଚାନ୍ଦା ଦେଇଛନ୍ତି। ରାଷ୍ଟ୍ରପତି ଚେକ୍‌ ମାଧ୍ୟମରେ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.