ଦେଶର ସ୍ୱାଧୀନତାକୁ ନେଇ ଅକ୍ଷୟ କୁମାର ଏତେ ଖୁସି ଥିଲେ ଯେ, ସାଇକେଲ ଚଲାଇବା ବେଳେ ହରାଇଲେ ବାଲାନ୍ସ

ଖିଲାଡି ଷ୍ଟାର, ଖାଲି ଏତିକି କହିଦେଲେ ସମସ୍ତେ ଜାଣିଯାଆନ୍ତି ସେ ଆଉ କେହି ନୁହେଁ ସେ ହେଉଛନ୍ତି ଅକ୍ଷୟ କୁମାର। ଅଭିନୟ ଜରିଆରେ ସେ ନିଜ ଫ୍ୟାନମାନଙ୍କ ମନରେ ଜାଗା ତିଆରି କରିସାରିଛନ୍ତି। ଆଗକୁ ଦୀପାବଳି ଅବସରରେ ତାଙ୍କର ଫିଲ୍ମ ‘ସୂର୍ଯ୍ୟବଂଶୀ’ ନଭେମ୍ବର ୨ ରେ ରିଲିଜ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ଶେଟ୍ଟୀ। ଏହି ଚଳଚ୍ଚିତ୍ରରେ ଅକ୍ଷୟ ଖାସ ଭୂମିକାରେ ନଜର ଆସିବେ। ଫିଲ୍ମର ପ୍ରୋମୋସନ ମଧ୍ୟ ଆରମ୍ଭ ହୋଇଗଲାଣି।

ତେବେ ୟାରି ଭିତରେ ତାଙ୍କର ଏକ ଥ୍ରୋବ୍ୟାକ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅକ୍ଷୟ କୁମାରଙ୍କ ଏହି ଭିଡିଓ ଅଗଷ୍ଟ ୨୦୧୭ ର ସ୍ୱାଧୀନତା ଦିବସର। ଅକ୍ଷୟ କୁମାର ନିଜ ଫିଟନେସକୁ ନେଇ ଅଧିକ ସଚେତନ। ସେଥିପାଇଁ ସେ ସବୁବେଳେ ହିଁ ନିଜକୁ ସୁସ୍ଥ ରଖିବା ପାଇଁ କିଛି ନା କିଛି ଆକ୍ଟିଭିଟି କରୁଥାଆନ୍ତି। ସେମିତି ସେ ତାଙ୍କ ଫ୍ରି ଟାଇମରେ ସାଇକ୍ଲିଙ୍ଗ କରିବାକୁ ମଧ୍ୟ ପସନ୍ଦ କରନ୍ତି। ତେଣୁ ଏହି ଭିଡିଓରେ ମଧ୍ୟ ସେ ଖୁସି ହୋଇ ସାଇକ୍ଲିଙ୍ଗ କରୁଛନ୍ତି। ଏହା ସହିତ କହୁଛନ୍ତି ସେ ଯେଉଁ ଦେଶରେ ସ୍ୱାଧୀନତା ପାଇଛନ୍ତି ସେ ଦେଶରେ ସେ ସ୍ୱାଧୀନତା ପାଳନ କରୁଛନ୍ତି। ଯାହା ତାଙ୍କ ପାଇଁ ଗର୍ବର ବିଷୟ। ସାଇକେଲ ଚଲାଉଥିବା ସମୟରେ ଦୁଇ ହାତକୁ ଛାଡି ଓ ନିଜର ସ୍ୱାଧିନତାକୁ ଉପଭୋଗ କରି ସେ ଅତ୍ୟନ୍ତ ଖୁସି ହୋଇଯାଇଥିଲେ। ତେବେ ସାଇକେଲ ଉପରୁ ସନ୍ତୁଳନ ହରାଇ ସେ ହସି ହସି ଗଳିପଡିଥିଲେ ଫିଲ୍ଡରେ।

ଭିଡିଓ ଦେଖିଲେ ଆପଣ ଜାଣି ପାରିବେ କେତେ ଫନି ଏହି ଭିଡିଓଟି। ତେବେ ବର୍ତ୍ତମାନ ଏହି ଭିଡିଓଟି ଅଧିକ ଭାଇରାଲ ହେବାକୁ ଲାଗିଛି। ଖିଲାଡି ଷ୍ଟାର ଅକ୍ଷୟ କୁମାର ନିଜ ଅଭିନୟ କ୍ୟାରିଅର ଭିତରେ ଅନେକ ଭଲ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଆଗକୁ ମଧ୍ୟ ତାଙ୍କ ଫିଲ୍ମର ରହିଛି ଲମ୍ବା ଲିଷ୍ଟ। ଆଗକୁ ରିଲିଜ ହେବାକୁ ଥିବା ଫିଲ୍ମ ଗୁଡିକ ହେଉଛି ସୂର୍ଯ୍ୟବଂଶୀ, ବଚ୍ଚନ ପାଣ୍ଡେ, ରକ୍ଷା ବନ୍ଧନ, ରାମ ସେତୁ, ଅତରଙ୍ଗି ରେ, ପୃଥ୍ଵୀ ରାଜ, ମିସନ ସିଣ୍ଡ୍ରେଲା ଓ ଓ ମାଇ ଗଡ ୨। ଏହିପରି ଭାବରେ ଅକ୍ଷୟ କୁମାରଙ୍କ ଅନେକ ଫିଲ୍ମ ରିଲିଜ୍ ହେବାକୁ ଯାଉଛି, ହେଲେ ଖାଲି ଏତିକି ଦେଖିବାକୁ ବାକି ରହିଲା ଯେ ଏହି ଫିଲ୍ମଗୁଡିକ ହଲରେ ରିଲିଜ ହେବ ନା ଓଟିଟି ପ୍ଲାଟଫର୍ମରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.