୨୦୨୦ର ଆୟ ତାଲିକାର ଏକ ନମ୍ବରରେ ଅଛନ୍ତି ଅଭିନେତା ଅକ୍ଷୟ କୁମାର, ଜାଣନ୍ତୁ କେତେ ରହିଛି ତାଙ୍କ ଆୟ

ନୂଆଦିଲ୍ଲୀ : ଚଳଚ୍ଚିତ୍ର ଜଗତରେ କେଉଁ ଅଭିନେତାଙ୍କ ଆୟ କେତେ ପ୍ରାୟ ସମସ୍ତେ ଜାଣିବାକୁ ଚାହିଁଥାନ୍ତି । ଏ ସମ୍ପର୍କରେ ଫୋର୍ବସ୍‌ ମାଗାଜିନ୍‌ ଚଳିତ ବର୍ଷ ବା ୨୦୨୦ର ସବୁଠୁ ମହଙ୍ଗା ଅଭିନେତାଙ୍କ ତାଲିକା ପ୍ରକାଶ କରିଛି । ଏଥିରେ ବଲିଉଡ୍‌ରର ୧ ନମ୍ବର ତାଲିକାରେ ଅଛନ୍ତି ସୁପରଷ୍ଟାର ଅକ୍ଷୟ କୁମାର । ଅକ୍ଷୟ ୨୦୨୦ରେ ମୋଟ୍‌ ୪୮.୫ ମିଲିୟନ୍‌ ଡଲାର ଆୟ କରିଥିବା ଜଣାଯାଇଛି ।

a kumar.jpg-2

ଯେଉଁଥିପାଇଁ ଅକ୍ଷୟ ବିଶ୍ୱର ଶ୍ରେଷ୍ଠ ୧୦ ଜଣ ଅଭିନେତାଙ୍କ ତାଲିକାରେ ସାମିଲ ହୋଇପାରିଛନ୍ତି । ବିଶ୍ୱ ତାଲିକାର ଷଷ୍ଠ ସ୍ଥାନରେ ଅଛନ୍ତି ଅକ୍ଷୟ କୁମାର । ଫିଲ୍ମକୁ ବାଦ ଦେଲେ ଅକ୍ଷୟଙ୍କ ଅଧିକାଂଶ ଆୟ ଆସୁଛି ପ୍ରଡକ୍ଟ ଓ ବ୍ରାଣ୍ଡର ବିଜ୍ଞାପନରୁ । ୨୦୧୯ ମସିହା ଜୁନ୍ ୧ରୁ ୨୦୨୦ ମସିହା ଜୁନ୍ ୧ ତାରିଖ ମଧ୍ୟରେ ଆୟକୁ ଦୃଷ୍ଟିରେ ରଖି ‘ଦ ହାଏଷ୍ଟ ପେଡ ଆକ୍ଟର୍ସ-୨୦୨୦’ର ତାଲିକା ପ୍ରକାଶ ପାଇଛି ।

a kumar.jpg-1

ଫୋର୍ବସ୍ ଅନୁଯାୟୀ ଅକ୍ଷୟ କୁମାର ବଲିଉଡରେ ସବୁଠୁ ଅଧିକ ଆୟ କରୁଥିବା ଅଭିନେତା । ଫୋର୍ବସ୍ ମଧ୍ୟ ଅକ୍ଷୟଙ୍କୁ ଭାରତର ସବୁଠୁ ଅଧିକ ଦାନ କରୁଥିବା ସେଲିବ୍ରିଟିଙ୍କ ମଧ୍ୟରେ ସ୍ଥାନିତ କରିଛି । କରୋନା ବେଳେ ଅକ୍ଷୟ ୨୫ କୋଟି ଟଙ୍କା ରିଲିଫ ପାଣ୍ଠିକୁ ଦାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.