ପୁଣିଥରେ ଘୁଞ୍ଚିଲା ଅକ୍ଷୟ କୁମାରଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’, ୩୦ ରେ ହୋଇଥାନ୍ତା ରିଲିଜ୍‌

ଘୁଞ୍ଚିଲା ‘ସୂର୍ଯ୍ୟବଂଶୀ’ର ରିଲିଜ୍‌ ତାରିଖ। କରୋନା ଭାଇରସ୍‌ ସଂକ୍ରମିତ ହୋଇ ଖିଲାଡି ଷ୍ଟାର ଅକ୍ଷୟ କୁମାର ନିକଟରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏହା ପରେ ଏବେ ତାଙ୍କ ଫିଲ୍ମର ରିଲିଜ୍‌ ତାରିଖକୁ ଅନିଶ୍ଚିତ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି। ପ୍ରଥମେ ଏହି ଫିଲ୍ମ ଏପ୍ରିଲ ୩୦ରେ ରିଲିଜ୍‌ ହେବାର ଥିଲା। କିନ୍ତୁ ମହାରାଷ୍ଟ୍ରରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି ମେକର୍ସ ଫିଲ୍ମର ରିଲିଜ୍‌ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଏନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି।

ମୁମ୍ବାଇରେ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ସପ୍ତାହାନ୍ତ ଲକ୍‌ଡାଉନ୍‌ ବି କରାଯାଉଛି। ଏଭଳି ସ୍ଥିତିରେ ଅଧିକାଂଶ ବଡ଼ ଫିଲ୍ମର ରିଲିଜ୍‌ ଘୁଞ୍ଚାଯାଇଛି। ଏ ଅବସରରେ ସିନେମା ଘର ବି ବନ୍ଦ ରହିବ।


ପ୍ରଥମେ ସୂର୍ଯ୍ୟବଂଶୀ ଗତବର୍ଷ ମାର୍ଚ୍ଚ ୨୪ରେ ରିଲିଜ୍‌ ହେବାର ଥିଲା। କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ଫିଲ୍ମର ରିଲିଜ୍‌ ପୋଷ୍ଟପୋନ୍‌ କରାଯାଇଥିଲା। ଏହା ପରେ ଜୁନ୍‌ରେ ଫିଲ୍ମ ରିଲିଜ୍‌ ହେବାର ଥିଲା। ତା’ପରେ ଖବର ଆସିଥିଲା ଯେ ଦୀପାବଳିରେ ଫିଲ୍ମ ପରଦାକୁ ଆସିବ। କିନ୍ତୁ ପୁଣି ଏହି ତାରିଖ ଘୁଞ୍ଚିଥିଲା ଓ ଏପ୍ରିଲ ୩୦ରେ ରିଲିଜ୍‌ ହେବ ବୋଲି ଫିଲ୍ମ ନିର୍ମାତା ଘୋଷଣା କରିଥିଲେ। କିନ୍ତୁ ଏବେ ପୁଣିଥରେ ଫିଲ୍ମର ରିଲିଜ୍‌ ଡେଟ୍‌ ଘୁଞ୍ଚିଛି।

ଏହା ପୂର୍ବରୁ ଅମିତାଭ ବଚ୍ଚନଙ୍କ ଫିଲ୍ମ ଚେହେରେ ଓ ୟଶରାଜ ବ୍ୟାନର୍ସର ଫିଲ୍ମ ‘ବଣ୍ଟି ଔର ବବ୍‌ଲୀ ୨’ର ରିଲିଜ୍‌ ଘୁଞ୍ଚିଛି। ଏବେ ଏପ୍ରିଲରେ ମାତ୍ର ୨ଟି ଫିଲ୍ମ ରିଲିଜ୍‌ ହେବ। ୮ ଏପ୍ରିଲରେ ଅଭିଷେକ ବଚ୍ଚନଙ୍କ ‘ଦ ବିଗ୍‌ ବୁଲ’ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବାକୁ ଯାଉଥିବା ବେଳେ କଙ୍ଗନା ରାଣାଓ୍ଵତଙ୍କ ‘ଥଲାଇବି’ ଏପ୍ରିଲ ୨୩ରେ ରିଲିଜ୍‌ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.