ରିଲରେ ନୁହେଁ ରିୟଲରେ ବି ହିରୋ ଅକ୍ଷୟ କୁମାର, ଖିଲାଡି ବୟଙ୍କ ପାଇଁ ମୃତ ଷ୍ଟଣ୍ଟମ୍ୟାନଙ୍କ ପରିବାର ପାଇଲେ ୨୦ ଲକ୍ଷ

ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର । କେବଳ ରିଲ୍ ନୁହେଁ ରିୟଲ୍ ଲାଇଫରେ ମଧ୍ୟ ଜଣେ ସୁପରଷ୍ଟାର୍ । ଯିଏ ନିଜ ପାଇଁ କମ୍ ଅନ୍ୟମାନଙ୍କ ପାଇଁ ଅଧିକ କରି ସବୁବେଳେ ଚର୍ଚ୍ଚାରେ । ଦେଶର ଯବାନ୍ ଏବଂ ସହିଦ୍ ମାନଙ୍କ ପାଇଁ ଅକ୍ଷୟଙ୍କ ଅବଦାନ କାହାକୁ ବା ଅଜଣା । ଏବେ ପୁଣି ଥରେ ଚର୍ଚ୍ଚାରେ ଅକ୍ଷୟ । ହେଲେ ଯବାନମାନଙ୍କ ପାଇଁ ନୁହେଁ ବରଂ ଫିଲ୍ମ ଇଣ୍ଡଷ୍ଟ୍ରୀର ଷ୍ଟଣ୍ଟମ୍ୟାନ୍ଙ୍କ ପାଇଁ ।
୨୦୧୭ରେ ଷ୍ଟଣ୍ଟ ଆର୍ଟିଷ୍ଟ ମାନଙ୍କ ପାଇଁ ଏକ ଇନ୍ସୋରାନ୍ସ ସ୍କିମ୍ ଲଂଚ୍ କରିଥିଲେ । ଯାହା ଫଳରେ ଏବେ ଜଣେ ଷ୍ଟଣ୍ଟମ୍ୟାନ୍ ଅବଦୁଲ୍ ସତ୍ତାରଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ମିଳିଛି । ଅବଦୁଲଙ୍କର ଦୁଇ ବର୍ଷ ପୁର୍ବେ ଏକ ଗାଡି ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା । ଏକ ମାଲାୟଲାମ୍ ଫିଲ୍ମ ସେଟକୁ ଯିବା ସମୟରେ ଏକ ଦୁର୍ଘଟଣାରେ ଅବଦୁଲଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଦୁଇ ବର୍ଷ ପୂର୍ବ ଅକ୍ଷୟ କୁମାର ଉଠାଇଥିବା ପଦକ୍ଷେପ ପାଇଁ ଆଜି ଅବଦୁଲଙ୍କ ପରିବାର ଲୋକ ଏହି ସ୍କିମର ଲାଭ ଉଠାଇପାରିଛନ୍ତି ।
ଏହା ସହ ପଢନ୍ତୁ ସତ ନା ଗୁଜବ ? କଣ ଅଲଗା ହେବେ ପ୍ରିୟଙ୍କା ଏବଂ ନିକ୍ . . . .
ଏକ ରିପୋର୍ଟ ମୂତାବକ,ମୁଭି ଷ୍ଟଣ୍ଟ ଆର୍ଟିଷ୍ଟ୍ ଆସୋସିଏସନର ଜେନେରାଲ୍ ସେକ୍ରେଟାରୀ ଅକ୍ଷୟ କୁମାରଙ୍କୁ ଅବଦୁଲଙ୍କ ପରିବାର ପାଇଁ ସହାୟତା ମାଗିଥିଲେ । କିନ୍ତୁ ସେତେବେଳେ କୌଣସି ଷ୍ଟଣ୍ଟମ୍ୟାନଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ମିଳିବା ସହଜ ନଥିଲା । ତେଣୁ ଅକ୍ଷୟ କୁମାର ୫୫୦ ଷ୍ଟଣ୍ଟମ୍ୟାନଙ୍କ ପାଇଁ ଇନ୍ସୋରାନ୍ସ ପଲିସି କରିବା ଆରମ୍ଭ କରିଦେଲେ ।
ଏହି ସ୍କିମକୁ ଲଂଚ୍ କରିବା ସମୟରେ ଅକ୍ଷୟ କୁମାର କହିଥିଲେ , ସେ ପ୍ରଥମେ ଜଣେ ଷ୍ଟଣ୍ଟମ୍ୟାନ୍ ଏବଂ ପରେ ଜଣେ ଅଭିନେତା । ଷ୍ଟଣ୍ଟମ୍ୟାନଙ୍କ କାମ ସବୁଠାରୁ କଠିନ ପରିଶ୍ରମୀ ହୋଇଥାଏ । ସେମାନେ ନିଜ ଜୀବନକୁ ପାଣି ଛଡାଇ ଏହି କାମ କରିଥାନ୍ତି । ତେଣୁ ସେମାନଙ୍କ କାମକୁ ପ୍ରୋତ୍ସାହିତ କରିବା ପାଇଁ ଏହି ସ୍କିମ୍ ଆଣିବା ନିହାତି ଜରୁରୀ ।