ଦଶହରା ଅବସରରେ ଅକ୍ଷୟ କୁମାର ଲଞ୍ଚ୍‌ କଲେ FAU-G ଗେମ୍‌ର ଟିଜର, ଯବାନଙ୍କୁ ମିଳିବ ଫାଇଦା

ଲୋକପ୍ରିୟ ଗେମିଂ ଆପ୍‌ ପବ୍‌ଜି ସମେତ ଚୀନ୍‌ର ପ୍ରାୟ ୧୧୮ଟି ମୋବାଇଲ ଆପ୍‌କୁ ଭାରତ ସରକାର ବ୍ୟାନ୍‌ କରିଛନ୍ତି। ଏସବୁ ଆପ୍‌ ଭାରତର ଏକତା, ଅଖଣ୍ଡତା ଓ ଶାନ୍ତି ବ୍ୟବସ୍ଥା ଭଙ୍ଗ କରୁଥିବାରୁ ଏସବୁ ଆପ୍‌କୁ ବନ୍ଦ କରି ଦିଆଯାଇଛି। ଏହା ପରେ ଅକ୍ଷୟ କୁମାର ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ ମେଡ୍‌ ଇନ୍‌ ଇଣ୍ଡିଆ ମଲ୍ଟି ପ୍ଲେୟର ଆକ୍ସନ୍‌ ଗେମ୍‌ର ଘୋଷଣା କରିଛନ୍ତି। ଏହାର ଫାଇଦା ଭାରତୀୟ ସେନାର ଯବାନ୍‌ଙ୍କୁ ବି ମିଳିବ। ଆଜି ଦଶହରା ଅବସରରେ ଅକ୍ଷୟ କୁମାର ଏହି ଗେମ୍‌ର ଟିଜର ମଧ୍ୟ ଲଞ୍ଚ୍‌ କରିଛନ୍ତି।

ସୋସିଆଲ ମିଡିଆରେ ଅକ୍ଷୟ କୁମାର ଗେମ୍‌ FAU-G ‘ଫୌଜ୍‌’ ବିଷୟରେ ଘୋଷଣା କରି କହିଛନ୍ତି ମୋଦିଙ୍କ ଆତ୍ମନିର୍ଭର ଭାରତକୁ ସପୋର୍ଟ କରି ମଲ୍ଟିପ୍ଲେୟାର ଆକ୍ସନ୍‌ ଗେମ୍‌ର ଘୋଷଣା କରିବା ଅବସରରେ ମୁଁ ଗର୍ବ ଅନୁଭବ କରୁଛି। ଫେୟାରଲେସ୍‌ ଆଣ୍ଡ ୟୁନାଇଟେଡ୍‌ ଗାର୍ଡସ ଫୌଜ। ମନୋରଞ୍ଜନ ସହ ପ୍ଲେୟାର୍ସ ସୈନିକଙ୍କ ବଳିଦାନ ବିଷୟରେ ମଧ୍ୟ ଜାଣିପାରିବେ। ରାଜସ୍ୱର ୨୦ ପ୍ରତିଶତ #BharatKeVeer ଟ୍ରଷ୍ଟକୁ ଦାନ କରାଯିବ।

 

ସୂଚନାଯୋଗ୍ୟ ଯେ ଭାରତରେ ବ୍ୟାନ୍‌ ହେବାର ଗୋଟିଏ ଦିନ ପରେ ପାଇଁ ପବ୍‌ଜିର ମୋବଇଲ ଭର୍ସନ ଓ ଲାଇଟ୍‌ ଭର୍ସନକୁ ଗୁଗଲ ପ୍ଲେ ଷ୍ଟୋର ଓ ଆପଲ ଆପ୍‌ ଷ୍ଟୋରରୁ ହଟାଇ ଦିଆଯାଇଛି। ଲୋକମାନେ ଏହାକୁ ଡାଉନ୍‌ଲୋଡ୍‌ କରିପାରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.