‘କେଶରୀ ଚାପ୍ଟର ୨’ ର ଟିଜର ରିଲିଜ, ଟିଜର ଦେଖି ଦର୍ଶକ ଭାବବିହ୍ବଳ

ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘କେଶରୀ ଚାପ୍ଟର ୨’ ର ଟିଜର ରିଲିଜ ହୋଇଛି । ଯାହାର ଟିଜର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ‘କେଶରୀ ଚାପ୍ଟର ୨’  ଦି ଅନଟୋଲ୍ଡ ଷ୍ଟୋରୀ ଜାଲିୱାନାବାଗ୍ ସମ୍ବନ୍ଧୀୟ କାହାଣୀ । ଯେଉଁ କାହାଣୀ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଆଧାରିତ ।  ଯାହାକୁ ଦେଖିବା ପାଇଁ  ଅନେକ ବର୍ଷ ଅପେକ୍ଷାରେ ରହିଛନ୍ତି ଦର୍ଶକ । ଅକ୍ଷୟ କୁମାରଙ୍କୁ ବ୍ରିଟିଶ ଦଳ ବିପକ୍ଷରେ ଲଢେଇ କରୁଥିବା ଚରିତ୍ରରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସମେତ ଅନନ୍ୟା ପାଣ୍ଡେ ଏବଂ ମାଧବନ ମଧ୍ୟ ନଜରରେ ଆସିବେ । ଏହି ଫିଲ୍ମର ଟିଜରଟି ଦମଦାର ହୋଇଛି ବୋଲି ଚର୍ଚ୍ଚା ହେଉଛି ।

୧୯୧୯ ମସିହାର ଜାଲିୱାନାବାଗରେ ବ୍ରିଟିଶ ସରକାରଙ୍କ ଦ୍ବାରା ନିରୀହ ଲୋକଙ୍କ ପ୍ରତି ହୋଇଥିବା ଅତ୍ୟାଚାର ଉପରେ ‘କେଶରୀ ଚାପ୍ଟର ୨’ ଫିଲ୍ମଟି ଆଧାରିତ । କରଣ ସିଂହ ତ୍ୟାଗୀ ନିର୍ଦେଶିତ ଏହି ଚଳଚ୍ଚିତ୍ର ୧୯୧୯ ମସିହା ଏପ୍ରିଲ ୧୩ ତାରିଖରେ ଘଟିଥିବା ଜାଲିଆନଓ୍ବାଲା ବାଗ ହତ୍ୟାକାଣ୍ଡ ପରବର୍ତ୍ତୀ ଘଟଣାକ୍ରମ ଉପରେ ଆଧାରିତ । ଟିଜରରେ ଫିଲ୍ମର କାହାଣୀର ଝଲକ୍‌ ଦେଖିବାକୁ ମିଳିଛି । ୧ ମିନିଟ୍‌ ୨୯ ସେକେଣ୍ଡର ଏହି ଟିଜରର ପ୍ରଥମ ୩୦ ସେକେଣ୍ଡର ଭିଡିଓ ଦର୍ଶକଙ୍କ ହୃଦୟ ଥରାଇ ଦେଇଛି। ଫିଲ୍ମରେ ଅକ୍ଷୟ କୁମାର ଓକିଲ ଭୂମିକାରେ ଅଭିନୟ କରିଛନ୍ତି ।

ଅଭିନେତାଙ୍କ ଅଭିନୟ ଦ୍ବାରା ‘କେଶରୀ ଚାପ୍ଟର ୨’ ଟିଜରଟି ଜୀବନ୍ତ ହୋଇଉଠିଛି । ଟିଜରଟି ସେହି ସମୟର ଭୟଙ୍କର ରୂପକୁ ପ୍ରତିଫଳିତ କରିଛି । ଯାହାର ଟିଜର ଦେଖିବା ପରେ ଦର୍ଶକ ଭାବବିହ୍ବଳ ହୋଇପଡିଛନ୍ତି । ସମ୍ପୂର୍ଣ୍ଣ ଟିଜରରେ ଅନନ୍ୟା ପାଣ୍ଡେଙ୍କ ଅଭିନୟର ଝଲକ ଦେଖିବାକୁ ପାଇଛନ୍ତି  ଦର୍ଶକ । ସେହି ସମୟର ଶଙ୍କରନ୍ ନାୟରଙ୍କ ଚରିତ୍ରର ଅଭିନୟକୁ ବେଶ୍ ସୁନ୍ଦର ଭାବେ ତୁଲାଇଛନ୍ତି ଅକ୍ଷୟ କୁମାର । ‘କେଶରୀ ଚାପ୍ଟର ୨’ ଫିଲ୍ମ ଗଣ ହତ୍ୟା ପରିସ୍ଥିତି ଏବଂ ବିଚାରକୁ ଦର୍ଶାଇବାର ଏକ ସୁନ୍ଦର ପ୍ରୟାସ ।

ଟିଜର କିଛି ଝଲକ ଦେଇ ଅକ୍ଷୟକୁମାର କ୍ୟାପସନରେ କହିଛନ୍ତି ଯେ, ସେ ତାଙ୍କ ମୁଣ୍ଡକୁ ଉଚ୍ଚା ରଖିଥିଲେ । ଏହି ହତ୍ୟାକାଣ୍ଡ ସମ୍ପର୍କରେ ଭାରତ ଜାଣିବା ଉଚିତ୍ ବୋଲି ମଧ୍ୟ କହିଛନ୍ତି । ‘କେଶରୀ ଚାପ୍ଟର ୨’ ଫିଲ୍ମଟି ୧୮ ଏପ୍ରିଲରେ ରିଲିଜ ହବାକୁ ନେଇ ଅପଡେଟ୍ ଦେଇଛନ୍ତି ଅକ୍ଷୟ ।

Also Read : ରିଲିଜ ହେଲା ‘ସିକନ୍ଦର’ର ଦମଦାର ଟ୍ରେଲର, ୧୪ ଘଣ୍ଟାରେ ଭାଙ୍ଗିଲା ସମସ୍ତ ରେକର୍ଡ