ଖିଲାଡିଙ୍କୁ ମଧ୍ୟ ଭାରି ପଡିଥିଲା ଫିଲ୍ମର ଯୁଦ୍ଧ, ଭିଡିଓରେ କହିଲେ ଅନୁଭବ

ମୁମ୍ବାଇ : ରିଲିଜ୍ ହୋଇଛି ଅକ୍ଷୟ କୁମାରଙ୍କ ପିଲ୍ମ କେଶରୀର ମେକିଂ ଭିଡିଓ। ଭିଡିଓରେ ଫିଲ୍ମର କାହାଣୀ ବିଷୟରେ କହୁଛନ୍ତି ଅକ୍ଷୟ। ଯୁଦ୍ଧ ସିନ୍ ସୁଟିଂ କରିବା ସବୁଠାରୁ କଷ୍ଟକର। ପାହାଡ ଉପରେ ଅଧିକ ଓଜନର ପଗଡି ପିନ୍ଧି ଯୁଦ୍ଧ କରିବା ଅକ୍ଷୟ ପାଇଁ ଖୁବ୍ କଷ୍ଟକର ଥିଲା। ସାରାଗଢୀ ଯୁଦ୍ଧକୁ ନେଇ ଫିଲ୍ମର କାହାଣୀ ପର‌୍ୟ୍ୟବେସିତ।

୧୮୯୭ ମସିହା ସେପ୍ଟେମ୍ବର ୧୨ ତାରିଖରେ ଇଂରେଜ ଓ ଆଫଗାନ ଓରକଜଇ ଜନଜାତିଙ୍କ ମଧ୍ୟରେ ଲଢେଇ ହୋଇଥିଲା। ସେତେବେଳେ ବ୍ରିଟିସଙ୍କ ସେନାରେ ୨୧ଜଣ ଶିଖ ସେନା ଥିଲେ। ସେମାନଙ୍କ ଉପରକୁ ୧୦ହଜାର ଆଫଗାନ୍ ସେନା ଆକ୍ରମଣ କରିଥିଲେ। ଶିଖଙ୍କ ନେତୃତ୍ୱ ନେଇଥିବା ହାବିଲଦାର ଇଶର ସିଂ ବୀରତ୍ୱର ସହ ଲଢିଥିଲେ।

kesari-pic

ଫିଲ୍ମରେ ଇଶର ସିଂଙ୍କ ଭୂମିକାରେ ଅଭିନୟ କରିଛନ୍ତି ଅକ୍ଷୟ କୁମାର। ପରିଣୀତି ଚୋପ୍ରା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଫିଲ୍ମର ନିର୍ମାଣ ‘କିପ ଅଫ ଗୁଡ ହୋପ ଫିଲ୍ମସ୍ ଓ କରଣ ଜୌହରଙ୍କ ଧର୍ମା ପ୍ରଡକ୍ସନ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ସିଂହ। ମାର୍ଚ୍ଚ ୨୧ରେ ରିଲିଜ୍ ହେବ ଫିଲ୍ମ କେଶରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.