ଏହି କାରଣରୁ ଅକ୍ଷୟ କୁମାର ପ୍ରତିଦିନ ପିଇଥାନ୍ତି ଗୋମୂତ୍ର, ଇନଷ୍ଟାଗ୍ରାମ ଲାଇଭରେ ଖୋଲିଲେ ରାଜ

ବଲିଉଡ ଖିଲାଡି ଅର୍ଥାତ୍ ଅକ୍ଷୟ କୁମାର ଖୁବ୍ ଶୀଘ୍ର ଲୋକପ୍ରିୟ ସୋ ‘Into the wild with Bear Grylls’ରେ ନଜର ଆସିବେ । ଏଥିରେ ସେ ବାୟର୍ ଗ୍ରିଲ୍ସଙ୍କ ସହିତ ଘନ ଜଙ୍ଗଲ ମଧ୍ୟରେ ଦୁଃସାହସିକ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିବ।ନିକଟରେ ଶୋ’ର ପ୍ରୋମୋ ଜାରି କରାଯାଇଥିଲା ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ ।

ନିକଟରେ ଅକ୍ଷୟ କୁମାର ବେଲ ବଟମ ସୁଟିଂରୁ ସମୟ ବାହାର କରି ହୁମା କୁରେଶୀଙ୍କ ସହ ଏକ ଇନଷ୍ଟାଗ୍ରାମ ଲାଇଭ କରିଥିଲେ ଯେଉଁଥିରେ ବିୟର ଗ୍ରିଲ୍ସ ମଧ୍ୟ ତାଙ୍କ ସହ ଯୋଗ ଦେଇଥିଲେ । ହୁମା ବିୟର ଗ୍ରିଲ୍ସଙ୍କୁ ପଚାରିଥିଲେ ଯେ ସେ କିପରି ଅକ୍ଷୟ କୁମାରଙ୍କୁ ହାତୀମଳ ସହିତ ଚା ପିଇବାକୁ ପ୍ରବର୍ତ୍ତାଇଥିଲେ । କିନ୍ତୁ ଏହି ସମୟରେ ଅକ୍ଷୟଙ୍କର ଆଉ ଏକ ବଡ ଖୁଲାସା ଚର୍ଚ୍ଚାର ବିଷୟ ପାଲଟିଥିଲା । ଅକ୍ଷୟ କହିଥିଲେ ମୁଁ ଚିନ୍ତିତ ନଥିଲି ବରଂ ମୁଁ ବହୁତ ଉତ୍ସାହିତ ଥିଲି । ଏହାସହିତ ସେ କହିଥିଲେ ଯେ ଆୟୁର୍ବେଦିକ କାରଣରୁ ମୁଁ ପ୍ରତିଦିନ ଗୋମୂତ୍ର ପିଇଥାଏ ତେଣୁ ଏହା କରିବା ମୋ ପକ୍ଷେ କଷ୍ଟସାଧ୍ୟ ନଥିଲା ।

 

View this post on Instagram

 

@beargrylls @iamhumaq @discoveryplusindia @discoverychannelin

A post shared by Akshay Kumar (@akshaykumar) on


ଲାଇଭ୍ ଚାଟ୍ ରେ ବିୟର ଗ୍ରିଲ୍ସ ଅକ୍ଷୟ କୁମାରଙ୍କୁ ପ୍ରଶଂସା କରି କହିଥିଲେ ଯେ ଯେତେବେଳେ ଲୋକମାନେ ପ୍ରସିଦ୍ଧ ହୁଅନ୍ତି ସେତେବେଳେ ସେମାନେ ନିଜ କମ୍ଫର୍ଟ ଜୋନ ବାହାରେ କାମ କରିବା ବନ୍ଦ କରିଦିଅନ୍ତି କାରଣ ସେମାନେ ଦୁର୍ବଳ ଦେଖାଯିବାକୁ ଭୟ କରନ୍ତି କିନ୍ତୁ ଅକ୍ଷୟ ସେପରି ନୁହଁନ୍ତି । ସେ ସବୁକିଛି କରିବା ପାଇଁ ପ୍ରସ୍ତୁତ ଥାନ୍ତି । ସୂଚନା ଅନୁଯାୟୀ ଅକ୍ଷୟ କୁମାର ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବେଲ ବଟମ୍’ର ସୁଟିଂ ପାଇଁ ସ୍କଟଲ୍ୟାଣ୍ଡ ଯାଇଛନ୍ତି। ଏହି ଚଳଚ୍ଚିତ୍ରରେ ଅକ୍ଷୟଙ୍କ ବ୍ୟତୀତ ଲାରା ଦତ୍ତ ଏବଂ ବାନି କପୁର ମଧ୍ୟ ଅଭିନୟ କରିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.