୩୦ ବର୍ଷ ପରେ ଏକାଠି ନଜର ଆସିଲେ ଅକ୍ଷୟ କୁମାର-ଶିଳ୍ପା ସେଟ୍ଟୀ, ଚୁରାକେ ଦିଲ ତେରା ଗୀତରେ ଡ୍ୟାନ୍ସ

୩୦ ବର୍ଷ ପରେ ଏକାଠି ନଜର ଆସିଲେ ”ଚୁରାକେ ଦିଲ ତେରା” ଗୀତର ଦମଦାର ଯୋଡି ଅକ୍ଷୟ କୁମାର ଓ ଶିଳ୍ପା ସେଟ୍ଟୀ । ଏଚ୍ଟିର ଏକ ଆୱାର୍ଡ ଇଭେଣ୍ଟରେ ଦୁହେଁ ”ଚୁରାକେ ଦିଲ ତେରା” ଗୀତରେ ଡ୍ୟାନ୍ସ କରି ଦର୍ଶକଙ୍କ ମନ ଜିଣିଛନ୍ତି । ଯାହାର ଭିଡିଓ ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଦୀର୍ଘ ଦିନ ପରେ ନବେ ଦଶକର ଏହି ହିଟ୍ ଯୋଡ଼ିକୁ ପୁଣିଥରେ ଏକାଠି ଦେଖିବା ପରେ ସେମାନଙ୍କ ଫ୍ୟାନ୍ସ ବେଶ ଖୁସି ହୋଇଛନ୍ତି ।
ଦୁହେଁ ଦୁହିଁଙ୍କ ଠାରୁ ଦୀର୍ଘଦିନ ଧରି ଅଲଗା ହୋଇରହିଥିବା ଏହି ଚର୍ଚ୍ଚିତ ଯୋଡ଼ି ପୁଣିଥରେ ଏକାଠି ନଜରରେ ଆସିବା ପରେ ତାଙ୍କ ଇଏ କୌଣସି ଟ୍ରିଟ୍ ଠାରୁ କମ୍ ନଥିଲା ବୋଲି କହିଛନ୍ତି ଫ୍ୟାନ୍ସମାନେ । ଉଭୟ ୨୦୨୫ ଆୱାର୍ଡ ଶୋ’ରେ ଯୋଗ ଦେଇ “ମେ ଖିଲାଡି ତୁ ଅନାଡି” ଗୀତରେ ପରଫରମାନ୍ସ କରି ଷ୍ଟେଜରେ ଗ୍ରାଣ୍ଡ ଏଣ୍ଟ୍ରି କରିଥିଲେ । ଯାହାକୁ ଦେଖିବାପରେ ଇଭେଣ୍ଟ ଟି ଫ୍ୟାନ୍ସମାନଙ୍କ କରତାଳିରେ ସମଗ୍ର ଷ୍ଟେଜ ପ୍ରକମ୍ପିତ ହୋଇଉଠିଥିଲା ।
ଏହି ଇଭେଣ୍ଟରେ ଉଭୟଙ୍କୁୁ ଧଳା ରଙ୍ଗର ପୋଷାକରେ ଦେଖିବାକୁ ମିଳିଥିଲା । ହ୍ୱାଇଟ ଶାଢୀରେ ଶିଳ୍ପା ବହୁତ ସୁନ୍ଦର ଦେଖାଯାଉଥିଲେ । ଦୁହିଁଙ୍କ ପପୁଲାର ଗୀତ ”ଚୁରାକେ ଦିଲ ତେରା”ରେ ପରଫର୍ମ କରିବା ସମୟରେ ଉଭୟଙ୍କ କେମେଷ୍ଟ୍ରି ଦେଖି ଫ୍ୟାନ୍ସମାନେ ଦିୱାନା ହୋଇଯାଇଥିଲେ । ଭାଇରଲ ଭିଡିଓକୁ ଦେଖି ପୁଣିଥରେ ଏକାଠି କାମ କରିବା ପାଇଁ ୟୁଜର୍ସ ମାନେ ପରାମର୍ଶ ଦେଇଛନ୍ତି । ଉଭୟଙ୍କ ମଧ୍ୟରେ ଥିବା ଲଭ ଷ୍ଟୋରୀ ବିଷୟରେ କିଏ ବା ନଜାଣେ ।
୩୦ ବର୍ଷ ତଳର “ମେ ଖିଲାଡି ତୁ ଅନାଡି” ଫିଲ୍ମରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲ। । ଦୁହିଁଙ୍କ ମଧ୍ୟରେ ଥିବା ପ୍ରେମ, ବିବାହରେ ପରିଣତ ହେବାର ଖବର ଶୁଣିବାକୁ ମିଳୁଥିବା ବେଳେ ହଠାତ ବ୍ରେକଅପର ଖବର ଶୁଣିବାକୁ ମିଳିଥିଲା । “ମେ ଖିଲାଡୀ ତୁ ଅନାଡି” ଫିଲ୍ମ ବ୍ୟତୀତ “ଯାନବର”, “ଈସାଫ” ଭଳି ଅନେକ ସୁପରହିଟ ଫିଲ୍ମରେ ଏହି ଯୋଡି ନଜରରେ ଆସିଥିଲେ । ଶେଷଥର ପାଇଁ ଉଭୟ ଧଡକନ ଫିଲ୍ମରେ ନଜରରେ ଆସିଥିଲେ । ବ୍ରେକ୍ଅପ ପରଠୁ ଉଭୟଙ୍କୁ ଦେଖିବାର ମୌକା ପାଇନଥିଲେ ଦର୍ଶକ । ଦୀର୍ଘଦିନ ପରେ ପୁଣିଥରେ ଉଭୟଙ୍କ କେମେଷ୍ଟ୍ରି ବେଶ ପସନ୍ଦ କରିଛନ୍ତି ଦର୍ଶକ ।
Also Read :ଗୋବିନ୍ଦାଙ୍କ ସହ ଛାଡପତ୍ର ଗୁଜବକୁ ନେଇ ମୁହଁ ଖୋଲିଲେ ସୁନିତା ଆହୁଜା, କହିଲେ ବଡ଼ କଥା