ଆକ୍ସନ୍‌ ଷ୍ଟାର ଅକ୍ଷୟ କୁମାରଙ୍କ ଆଣ୍ଠୁରେ ଲାଗିଲା ଆଘାତ, ଅଧାରୁ ବନ୍ଦ ହେଲା ସୁଟିଂ!

ବର୍ତ୍ତମାନ ବଲିଉଡରେ ଅନେକ ବଡ ବଡ ଫିଲ୍ମକୁ ନେଇ ଜବରଦସ୍ତ ଚର୍ଚ୍ଚା ହେଉଛି। ତେବେ ଅଭିନେତା ଅକ୍ଷୟ କୁମାରଙ୍କୁ ‘ବଡ଼େ ମିଆଁ ଛୋଟେ ମିଆଁ’ ଚଳଚ୍ଚିତ୍ରର ସୁଟିଂ ସମୟରେ ଆଘାତ ଲାଗିଥିବାବେଳେ ବର୍ତ୍ତମାନ ସେ ଏବେ କାମରୁ ବିରତି ନେଇଛନ୍ତି।

ମୁମ୍ବାଇ: ବର୍ତ୍ତମାନ ବଲିଉଡରେ ଅନେକ ବଡ ବଡ ଫିଲ୍ମକୁ ନେଇ ଜବରଦସ୍ତ ଚର୍ଚ୍ଚା ହେଉଛି। କେତେକ ଫିଲ୍ମ ରିଲିଜ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଆଉ କିଛି ଫିଲ୍ମର ସୁଟିଙ୍ଗ ଚାଲୁଛି। ତେବେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ପାଖରେ ଫିଲ୍ମର ଲମ୍ବା ତାଲିକା ରହିଥିବାବେଳେ, ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବଡ଼େ ମିଆଁ ଛୋଟେ ମିଆଁ’ର ସୁଟିଂ ଚାଲିଛି। ଶୁଣିବାକୁ ମିଳିଥିଲା ଯେ ଏହି ଫିଲ୍ମର ବଜେଟ୍‌ ୩୦୦ କୋଟି ଟଙ୍କା ରହିଛି।

ତେବେ ଅଲ୍ଲୀ ଅବାସ୍‌ ଜାଫରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅକ୍ଷୟ କୁମାର ଓ ଟାଇଗର୍‌ ଶ୍ରଫ୍‌ ଏକତ୍ର ନଜର ଆସିବେ। କିଛି ଦିନ ତଳେ ନିର୍ଦ୍ଦେଶକ ବନ୍ଧୁକ, ଟ୍ୟାଙ୍କ୍‌ ଓ ହ୍ବାଟ୍‌ନଟ୍‌ ଥିବା ସ୍କଟଲ୍ୟାଣ୍ଡରୁ ଏକ ଆକ୍ସନ ଭିଡିଓ ସେୟାର କରିଥିଲେ। ଅପରପକ୍ଷେ ଏହି ଫିଲ୍ମକୁ ନେଇ ପୁଣି ଏକ କବର ସାମ୍ନାକୁ ଆସିଛି। ଏହି ଫିଲ୍ମର ଲିଡ୍ ଅଭିନେତା ଅକ୍ଷୟ କୁମାର ଏହି ଚଳଚ୍ଚିତ୍ର ‘ବଡ଼େ ମିଆଁ ଛୋଟେ ମିଆଁ’ର ସେଟରେ ଆହତ ହୋଇଥିବାବେଳେ ବର୍ତ୍ତମାନ ସେ ସୁଟିଂରୁ ବିରତି ନେଇଛନ୍ତି। ତାଙ୍କ ଟିମ୍‌ ଉଭୟ ଅକ୍ଷୟ ଏବଂ ଟାଇଗର ଶ୍ରଫଙ୍କ ସହ ସ୍କଟଲ୍ୟାଣ୍ଡରେ ସୁଟିଂ କରୁଥିବା ବେଳେ ଏକ ଷ୍ଟଣ୍ଟ ସୁଟିଂ ସମୟରେ ଆକ୍ସନ୍ ଷ୍ଟାର ଅକ୍ଷୟଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା।

tiger shraf

ତେବେ ଏହି ଅଘଟଣ ପରେ ଡାକ୍ତର ତାଙ୍କୁ କିଛି ସମୟ ପାଇଁ ଷ୍ଟଣ୍ଟ ସିନ୍ ଠାରୁ ଦୂରରେ ରହିବାକୁ କହିଛନ୍ତି ଏବଂ ଫିଲ୍ମର ସ୍କଟଲ୍ୟାଣ୍ଡ୍ କାର୍ଯ୍ୟସୂଚୀକୁ ଶେଷ କରିବାକୁ ତାଙ୍କର ଅନ୍ୟ ଦୃଶ୍ୟକୁ କ୍ଲୋଜ ଅପ୍ ସହିତ ସୁଟିଂ କରାଯାଇଛି। ‘ବଡ଼େ ମିଆଁ ଛୋଟେ ମିଆଁ’କୁ ନେଇ ପୂର୍ବରୁ ଅନେକ ପ୍ରକାରର ଗୁଜବ ଉଠିଛି, ତଥାପି ଏକଥା ସତ ବୋଲି କୁହାଯାଉଛି ।

‘ବଡ଼େ ମିଆଁ ଛୋଟେ ମିଆଁ’ର ଫିଲ୍ମଟି ୧୯୯୮ ମସିହାର ଅମିତାଭ ବଚ୍ଚନ ଓ ଗୋବିନ୍ଦାଙ୍କ ଅଭିନୀତ ଫିଲ୍ମର ରିମେକ ନୁହେଁ। ଅନ୍ଯପଟେ ଏହି ଫଇଲ୍ମରେ ମୁଖ୍ୟ ଭୂମିକାରେ ସୋନାକ୍ଷୀ ସିହ୍ନା ଏବଂ ପୃଥ୍ବୀରାଜ୍‌ ସୁକୁମାରନ ମଧ୍ୟ ଅଭିନୟ କରିଛନ୍ତି। ଚଳିତବର୍ଷ ଡିସେମ୍ବର ୨୫ ତାରିଖରେ ଚଳଚ୍ଚିତ୍ରଟି ପରଦାକୁ ଆସିବ ବୋଲି ଶୁଣିବାକୁ ମିଳୁଛି।