କରୋନାରେ ସଂକ୍ରମିତ ଅକ୍ଷୟ କୁମାର, କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗଦେବେ ନାହିଁ; ଟ୍ୱିଟ କରି ଦେଲେ ସୂଚନା

ବଲିଉଡ ଆକ୍ଟର ଅକ୍ଷୟ କୁମାର କରୋନା ସଂକ୍ରମିତ ହୋଇଛନ୍ତି। ଅଭିନେତା ନିଜେ ନିଜ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ନିକଟରେ ହେବାକୁ ଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସେ ଯୋଗ ଦେଇଥାନ୍ତେ । ଏବେ ସେ ଆଉ ନଯାଇ ପାରନ୍ତି । ସେ ଏ ଆର୍ ରହମାନ, ଶେଖର କପୁର, ପୂଜା ହଗଡେ ଏବଂ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ଭାରତୀୟ ନେତୃମଣ୍ଡଳୀର ପ୍ରତିନିଧିତ୍ୱ କରିବାର କାର୍ଯ୍ୟକ୍ରମ ରହିଛି ।

ଅକ୍ଷୟ ତାଙ୍କର ଟ୍ୱିଟ୍ ରେ କହିଛନ୍ତି ଯେ, ସେ ବହୁତ୍ ଅସୁସ୍ଥ ଅଛନ୍ତି । ତେବେ ବର୍ତ୍ତମାନ ସେ ଆରମ କରିବେ । ସେ କାନ୍ସ ଯାଉଥିବା ପୂରା ଟିମ୍ କୁ ଶୁଭକାମନା ଜଣାଇଛନ୍ତି ।
କାନ୍ସ ଫିଲ୍ମ ଫେଷ୍ଟିଭାଲ ମେ ୧୭ ରୁ ଆରମ୍ଭ ହେବ । ଅକ୍ଷୟ କହିଛନ୍ତି ଯେ ସେ କାନ୍ସ ୨୦୨୨ କୁ ଯାଉଥିବା ଆମର ସିନେମା ପାଇଁ ଆଗ୍ରହୀ ଥିଲେ । ଏହା ଦୁଖଃଦ ଘଟଣା ଯେ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅକ୍ଷୟ କୁମାର ମଧ୍ୟ ତାଙ୍କ ଟ୍ୱିଟରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଟ୍ୟାଗ କରିଛନ୍ତି।

ସୂଚନା ମୁତାବକ ପୁର୍ବରୁ ମଧ୍ୟ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ୨୦୨୧ ରେ ସେ ସଂକ୍ରମିତ ହୋଇଥିଲେ । ଫିଲ୍ମ ରାମ ସେତୁ ସୁଟିଂ ସମୟରେ ଅକ୍ଷୟ କୁମାର କରୋନା ପଜିଟିଭ୍ ହୋଇଥିଲେ। ଅକ୍ଷୟଙ୍କ ସହ, ରାମ ସେତୁଙ୍କ କ୍ରୁଙ୍କ ଅନେକ ଲୋକ ମଧ୍ୟ କରୋନା ପଜିଟିଭ୍ ହୋଇଥିଲେ। ଯାହା ପରେ ଫିଲ୍ମର ସୁଟିଂ ବନ୍ଦ ହୋଇଯାଇଥିଲା।

ତେବେ ଆଗକୁ ଅକ୍ଷୟଙ୍କ ବହୁପ୍ରତିକ୍ଷିତ ଫିଲ୍ମ ପୃଥ୍ଵୀରାଜ ଚୌହାନ ସିନେମା ଘରକୁ ଆସିବାକୁ ଯାଉଛି । ଏଥିରେ ସେ ପୂର୍ବତନ ବିଶ୍ୱ ସୁନ୍ଦରୀ ମାନୁଷୀ ଚିଲରଙ୍କ ନଜର ଆସିବେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଚନ୍ଦ୍ରପ୍ରକାଶ ଦ୍ୱିବେଦୀ। ଏହା ୟଶ ରାଜ ବ୍ୟାନର ଦ୍ୱାରା ପ୍ରସ୍ତୁତ । ଏହି ଚଳଚ୍ଚିତ୍ରରେ ଅକ୍ଷୟ ଏବଂ ମାନୁଷୀଙ୍କ ବ୍ୟତୀତ ସଞ୍ଜୟ ଦତ୍ତ ଏବଂ ସୋନୁ ସୁଦଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପୃଥ୍ଵୀରାଜ ଜୁନ୍ ୩ ରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.