ଅକ୍ଷୟ କୁମାରଙ୍କ ଠାରୁ ଶାହାରୁଖ ଖାନ୍ଙ୍କ ପର୍ଯ୍ୟନ୍ତ, ବିବାହ ବଂଚାଇବା ପାଇଁ ଦୂରେଇ ରହିଥିଲେ ଅନ ସ୍କ୍ରିନ ଯୋଡିରୁ

ବଲିଉଡରେ ଆଫାୟରସ ଏକ ସାଧାରଣ ଘଟଣା । ତାହା ଅନ୍ ସ୍କ୍ରିନ ହେଉ ବା ଅଫ୍ ସ୍କ୍ରିନ୍ । ତେବେ ବିବାହ ପରେ ମଧ୍ୟ କିଛି କଳାକାର ସେମାନଙ୍କ ଆଫାୟରସକୁ ନେଇ ବେଶ ଚର୍ଚ୍ଚାରେ ରହିଥିଲେ । ଯେଉଁଥିପାଇଁ ତାଙ୍କ ପରିବାରରେ କଳହ ଲାଗି ରହୁଥିଲା । ପରିବାର ଓ ପତ୍ନୀଙ୍କୁ ବଂଚାଇବା ପାଇଁ ଏହି ଅଭିନେତାମାନେ ଏହି ଅଭିନେତ୍ରୀଙ୍କ ସହ ଅନ ସ୍କ୍ରିନ ବା ଫିଲ୍ମ କରିବାକୁ ମଧ୍ୟ ନାହିଁ କରି ଦେଇଥିଲେ । ନିଜ ପରିବାର ପାଇଁ କେବେ ବି ଏକାଠି କାମ କରିନଥିଲେ ଫିଲ୍ମରେ । ଆସନ୍ତୁ ଜାଣିବା କିଏ ଏହି ଅଭିନେତାମାନେ ।
ଅମିତାଭ ବଚ୍ଚନ- ରେଖା :
ପୁରୁଣା ଫିଲ୍ମ ପ୍ରିୟ ଲୋକେ ନିଶ୍ଚୟ ଅମିତାଭ ଓ ରେଖାଙ୍କ ଅନ୍ସ୍କ୍ରିନ୍ କେମେଷ୍ଟ୍ରିର ଇଣ୍ଟେନସିଟି ଭଲ ଭାବେ ଦେଖିଥିବେ । ଉଭୟଙ୍କୁ ଦର୍ଶକ ଏକ ସଂଗେ ଏତେ ପସନ୍ଦ କରନ୍ତି ଯେ ଏଦୁହେଁ ବହୁ ହିଟ ଫିଲ୍ମ ଦେଇଛନ୍ତି ।୧୯୭୩ ରେ ଜୟା ବଚ୍ଚନ ଓ ଅମିତାଭଙ୍କ ବିବାହ ପରେ ଏହି କଳାକାର ଦୁହିଁଙ୍କ ଅନସ୍କ୍ରିନ ସମ୍ପର୍କ ଏତେ ବଢ଼ିବାକୁ ଲାଗିଲା ଯେ ବଲିଉଡରେ ଏହାର ଚର୍ଚ୍ଚା ମଧ୍ୟ ଜୋର ଧରିଲା । ଏହାକୁ ନେଇ ଜୟା ବଚ୍ଚନ ସହି ପାରିନଥିଲେ । ଫଳରେ ଅମିତାଭ ଅନ୍ସ୍କ୍ରିନରେ ରେଖାଙ୍କ ସମ୍ପର୍କ କାଟିଦେଇଥିଲେ । ଅର୍ଥାତ ଏହା ପରଠାରୁ ସେ ଆଉ ରେଖାଙ୍କ ସହ କୌଣସି ଫିଲ୍ମ କରି ନଥିଲେ ।

ପ୍ରିୟଙ୍କ ଚୋପଡା-ଶାହାରୁଖ ଖାନ୍ :
କିଙ୍ଗ ଅଫ୍ ରୋମାନ୍ସ ଓ କିଙ୍ଗ ଖାନ୍ ଉପାଧି ପାଇଥିବା ଶାହାରୁଖ ଖାନ୍ ଏମିତିରେ ବହୁ ଅଭିନେତ୍ରୀଙ୍କ ସହ ହିଟ ଫିଲ୍ମ ଦେଇଛନ୍ତି । ହେଲେ ପ୍ରିୟଙ୍କା ଚୋପଡାଙ୍କ ସହ ଡନ-୨ ରେ କାମ କରିବା ପରେ ଦୁହେଁ ଦୁହିଁଙ୍କ ଠାରୁ ଦୂରେଇ ଯାଇଥିଲେ । କାରଣ ଏହି ଫିଲ୍ମ ପରେ ଉଭୟଙ୍କ ଆଫାୟରସ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ଉଭୟଙ୍କୁ ବହୁବାର ଏକସଂଗେ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ତାଙ୍କର ଫ୍ୟାମିଲ ଲାଇଫରେ ଝଡ ଉଠିଥିଲା । ଫଳରେ ପତ୍ନୀ ଗୌରୀ ଖାନ୍ଙ୍କ ସହ ତାଙ୍କ ସମ୍ପର୍କ ଭାଙ୍ଗିବାକୁ ଯାଉଥିଲା । ଏହାପରେ ଶାହାରୁଖ ପରିବାରକୁ ବଂଚାଇବାକୁ ଯାଇ ପ୍ରିୟଙ୍କା ସହ ଫିଲ୍ମରେ କାମ କରିବାକୁ ମନା କରିଦେଇଥିଲେ ।

ପ୍ରିୟଙ୍କ ଚୋପଡା-ଅକ୍ଷୟ କୁମାର :
ଅକ୍ଷୟ କୁମାର ଓ ପ୍ରିୟଙ୍କାଙ୍କ ଫିଲ୍ମ ଏକଦା ସଫଳତାର ଶୀର୍ଷରେ ରହିଥିଲା । ଉଭୟେ ଏକସଂଗେ ବହୁ ଫିଲ୍ମ ଯଥା ଅନ୍ଦାଜ, ବକ୍ତ, ମୁଝସେ ଶାଦି କରୋଗି ଭଳି ଫିଲ୍ମ କରି ହିଟ ଯୋଡି ଭାବେ ସଫଳତା ହାସିଲ କରିଥିଲେ । ଦର୍ଶକ ମଧ୍ୟ ଏହି ଯୋଡିକୁ ବେଶ ପସନ୍ଦ କରିଥିଲେ ।
ହେଲେ ୨୦୦୪ ରେ ରିଲିଜ ଫିଲ୍ମ ‘ଏତରାଜ’ ରେ ଉଭୟଙ୍କ କେମେଷ୍ଟ୍ରି ଏତେ ହଟ ଥିଲା ଯେ ଏହାର ପ୍ରଭାବ ଅକ୍ଷୟଙ୍କ ବୈବାହିକ ଜୀବନରେ ପଡିବାକୁ ଲାଗିଲା । ଫଳରେ ଅକ୍ଷୟଙ୍କ ପତ୍ନୀ ଟ୍ଵିଙ୍କଲ, ପ୍ରିୟଙ୍କାଙ୍କ ସହ କାମ କରିବାକୁ ନାହିଁ କରିଦେଇଥିଲେ । ଏହା ପରଠାରୁ ଅକ୍ଷୟ ପ୍ରିୟଙ୍କାଙ୍କ ସହ କାମ ନ କରିବାକୁ ନିଷ୍ପତ୍ତି ନେଇଥିଲେ ।