ଆସୁଛି ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ, ପ୍ରତିଦିନ ନେବେ ଦୁଇ କୋଟି ଲେଖାଏଁ ଟଙ୍କା

ବଲିଉଡରେ ସବୁବେଳେ ସୁପରହିଟ ଫିଲ୍ମ ଦେଉଥିବା ହିରୋ ଭାବେ ଅକ୍ଷୟ କୁମାର ବେଶ ଜଣାଶୁଣା । କରୋନାଭାଇରସ୍ ମଧ୍ୟ ତାଙ୍କର ପ୍ରଭାବକୁ ହ୍ରାସ କରିପାରିନାହିଁ । ତେବେ ନିକଟରେ ମିଳିଥିବା ଖବର ମୁତାବକ ସେ ମୁଦାସର ଅଜିଜଙ୍କ ପରବର୍ତ୍ତୀ କମେଡି ଫିଲ୍ମ ପାଇଁ ସାଇନ କରିଛନ୍ତି ।

ସୂଚନାନୁସାରେ, ଅକ୍ଷୟ କୁମାର ଏହି ଚଳଚ୍ଚିତ୍ର ପାଇଁ 50 ଦିନ ସୁଟିଂ କରିବେ ଏବଂ 100 କୋଟି ଟଙ୍କା ନେବେ ଅର୍ଥାତ ଦୈନିକ ଦୁଇ କୋଟି ଟଙ୍କା । ଅକ୍ଷୟଙ୍କ ଫି ବ୍ୟତୀତ ଏହି ଫିଲ୍ମ 50 କୋଟି ଟଙ୍କାରେ ପ୍ରସ୍ତୁତ ହେବ । ଅର୍ଥାତ୍ 150 କୋଟି ଟଙ୍କା ହେଉଛି ଫିଲ୍ମର ମୋଟ ବଜେଟ୍। ଏଥିମଧ୍ୟରୁ ବିଭିନ୍ନ ରାଇଟ୍ସ ଜରିଆରେ ରିଲିଜ୍ ପୂର୍ବରୁ ପ୍ରାୟ 90 କୋଟି ଟଙ୍କା ମିଳିବ ।

ଅବଶିଷ୍ଟ 60 କୋଟି ଟଙ୍କା ପାଇବା ପାଇଁ ଫିଲ୍ମକୁ ପ୍ରାୟ 120 କୋଟି ଟଙ୍କାର ବିଜନେସ ଥିଏଟରରୁ କରିବାକୁ ପଡିବ ଯାହାକି ଏକ ସାଧାରଣ କଥା । ତେଣୁ ଫିଲ୍ମ ସଫଳ ହେବା ନିଶ୍ଚିତ । ଅକ୍ଷୟ କୁମାର ଏହି ଫର୍ମୁଲା ଉପରେ କାମ କରନ୍ତି ଏବଂ ସେଥିପାଇଁ ସମସ୍ତେ ତାଙ୍କ ଚଳଚ୍ଚିତ୍ରରୁ ଭଲ ରୋଜଗାର କରିପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.