ତମାଖୁ ବ୍ରାଣ୍ଡ୍‌ ବିଜ୍ଞାପନର ଟଙ୍କା ନ ଫେରାଇବାରୁ ଟ୍ରୋଲ୍‌ ହେଲେ ଅକ୍ଷୟ କୁମାର, ଲୋକେ କହୁଛନ୍ତି- ‘ଆଡ୍‌ ବନ୍ଦ କରି ପଇସା ଫେରାଅ’

ତମାଖୁ ବ୍ରାଣ୍ଡ୍‌ର ବିଜ୍ଞାପନରେ ଅଭିନୟ କରି ବିବାଦ ଘେରକୁ ଚାଲିଆସିଛନ୍ତି ଆକ୍ସନ୍‌ ଷ୍ଟାର ଅକ୍ଷୟ କୁମାର। ଏହି ବିଜ୍ଞାପନ ପରଦାକୁ ଆସିବା ପରେ ଲୋକମାନେ ଅକ୍ଷୟଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ। ତା’ ପରେ ସୋସିଆଲ ମିଡିଆରେ ଅକ୍ଷୟ କ୍ଷମା ପ୍ରାର୍ଥନା କରିବା ସହ ବିଜ୍ଞାପନରୁ ଓହରି ଯିବାକୁ ଘୋଷଣା କରିଥିଲେ। ତେବେ ଏହି ଘଟଣା ପରେ ଏବେ ଲୋକମାନେ ଅକ୍ଷୟଙ୍କୁ ଟ୍ରୋଲ୍‌ କରିବା ଆରମ୍ଭ କରିଦେଇଛନ୍ତି।

କିଛି ଲୋକ ତାଙ୍କ ମଜାକ୍‌ ଉଡ଼ାଉଥିବା ବେଳେ ଆଉ କିଛି ତାଙ୍କୁ ଫିସ୍‌ ନ ଫେରାଇବା ଉପରେ ପ୍ରଶ୍ନ କରିଛନ୍ତି। ଅକ୍ଷୟ କୁମାର ନିଜ କ୍ଷମା ପତ୍ରରେ କହିଥିଲେ, ବିମଲ ଅଲେଇଚ ବିଜ୍ଞାପନ ପାଇଁ ମିଳିଥିବା ଫିସ୍‌କୁ ଭଲ କାମରେ ଲଗାଇବେ। ଅର୍ଥାତ୍‌, ସେ ଫିସ୍‌କୁ ଦାନ କରି ଦେବେ। କୁହାଯାଉଛି ଯେ ବ୍ରାଣ୍ଡ୍‌ର କଣ୍ଟ୍ରାକ୍ଟର ଅବଧି ସରିବା ଯାଏଁ ଏହାକୁ ଅନ୍‌ ଏୟାର ରଖାଯାଇପାରେ। ଖିଲାଡ଼ି କୁମାରଙ୍କର ଦୁଇଟା ବୟାନ୍‌ ଲୋକଙ୍କୁ ପସନ୍ଦ ଆସି ନାହିଁ।

ଜଣେ ୟୁଜର ଅକ୍ଷୟଙ୍କ ଫିସ୍‌ ନ ଫେରାଇବା ଉପରେ ଲେଖିଛନ୍ତି- କାହିଁକି ଆପଣ କଣ୍ଟ୍ରାକ୍ଟକୁ କ୍ୟାନ୍‌ସଲ କରୁନାହାନ୍ତି। ଏହି ବିଜ୍ଞାପନର ପ୍ରସାରଣକୁ ବନ୍ଦ କରିବାକୁ କାହିଁକି କହୁ ନାହାନ୍ତି। ଆପଣ ଫିସ୍‌ ଫେରାଇବାକୁ ଡରୁଛନ୍ତି କି? ଆପଣଙ୍କ ପାଇଁ ଟଙ୍କା ସବୁଠୁ ବଡ଼ କି?


ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି- ଯଦି ଏତେ ଖରାପ ଲାଗୁଛି, ତେବେ ପଇସା ଫେରାଇ ଦିଅ ଓ କଣ୍ଟ୍ରାକ୍ଟ କ୍ୟାନ୍‌ସଲ କରି ଦିଅ।

Also Read: କେଜିଏଫ୍‌ ୨ କ୍ରେଜ୍‌ ! ହଲ୍‌ରେ ସ୍କ୍ରିନ୍‌କୁ ଚାନ୍ଦି କଏନ୍‌ ଫିଙ୍ଗିଲେ ଲୋକେ; ଦେଖନ୍ତୁ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.