ଫସିଲେ ଅକ୍ଷୟ କୁମାର, ରାମ ରହିମଙ୍କ ସହ ଲିଙ୍କ ମାମଲାରେ ସମନ

ମୁମ୍ବାଇ : ବଲିଉଡ଼ର ଖିଲାଡ଼ିଙ୍କ ମୁଣ୍ଡରେ ପଡ଼ିଲା ଚଡ଼କ। ରାମ ରହିମ୍‌ଙ୍କ ସହ ଲିଙ୍କ ମାମଲାରେ ସମନ କରିଛି ଏସ୍‌ଆଇଟି । ଏହା ସହ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ଓ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କୁ ସମନ ଜାରି କରାଯାଇଛି । ନଭେମ୍ବର ୨୧ ତାରିଖ ସୁଦ୍ଧା ହାଜର ହେବା ପାଇଁ ଅକ୍ଷୟ କୁମାରଙ୍କୁ କୁହାଯାଇଛି । ପ୍ରକାଶ ସିଂହ ବାଦଲଙ୍କୁ ନଭେମ୍ବର ୧୬ ଓ ସୁଖବୀର ସିଂହଙ୍କୁ ୧୯ ନଭେମ୍ବର ସୁଦ୍ଧାର ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

aksyan

ରାମ ରହିମ୍‌ଙ୍କୁ ଗିରଫ ବେଳେ ହୋଇଥିବା ଗୁଳିମାଡ଼ ଘଟଣାର ତଦନ୍ତ କରୁଛି ଏସ୍‌ଆଇଟି । ମୁମ୍ବାଇରେ ଅକ୍ଷୟ କୁମାର ଓ ସୁଖବୀର ସିଂହ, ରାମ ରହିମ୍‌ଙ୍କୁ ଭେଟିଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣାରେ ପଚରାଉଚରା କରିବା ପାଇଁ ସମନ ଜାରି କରିଛି ଏସ୍‌ଆଇଟି । ତେବେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅକ୍ଷୟ କୁମାର ।

akshay-denies

ନିଜ ଟ୍ଵିଟର ପେଜ୍‌ରେ ସେ ଏନେଇ ସ୍ପଷ୍ଟୋକ୍ତି ରଖିଛନ୍ତି । ସେ କହିଛନ୍ତି, ଜୀବନ କାଳରେ କେବେ ରାମ ରହିମ୍‌ ନାମକ କୌଣସି ବ୍ୟକ୍ତିଙ୍କୁ ଭେଟିନାହିଁ । ସୋସିଆଲ ମିଡିଆରୁ ଜାଣିବାକୁ ପାଉଛି, ଗୁରମୀତ ରାମ ରହିମ୍‌ ମୁମ୍ବାଇର ଜୁହୁ ଅଞ୍ଚଳରେ ରହୁଥିଲେ । ହେଲେ, ମୁଁ କେବେ ତାଙ୍କୁ ଭେଟିନାହିଁ । କିଛି ବର୍ଷ ହେବ ପଞ୍ଜାବର ସଂସ୍କୃତିକୁ ପ୍ରମୋଟ କରିବା ପାଇଁ ଫିଲ୍ମ ତିଆରି କରୁଛି । ମୁଁ ଏପରି କିଛି କରିବି ନାହିଁ, ଯାହା ଦ୍ୱାରା ପଞ୍ଜାବବାସୀଙ୍କ ଭାବନାକୁ ଆଘାତ ଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.