ଭାରତୀୟ ନାଗରିକତା ଗ୍ରହଣ କରିବା ପରେ ପ୍ରଥମ ଥର ଭୋଟ୍‌ ଦେଲେ ଅକ୍ଷୟ କୁମାର, ସେୟାର କଲେ ନିଜ ଅନୁଭୂତି

ଭାରତୀୟ ନାଗରିକତା ଗ୍ରହଣ କରିବା ପରେ ବଲିଉଡ ଅଭିନେତା ଅକ୍ଷୟ କୁମାର ମେ ୨୦, ୨୦୨୪ରେ ପ୍ରଥମ ଥର ପାଇଁ ଭୋଟ୍ ଦେଇଛନ୍ତି । ଭାରତୀୟ ନାଗରିକତା ପାଇବା ପରେ ପ୍ରଥମ ଥର ପାଇଁ ଭୋଟ୍ ଦେବା ବିଷୟରେ ସେ କହିଛନ୍ତି ଯେ ଏହା ବହୁତ ଭଲ ଅନୁଭୂତି ।

ବଲିଉଡ ଅଭିନେତା ଅକ୍ଷୟ କୁମାର ତାଙ୍କ ଦମ୍‌ଦାର ଅଭିନୟ ଯୋଗୁ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏବେ ଅଭିନେତା ଭାରତରେ ପ୍ରଥମ ଭୋଟ୍‌ ଦେବାକୁ ନେଇ ଖବରରେ ରହିଛନ୍ତି । ତେବେ ଭାରତୀୟ ନାଗରିକତା ଗ୍ରହଣ କରିବା ପରେ ବଲିଉଡ ଅଭିନେତା ଅକ୍ଷୟ କୁମାର ମେ ୨୦, ୨୦୨୪ରେ ପ୍ରଥମ ଥର ପାଇଁ ଭୋଟ୍ ଦେଇଛନ୍ତି । ଭାରତୀୟ ନାଗରିକତା ପାଇବା ପରେ ପ୍ରଥମ ଥର ପାଇଁ ଭୋଟ୍ ଦେବା ବିଷୟରେ ସେ କହିଛନ୍ତି ଯେ ଏହା ବହୁତ ଭଲ ଅନୁଭୂତି ।

ମୁମ୍ବାଇରେ ଭୋଟ୍ ଦେବା ପରେ ଅକ୍ଷୟ କୁମାର କହିଛନ୍ତି, ମୁଁ ଚାହୁଁଛି ଭାରତର ବିକଶିତ ଏବଂ ଶକ୍ତିଶାଳୀ ହେବା ଉଚିତ । ମୋର ଭୋଟ୍ ଏହା ଉପରେ ଆଧାରିତ । ମୁଁ ବ୍ୟକ୍ତିଗତ ଭାବେ ଭୋଟିଂ କେନ୍ଦ୍ରରେ ପ୍ରାୟ ୫୦୦ ରୁ ୬୦୦ ଲୋକଙ୍କୁ ଦେଖିଛି । ଏଭଳି ପରିସ୍ଥିତିରେ ଏହା ଭଲ ହେବ ।

ବାସ୍ତବରେ ଅକ୍ଷୟ କୁମାର ଗତ ବର୍ଷ ଅଗଷ୍ଟରେ ଭାରତୀୟ ନାଗରିକତ୍ୱ ପାଇଥିଲେ । ଏହାପୂର୍ବରୁ ତାଙ୍କର କାନାଡିୟ ନାଗରିକତା ଥିଲା । ସୋସିଆଲ ମିଡିଆରେ ନାଗରିକତା ପ୍ରମାଣପତ୍ର ବାଣ୍ଟିବାବେଳେ ଅକ୍ଷୟ କୁମାର ଲେଖିଥିଲେ ଯେ ମନ ଏବଂ ନାଗରିକତା ଉଭୟ ହିନ୍ଦୁସ୍ତାନୀ । ବର୍ତ୍ତମାନ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ ହୋଇଛି ।

ଏପର୍ଯ୍ୟନ୍ତ ପଞ୍ଚମ ପର୍ଯ୍ୟାୟରେ ୮ ଟି ରାଜ୍ୟ ଏବଂ କେନ୍ଦ୍ର ଅଞ୍ଚଳର ୪୯ ଟି ସଂସଦୀୟ ନିର୍ବାଚନମଣ୍ଡଳୀରେ ଭୋଟ୍ ଗ୍ରହଣ ହେଉଛି । ତେବେ ୮ ଟି ରାଜ୍ୟ ଏବଂ କେନ୍ଦ୍ର ଅଞ୍ଚଳ ଯେଉଁଠାରେ ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେଉଛି । ଯେପରି ବିହାର, ଜାମ୍ମୁ କାଶ୍ମୀର, ଲଦାଖ, ଝାଡଖଣ୍ଡ, ମହାରାଷ୍ଟ୍ର, ଓଡିଶା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ।

ଏହା ସହ ସାତୋଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ଏପ୍ରିଲ ୧୯ରେ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ, ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ, ମେ ୭ରେ ତୃତୀୟ ପର୍ଯ୍ୟାୟ ପାଇଁ ଏବଂ ମେ ୧୩ରେ ଚତୁର୍ଥ ପର୍ଯ୍ୟାୟ ପାଇଁ ଭୋଟ୍ ଦିଆଯାଇଛି ।

 

Leave A Reply

Your email address will not be published.