ଅକ୍ଷୟ କୁମାର ଗାୟତ୍ରୀ ମନ୍ତ୍ର ସହ କଲେ ନୂଆ ବର୍ଷକୁ ସ୍ୱାଗତ, Videoରେ ଦେଖାଇଲେ ୨୦୨୧ର ପ୍ରଥମ ସୂର୍ଯ୍ୟୋଦୟ

ଆଜିଠୁ ବର୍ଷ ୨୦୨୧ ଆରମ୍ଭ ହୋଇଯାଇଛି। ସାଧାରଣ ଲୋକଙ୍କଠୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ନୂଆ ବର୍ଷକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରୁଛନ୍ତି। ଏହି ଖାସ ଅବସରରେ ବଲିଉଡ ସେଲିବ୍ରିଟି ଅକ୍ଷୟ କୁମାର ବି ନିଜ ଫ୍ୟାନମାନଙ୍କୁ ଖାସ ଅନ୍ଦାଜରେ ନ୍ୟୁ ଇୟର ଶୁଭେଚ୍ଛା ଜଣାଇଛନ୍ତି।

akshay2

ଅକ୍ଷୟ କୁମାର ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ ସେ ବର୍ଷ ୨୦୨୧ର ପ୍ରଥମ ସୂର୍ଯ୍ୟୋଦୟ ଦେଖାଇଛନ୍ତି। ଏହି ଭିଡ଼ିଓରେ ତାଙ୍କ ସ୍ୱର ମଧ୍ୟ ଶୁଣିବାକୁ ମିଳୁଛି, ଯେଉଁଥିରେ ସେ ଗାୟତ୍ରୀ ମନ୍ତ୍ର ଜପ କରୁଛନ୍ତି।

 

View this post on Instagram

 

A post shared by Akshay Kumar (@akshaykumar)

ଅକ୍ଷୟ ଭିଡ଼ିଓ ପୋଷ୍ଟ କରି କ୍ୟାପସନ ଲେଖିଛନ୍ତି, ‘ଯଦି ଆପଣ ବର୍ଷ ୨୦୨୧ର ପ୍ରଥମ ସୂର୍ଯ୍ୟୋଦୟ ମିସ କରିଦେଇଛନ୍ତି, ତା’ହେଲେ ଏଠି ଦେଖନ୍ତୁ। ମୁଁ ସମସ୍ତଙ୍କ ବିକାଶ ଏବଂ ଖୁସି ପାଇଁ ପ୍ରାର୍ଥନା କରୁଛି। ନୂଆ ବର୍ଷରେ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.