ଭଗବାନ ଶିବଙ୍କ ଅବତାରରେ ନଜର ଆସିବେ ଅକ୍ଷୟ କୁମାର, ରିଲିଜ ହେବ ‘ଓ ମାଇଁ ଗଡ ୨’

‘ଓ ମାଇ ଗଡ ୨’ରେ ଅକ୍ଷୟ ଭଗବାନ ଶିବଙ୍କ ଅବତାରରେ ନଜର ଆସିବେ । ବର୍ତ୍ତମାନ ସୁଦ୍ଧା ଫିଲ୍ମର ପୋଷ୍ଟର ହିଁ ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ଆଣିଛି । ‘ଓ ମାଇ ଗଡ୨’ରେ ଅକ୍ଷୟ କୁମାର, ୟାମି ଗୌତମ ଏବଂ ପଙ୍କଜ ତ୍ରିପାଠୀ ପ୍ରମୁଖ ଭୂମିକାରେ ରହିଛନ୍ତି ।

(କେନ୍ୟୁଜ ବ୍ୟୁରୋ): ୨୦୧୨ ମସିହାରେ ରିଲିଜ ହୋଇଥିବା ଅକ୍ଷୟ କୁମାର ଏବଂ ପରେଶ ରାଓ୍ଵଲଙ୍କ ‘ଓ ମାଇଁ ଗଡ’ଫିଲ୍ମ ହିଟ ପ୍ରମାଣିତ ହୋଇଥିଲା । ‘ଓ ମାଇଁ ଗଡ’ ସଫଳତାର ୧୧ ବର୍ଷ ପରେ ଅକ୍ଷୟ କୁମାର ‘ଓ ମାଇଁ ଗଡ ୨’ରେ ନଜର ଆସିବେ । ‘ଓ ମାଇଁ ଗଡ ୨’ରେ ଅକ୍ଷୟ ଭଗବାନ ଶିବଙ୍କ ଅବତାରରେ ନଜର ଆସିବେ । ବର୍ତ୍ତମାନ ସୁଦ୍ଧା ଫିଲ୍ମର ପୋଷ୍ଟର ହିଁ ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ଆଣିଛି । ‘ଓ ମାଇଁ ଗଡ୨’ରେ ଅକ୍ଷୟ କୁମାର, ୟାମି ଗୌତମ ଏବଂ ପଙ୍କଜ ତ୍ରିପାଠୀ ପ୍ରମୁଖ ଭୂମିକାରେ ରହିଛନ୍ତି । ତେବେ ଅକ୍ଷୟ କୁମାର ନିଜ ଇନ୍‌ଷ୍ଟାଗାମ ଆକାଉଣ୍ଟରେ ଗୋଟିଏ ନୂଆ ପୋଷ୍ଟର ସେୟାର କରିଛନ୍ତି । ଫିଲ୍ମର ଥିଏଟ୍ରିକାଲ ରିଲିଜ ତାରିଖ ଘୋଷଣା କରିଛନ୍ତି ଅକ୍ଷୟ ।

 

View this post on Instagram

 

A post shared by Akshay Kumar (@akshaykumar)

ଅକ୍ଷୟ କୁମାର ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଜଣାଇଛନ୍ତି ଯେ, ଅଗଷ୍ଟ ୧୧ ରେ ଏହି ଫିଲ୍ମ ଥିଏଟର ମାନଙ୍କରେ ରିଲିଜ ହେବ । ସେୟାର ହୋଇଥିବା ଏହି ପୋଷ୍ଟରରେ ସେ ଭଗବାନ ଶିବଙ୍କ ଅବତାରରେ ନଜର ଆସିଛନ୍ତି । ପୋଷ୍ଟର ଉପରେ ହିନ୍ଦିରେ ରିଲିଜ ଡେଟ ଲେଖା ହୋଇଥିବା ସହ ଏହାର ତଳେ ‘ଓଏମଜି ୨ ’ ଲେଖାଥିବା ନଜର ଆସିଛି ।

ଏହା ବ୍ୟତୀତ ୟାମୀ ଗୌତମ ମଧ୍ୟ ଏହି ପୋଷ୍ଟର ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଅକ୍ଷୟ କୁମାର ୨୦୨୧ ମସିହା ମଧ୍ୟପ୍ରଦେଶରେ ଏହି ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ । ଏହା ପରେ ସେ ଫିଲ୍ମର ଫାଷ୍ଟ ଲୁକ ପୋଷ୍ଟର ସେୟାର କରିଥିଲେ । ଏହି ପୋଷ୍ଟରରେ ‘ଓଏମଜି୨’ ପାଇଁ ପ୍ରଶଂସକଙ୍କ ଆଶ୍ରୀବାଦ ଏବଂ ଶୁଭକାମନା ଅପେକ୍ଷାରେ ରହିଥିଲେ ଅକ୍ଷୟ । ଏକ ମହତ୍ତ୍ୱପୂର୍ଣ୍ଣ ସାମାଜିକ ଘଟଣା କୁ ନେଇ ଏହି ଚଳଚ୍ଚିତ୍ରକୁ ନିର୍ମାଣ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.