ଅଭିନୟ ପାଇଁ . . . ନିଜ ଶରୀରରେ ନିଆଁ ଲଗାଇ ଷ୍ଟେଜରେ ପହଂଚିଲେ ଅକ୍ଷୟ କୁମାର

ନୂଆ ଅଭିନେତାଙ୍କ ଉପରେ କାହିଁକି ଭାରି ପଡନ୍ତି ଖିଲାଡି ବୟ । ଏହାର ଉତ୍ତର ପୁଣି ଥରେ ଦେଇଛନ୍ତି ଅକ୍ଷୟ କୁମାର । ଗୋଟିଏ ଷ୍ଟଣ୍ଟ ପାଇଁ ନିଜ ଶରୀରରେ ନିଆଁ ଲଗାଇଛନ୍ତି ଅକ୍ଷୟ । ଆମାଜନ୍ ପ୍ରାଇମ୍ ଭିଡିଓର ଏକ ଇଭେଣ୍ଟରେ ଏଭଳି ବିପଦଜ୍ଜନକ ଷ୍ଟଣ୍ଟ କରି ଦେଖାଇଛନ୍ତି ଅକ୍ଷୟ କୁମାର । ଅକ୍ଷୟ କୁମାରଙ୍କ ଶରୀରରେ ନିଆଁ ଲାଗିଥିବା ଦେଖି କିଛି ସମୟ ପାଇଁ ତାଙ୍କ ଫ୍ୟାନ୍ସ ଆଶ୍ଚର‌୍ୟ୍ୟ ହୋଇ ରହିଯାଇଥିଲେ ।

ଆଗାମୀ ୱେବ୍ ସିରିଜ୍ ‘ଦ ଏଣ୍ଡ’ ପାଇଁ ଅକ୍ଷୟଙ୍କ ନାଁ ଘୋଷଣା କରିଛି ଆମାଜନ୍ ପ୍ରାଇମ୍ ଭିଡିଓ ଇଣ୍ଡିଆ । ଏଥିରେ ଲିଡ୍ ରୋଲରେ ଅଭିନୟ କରିବେ ଖିଲାଡି ବୟ । ଏହି ଆକ୍ସନ୍ ଥ୍ରିଲର୍ ମୁଭି ଜରିଆରେ ପ୍ରଥମ ଥର ପାଇଁ ୱେବ ସିରିଜରେ ଡେବ୍ୟୁ କରୁଛନ୍ତି ଅକ୍ଷୟ ।ଅନ୍ୟପଟେ ଏହି ଷ୍ଟଣ୍ଟ ସିନ୍ ଦେଖି ଅକ୍ଷୟଙ୍କ ଉପରେ ରାଗି ଯାଇଛନ୍ତି ପତ୍ନୀ ଟ୍ବିଙ୍କଲ୍ । ଆଉ ଟୁଇଟର୍ ଜରିଆରେ ନିଜ ରାଗ ଜାହିର୍ କରି ଧମକ ମଧ୍ୟ ଦେଇଛନ୍ତି । ଟୁଇଟ୍ କରି ଟ୍ବିଙ୍କଲ୍ କହିଛନ୍ତି, ପୂରା ବକବାସ୍ । ମୁଁ ଜାଣିବାକୁ ପାଇଲି ତମେ ନିଜ ଦେହରେ ନିଆଁ ଲଗାଇଛ । ଯଦି ଏଥିରୁ ବଂଚିଯାଅ, ଘରକୁ ଆସ ମୁଁ ତମକୁ ମାରିଦେବି ।

ଅକ୍ଷୟ ଫିଲ୍ମ ଦୁନିଆକୁ ଆସିବା ପରେ ସବୁ ବେଳେ ଡୁପ୍ଲିକେଟ୍‌ ନନେଇ ନିଜ ଷ୍ଟଣ୍ଟ ନିଜେ କରନ୍ତି । ତେବେ ତାଙ୍କୁ ବାହା ହୋଇ ଘର ସଂସର କରିବା ପରେ ଟ୍ଵିଙ୍କଲ ବାରମ୍ବାର ଏସବୁ କରିବା ପାଇଁ ବାରଣ କରିଥିଲେ । କାରଣ ଏଥିରେ ଜୀବନ ଯିବାର କିମ୍ବା ଆଘାତ ଲାଗିବାର ଶତପ୍ରତିଶତ ଆଶଙ୍କା ଥାଏ । ତଥାପି ଅକ୍ଷୟ ତ୍ୱିଙ୍କଲଙ୍କ ବାରଣକୁ ନମାନି ଷ୍ଟଣ୍ଟ କରୁଥିଲେ । ତେବେ ପୁଅ ଜନ୍ମ ହେବା ପରେ ଥରେ ତାର ମୁଣ୍ଡ ଛୁଇଁ ଅକ୍ଷୟଙ୍କୁ ଶପଥ କରାଇ ନେଇଥିଲେ ଟ୍ଵିଙ୍କଲ ଯେ ଆଉ ଷ୍ଟଣ୍ଟ ସିନ୍‌ ନିଜେ ନକରିବା ପାଇଁ । ତଥାପି ବେଳେ ବେଳେ ଷ୍ଟେଜ୍‌ ସୋରେ ମଧ୍ୟ ଅକ୍ଷୟ ଷ୍ଟଣ୍ଟ କରିବାକୁ ପଛାଉ ନାହାନ୍ତି । ହେଲେ ଏବେ ଟ୍ଵିଙ୍କଲଙ୍କ ଧମକ ପରେ କଣ କରିବେ ଖିଲାଡ଼ି କୁମାର ଦେଖିବାର ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.