ପତ୍ନୀଙ୍କୁ ଜନ୍ମଦିନରେ ଖାସ୍‌ ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ଅକ୍ଷୟ କୁମାର, ଭାଇରାଲ ହେଉଛି ଫଟୋ

ବଲିଉଡ୍‌ ଖୀଲାଡି ଅକ୍ଷୟ କୁମାର ଏବଂ ଟ୍ଵିଙ୍କଲ୍‌ ଖାନ୍ନା ମନୋରଞ୍ଜନ ଦୁନିଆର ସବୁଠାରୁ ପାଓ୍ଵାର କପଲ୍‌ ଭାବେ ଜଣାଶୁଣା। ଅକ୍ଷୟ କୁମାର ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାରମାନଙ୍କ ମଧ୍ୟରୁ ଜଣେ। ସେହିଭଳି ତାଙ୍କ ପତ୍ନୀ ଟ୍ଵିଙ୍କଲ୍‌ ଖାନ୍ନା ଅଭିନେତ୍ରୀ ହେବା ସହ ଜଣେ ପ୍ରଯୋଜକ ଏବଂ ଲେଖିକା ମଧ୍ୟ। ଏହି ଖାସ୍‌ ଟ୍ୟାଲେଣ୍ଟକୁ ଟ୍ଵିଙ୍କଲ୍‌ ନିଜର ସୋସିଆଲ ମିଡିଆରେ ଦର୍ଶାଇଛନ୍ତି। ବଲିଉଡ୍‌ ଅଭିନେତ୍ରୀ ଏବଂ ଫେମସ୍‌ ରାଇଟର୍‌ ଟ୍ଵିଙ୍କଲ୍‌ ଖାନ୍ନା ଆଜି ନିଜର ୪୭ତମ ଜନ୍ମଦିନ ପାଳନ କରୁଛନ୍ତି। ପତ୍ନୀଙ୍କ ଜନ୍ମଦିନରେ ଅକ୍ଷୟ କୁମାର ଏକ ନିଆରା ଫଟୋ ସେୟାର କରି ଜନ୍ମଦିନର ଶୁଭକାମନା ଜଣାଇଛନ୍ତି।

twinkleଅକ୍ଷୟ କୁମାର ସୋସିଆଲ ମିଡିଆରେ ଏକ ଫଟୋ ସହ କ୍ୟାପସନ୍‌ ଲେଖି ସେୟାର କରିଛନ୍ତି। ଏହି ଫଟୋରେ ଉଭୟ ନିଜ ନିଜର ସାଇକେଲ୍‌ ଧରିଥିବାର ନଜର ଆସିଛନ୍ତି। ଏହି ଫଟୋ ସେୟାର କରିବା ସହ ଅକ୍ଷୟ ଲେଖିଛନ୍ତି, ‘ଏଠାରେ ଜୀବନର ଅନ୍ୟ ନିର୍ଣ୍ଣୟର ଆଉ ଏକ ବର୍ଷ, କିନ୍ତୁ ମୁଁ ବହୁତ ଖୁସି କାରଣ ମୁଁ ଏହିସବୁ ନିଷ୍ପତ୍ତି ତୁମ ସହ ନେବା ପାଇଁ ପ୍ରସ୍ତୁତ। ଜନ୍ମଦିନର ଶୁଭକାମନା ଟୀନା।’

ଅକ୍ଷୟକୁମାରଙ୍କ ଏହି ପୋଷ୍ଟକୁ ଲୋକମାନେ ପସନ୍ଦ କରିବା ସହ ଫ୍ୟାନ୍ସମାନେ ମଧ୍ୟ ଏହି ପୋଷ୍ଟ ଜରିଆରେ ଟ୍ଵିଙ୍କଲ୍‌ ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.