ଅକ୍ଷୟ କୁମାରଙ୍କ ‘ବେଲ୍ ବଟମ୍’ ଏବେ ଓଟିଟି ପ୍ଲାଟ୍ଫର୍ମରେ, ଜାଣନ୍ତୁ କେବେ ଓ କେଉଁଠି ଦେଖିପାରିବେ ଫିଲ୍ମ
ସିନେମା ହଲ୍ ପରେ ଏବେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେଲ୍ ବଟମ୍’। ଅକ୍ଷୟ କୁମାର ନିଜ ଫ୍ୟାନ୍ଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଏହି ଖୁସି ଖବର ଦେଇଛନ୍ତି। ପୂର୍ବରୁ ଅଗଷ୍ଟ ୧୯ରେ ସିନେମା ହଲ୍ରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା। ରଞ୍ଜିତ ଏମ୍ ତିଓ୍ଵାରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ଲାରା ଦତ୍ତା, ବାଣୀ କପୁର ଓ ହୁମା କ୍ୟୁରେସୀ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିଥିଲେ।
Date aap yaad rakhna, mission hum yaad dila denge. #BellBottomOnPrime, releases September 16.@PrimeVideoIN @vashubhagnani @vaaniofficial @humasqureshi @LaraDutta @ranjit_tiwari @jackkybhagnani @honeybhagnani @poojafilms pic.twitter.com/iMbmEjOJDq
— Akshay Kumar (@akshaykumar) September 12, 2021
ଅକ୍ଷୟ କୁମାର ନିଜ ପୋଷ୍ଟରେ କହିଛନ୍ତି ଯେ ସେପ୍ଟେମ୍ବର ୧୬ରେ ବେଲ୍ ବଟମ୍ ଫିଲ୍ମ ଆମାଜନ ପ୍ରାଇମ୍ ଭିଡିଓରେ ରିଲିଜ୍ ହେବ। ତାରିଖ ମନେ ରଖନ୍ତୁ, ମିସନ ଆମେ ମନେ ପକାଇ ଦେବୁ।
ସାରା ଭାରତବର୍ଷରେ ସିନେମା ହଲରେ ବେଲ୍ ବଟମ୍ ଫିଲ୍ମ ରିଲିଜ୍ ହୋଇଛି। ସବୁଠୁ ଖାସ୍ କଥା ହେଉଛି ଏହି ଫିଲ୍ମ ଲଦାଖରେ ଦୁନିଆର ସବୁଠୁ ଉଚ୍ଚ ମୋବାଇଲ ଥିଏଟରରେ ବି ରିଲିଜ୍ ହୋଇଛି। ଏ ନେଇ ଅକ୍ଷୟ କୁମାର କିଛି ଦିନ ତଳେ ଟ୍ଵିଟ୍ କରି ସୂଚନା ଦେଇଥିଲେ।
Makes my heart swell with pride that BellBottom was screened at World’s highest mobile theatre at Leh in Ladakh. At an altitude of 11562 ft, the theatre can operate at -28 degrees C. What an amazing feat! pic.twitter.com/5ozbpkTCIb
— Akshay Kumar (@akshaykumar) August 29, 2021
ସୂଚନାଯୋଗ୍ୟ ଯେ ବେଲ୍ବଟମ୍ ୮୦ ଦଶକର ଏକ ସ୍ପାଇ ଥ୍ରିଲର ଫିଲ୍ମ। ଏହି ଫିଲ୍ମ ପ୍ଲେନ୍ ହାଇଜ୍ୟାକ୍ ଘଟଣା ଉପରେ ପର୍ଯ୍ୟବେସିତ। ଏହ ଘଟଣା ସେତେବେଳେ ଭାରତକୁ ଦୋହଲାଇ ଦେଇଥିଲା। ଫିଲ୍ମରେ ଅକ୍ଷୟ କୁମାର ର’ଏଜେଣ୍ଟ ଭାବେ ଅଭିନୟ କରିଛନ୍ତି।