ଅଗଷ୍ଟରେ ଆସିବ ଅକ୍ଷୟ କୁମାରଙ୍କ ‘ବେଲ୍ ବଟମ୍’! ମଜା ନେବେ ଦର୍ଶକ

ବଲିଉଡ୍ ସୁପରଷ୍ଟାର୍ ଅକ୍ଷୟ କୁମାରଙ୍କ ଫିଲ୍ମ “ବେଲ୍ ବଟମ୍” ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଖୁବ୍ ଉତ୍ସାହିତ ଦେଖିବାକୁ ମିଳିଛି । ତେବେ ଖୁବ୍ ଶୀଘ୍ର “ବେଲ୍ ବଟମ୍” ଫିଲ୍ମ ରିଲିଜ୍ ହେବାକୁ ଯାଉଛି । କୁହାଯାଉଛି ଯେ, ଅକ୍ଷୟଙ୍କ ଏହି ଫିଲ୍ମ ଅଗଷ୍ଟରେ ରିଲିଜ୍ ହେବାକୁ ଯାଉଛି । ତେବେ ଏହା ଜୁଲାଇ ୨୭ ତାରିଖରେ ରିଲିଜ୍ ହେବାର ଥିବାବେଳେ କରୋନା କାଳରେ ସବୁ ଫିଲ୍ମ ହଲ୍ ବନ୍ଦ ଥିବାରୁ କୌଣସି ବି ଫିଲ୍ମ ରିଲିଜ୍ ହୋଇପାରିନି । ଅନ୍ୟପଟେ ଅନେକ ବ୍ଲକ୍ ବଷ୍ଟର୍ ଫିଲ୍ମ ସୁଟିଂ ସରିଥିଲେ ମଧ୍ୟ ରିଲିଜ୍ ଅପେକ୍ଷାରେ ରହିଛି ।

ଶୁଣିବାକୁ ମିଳୁଛି ଯେ, ଅକ୍ଷୟ କୁମାରଙ୍କ ଅଭିନୀତ ବେଲ୍ ବଟମ୍ ଫିଲ୍ମ ଅଗଷ୍ଟରେ ରିଲିଜ୍ ହୋଇପାରେ । କିନ୍ତୁ କୌଣସି ବି ତାରିଖ ସ୍ପଷ୍ଟ ହୋଇନି । ଏନେଇ ବିଭିନ୍ନ ମଲ୍ଟିପ୍ଲେକ୍ସ ମାଲିକ ମାନେ ହଲ୍ ଖୋଲିବାକୁ ଅନୁରୋଧ କରୁଥିଲେ ସୁଦ୍ଧା କରୋନାର ଦ୍ୱିତୀୟ ଲହର କାରଣରୁ ଲକ୍ଷ୍ୟରେ ରଖି ଖୋଲିବାକୁ ଅମଙ୍ଗ ହେଉଛନ୍ତି କେନ୍ଦ୍ର ସରକାର ।

ତେବେ ଏହି ଫିଲ୍ମ ସତ ଘଟଣା ଉପରେ ଆଧାରିତ । ଫିଲ୍ମର ସୁଟିଂ ସମ୍ପୂର୍ଣ୍ଣ ଭାବେ ସରିଯାଇଛି । ଫିଲ୍ମର କାଷ୍ଟ ମେମ୍ବର ଭାରତ ବାହାରେ ଯାଇ ସୁଟିଂ ସାରିଥିବା ଜଣାପଡ଼ିଛି । ଅକ୍ଷୟଙ୍କ ଏହି ଫିଲ୍ମ ସ୍ପାଏ ତଥା ଗୁପ୍ତଚର ଥ୍ରୀଲର୍ ଉପରେ ଆଧାରିତ । ଏଥିରେ ହୁମା କୁରେଶୀ, ଲାରା ଦତ୍ତା ଏବଂ ବାଣୀ କପୁର୍ ମୁଖ୍ୟ ଭୂମିକାରେ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.