ବଲିଉଡ୍‌ର ସବୁଠାରୁ ମହଙ୍ଗା ବଡିଗାର୍ଡ ରଖିଛନ୍ତି ଏହି ଅଭିନେତା, ଦେଇଥାଆନ୍ତି କୋଟିଏ ଉପରେ ଦରମା !

ବଲିଉଡ୍‌ର ବଡ଼ ବଡ଼ ଷ୍ଟାରମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିଜ ପାଇଁ ଏବଂ ନିଜ ପରିବାର ପାଇଁ ବଡିଗାର୍ଡ ରଖିଛନ୍ତି। ଅମିତାଭ ବଚ୍ଚନ ହୁଅନ୍ତୁ କି ସଲମାନ ଖାନ, ଶାହରୁଖ ହୁଅନ୍ତୁ କି ଅକ୍ଷୟ କୁମାର, ଏ ସମସ୍ତ ସେଲିବ୍ରିଟି ଘରୁ ବାହାରକୁ ବାହାରିଲେ, ବଡିଗାର୍ଡମାନେ ସେମାନଙ୍କୁ ଘେରି ହୋଇ ରହିଥାଆନ୍ତି। ଅଭିନେତା, ଅଭିନେତ୍ରୀମାନେ ମଧ୍ୟ ବଡିଗାର୍ଡମାନଙ୍କୁ ଖୁସି କରାଇବା ପାଇଁ କୌଣସି ବି ସୁଯୋଗ ହାତଛଡ଼ା କରି ନ ଥାଆନ୍ତି। ଆଜି ଆମେ ଆପଣଙ୍କୁ ଅକ୍ଷୟ କୁମାରଙ୍କ ବଡିଗାର୍ଡଙ୍କ ବିଷୟରେ କହିବାକୁ ଯାଉଛୁ। ଖିଲାଡି ଷ୍ଟାର ନିଜ ବଲିଗାର୍ଡଙ୍କୁ ଏତେ ଦରମା ଦେଇଥାଆନ୍ତି ଯେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

bodyguard2

ଭିଡ଼ ଭିତରେ ବଡିଗାର୍ଡ ଅକ୍ଷୟ କୁମାରଙ୍କୁ ସୁରକ୍ଷା ଦେଇଥାଆନ୍ତି। ଯେତେବେଳେ ବି ସେ ନିଜ ପରିବାର ସହିତ ବାହାରକୁ ଯାଆନ୍ତି, ସେତେବେଳେ ବଡିଗାର୍ଡ ସେମାନଙ୍କ ସହିତ ଥାଆନ୍ତି। ଅକ୍ଷୟ କୁମାର ନିଜ ବଡିଗାର୍ଡଙ୍କର ସମୂର୍ଣ୍ଣ ଧ୍ୟାନ ରଖିଥାଆନ୍ତି। ତାଙ୍କ ବଡିଗାର୍ଡଙ୍କ ନାମ ‘ଶ୍ରେୟସ୍‌ ଠେଲେ’। ଅକ୍ଷୟ ନିଜ ଘରୁ ବାହାରିଲେ ଶ୍ରେୟସ୍‌ ନିଜ ଡ୍ୟୁଟିରେ ଲାଗିପଡ଼ନ୍ତି। ଏହି ସମୟରେ କେହି ବି ଅକ୍ଷୟଙ୍କୁ ଛୁଇଁପାରନ୍ତି ନାହିଁ।

bodyguard3

ଅକ୍ଷୟଙ୍କ ବ୍ୟତୀତ ଶ୍ରେୟସ୍‌ ତାଙ୍କ ପୁଅ ଆରବଙ୍କୁ ବି ସୁରକ୍ଷା ଦେଇଥାଆନ୍ତି। ୨୪ ଘଣ୍ଟା ଡ୍ୟୁଟି କରୁଥିବା ଶ୍ରେୟସ୍‌ଙ୍କ ଦରମା ବିଷୟରେ ଜାଣିଲେ ଆପଣ ବି ଚକିତ ହୋଇଯିବେ। ସୂଚନା ମୁତାବକ, ଅକ୍ଷୟ କୁମାର ନିଜ ବଡିଗାର୍ଡଙ୍କୁ ବାର୍ଷିକ ୧.୨ କୋଟି ଟଙ୍କା ଦରମା ଦେଇଥାଆନ୍ତି। ଏହି ହିସାବରେ ଶ୍ରେୟସ୍‌ ଠେଲେ ପ୍ରତ୍ୟେକ ମାସରେ ୧୦ ଲକ୍ଷ ଟଙ୍କା ଦରମା ପାଇଥାଆନ୍ତି। କହି ରଖୁଛୁ, ଶ୍ରେୟସ୍‌ ବଲିଉଡ୍‌ର ସବୁଠାରୁ ମହଙ୍ଗା ବଡିଗାର୍ଡ। ତାଙ୍କ ଉପସ୍ଥିତିରେ ଅକ୍ଷୟ ଫ୍ୟାନ୍‌ମାନଙ୍କ ମଧ୍ୟରେ ଥାଆନ୍ତି ଏବଂ ଅକ୍ଷୟଙ୍କର ପ୍ରତ୍ୟେକ ଆକ୍ସନ ବଡିଗାର୍ଡଙ୍କ ସାମ୍ନାରେ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.