ଯାଦୁ ଖେଳ ଦେଖାଇବେ ଅକ୍ଷୟ, ଶେଷ ହେଲା ଫିଲ୍ମ ‘ଅତରଙ୍ଗୀ ରେ’ ସୁଟିଂ

ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମକୁ ନେଇ ତାଙ୍କ ଫ୍ଯାନ୍ ପ୍ରାୟ ପାଗଳ ରହିଥାନ୍ତି। ଫିଲ୍ମ ଏବଂ ସୋସିଆଲ ଆକ୍ଟିଭିଟିକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ଏବେ ଅକ୍ଷୟଙ୍କ ଅପକମିଂ ଫିଲ୍ମ ‘ଅତରଙ୍ଗୀ ରେ’କୁ ନେଇ ଚର୍ଚ୍ଚାରେ। ଏଥିରେ ନିଜର ଲୁକ୍ ସେୟାର କରିଛନ୍ତି ଅକ୍ଷୟ କୁମାର।

ଅକ୍ଷୟ କୁମାର ଏବଂ ସାରା ଅଲ୍ଲୀ ଖାନ, ଧନୁଷଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଅତରଙ୍ଗୀ ରେ’ ସୁଟିଂ ଶେଷ ହୋଇଛି। ସୁଟିଂର ଶେଷ ଦିନରେ ଅକ୍ଷୟ କୁମାର ଫିଲ୍ମରେ ନିଜ ଲୁକକୁ ସୋସିଆଲ ମିଡିଆରେ ସେୟା କରିଛନ୍ତି। ଅକ୍ଷୟ ଗୋଟେ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ତାସ୍ ଧରିଥିବା ନଜର ଆସିଛନ୍ତି। ତାଙ୍କ ଲୁକ୍ କୌଣସି ଯାଦୁଗର ଭଳି ଦେଖାଯାଉଛି।

 

View this post on Instagram

 

A post shared by Akshay Kumar (@akshaykumar)

ଫଟୋ ସେୟାର କରି ଅକ୍ଷୟ କୁମାର ଲେଖିଛନ୍ତି, ଆଜି ଅତରଙ୍ଗୀ ରେ ସୁଟିଂର ଶେଷ ଦିନ। ଆପଣ ଆନନ୍ଦ ଏଲ ରୟଙ୍କ ଜାଦୁର ଅନୁଭବ ନିଅନ୍ତୁ। ମୁଁ ଏହାର ଅପେକ୍ଷା କରିପାରିବି ନାହିଁ। ଫିଲ୍ମ ପାଇଁ ସାରା ଏବଂ ଧନୁଷଙ୍କୁ ମଧ୍ୟ ଧନ୍ଯବାଦ ଜଣାଇଛନ୍ତି।

Leave A Reply

Your email address will not be published.