ଜବରଦସ୍ତ ଆକ୍ସନ୍ ସହ ଦେଶଭକ୍ତିର ଦମଦାର ଡାଏଲଗ୍ , ଲୋମଟାଙ୍କୁରୀ ଉଠିବ ଦେଖି ‘କେଶରୀ’ ର ଟ୍ରେଲର୍

ଅକ୍ଷୟ କୁମାରଙ୍କ ଫ୍ୟାନ୍ ମାନଙ୍କ ପାଇଁ ଖୁସି ଖବର । ରିଲିଜ୍ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ କେଶରୀର ଟ୍ରେଲର୍ । ନିଜେ ଅକ୍ଷୟ କୁମାର ଏହାକୁ ଟୁଇଟ୍ କରି ସେୟାର୍ କରିଛନ୍ତି । ପ୍ରାୟ ୩ ମିନିଟର ଏହି ଟ୍ରେଲର ରେ ଫିଲ୍ମର ଭବ୍ୟତା, ଦମଦାର ଆକ୍ସନ୍ ଏବଂ ଜବରଦସ୍ତ ଡାଏଲଗ୍ ଦେଖିବାକୁ ପାଇବେ ଦର୍ଶକ । ଏହି ଫିଲ୍ମରେ ଜଣେ ଯୋଦ୍ଧା ଭୂମିକାରେ ନଜର ଆସିଛନ୍ତି ଖିଲାଡ଼ି ବୟ । ଅକ୍ଷୟ କୁମାରଙ୍କ ଅପୋଜିଟରେ ନାୟିକା ସାଜିଛନ୍ତି ପରଣୀତି ଚୋପ୍ରା।

ଫିଲ୍ମର କାହାଣୀ ୧୮୯୭ ରେ ହୋଇଥିବା ସାରାଗଡି ଯୁଦ୍ଧ ଉପରେ ଆଧାରିତ । ଯାହା ବ୍ରିଟିଶ୍ ଇଣ୍ଡିଆନ୍ ଆର୍ମୀର ଶିଖ ରେଜିମେଣ୍ଟ ଏବଂ ଆଫଗାନ୍ ପାର୍ଶୀ ଆର୍ମୀଙ୍କ ମଧ୍ୟରେ ହୋଇଥିଲା । ଏହି ଯୁଦ୍ଧରେ ରେଜିମେଣ୍ଟର ୨୧ ଶିଖ ସୈନିକ ୧୦ହଜାର ଆଫଗାନୀଙ୍କ ସହ ବାହାଦୂରୀ ସହ ସାମ୍ନା କରୁଥିଲା । ଯୁଦ୍ଧରେ ଭାଗ ନେଇଥିବା ହାବିଲଦାର ଇଶର ସିଂହ ଚରିତ୍ରରେ ନଜର ଆସିଛନ୍ତି ଅକ୍ଷୟ କୁମାର ।

ଟ୍ରେଲର ଆରମ୍ଭ ଆଫଗାନୀଙ୍କ ଆକ୍ରମଣର ଏକ ସିନ୍ ରୁ ହୋଇଛି । ଯାହା ପରେ ଅକ୍ଷୟ କୁମାର କହୁଥିବାର ନଜର ଆସିଛନ୍ତି, ଜଣେ ଗୋରା ମୋତେ କହିଥିଲେ ତୁମେ ମାନେ ଗୋଲାମ, ହିନ୍ଦୁସ୍ତାନର ମାଟିରେ ଡରୁଆ ଲୋକ ଜନ୍ମ ହୋଇଥାନ୍ତି । ଏବେ ଜବାବ ଦେବାର ସମୟ ଆସିଛି ।

ଟ୍ରେଲରେ ଦେଖାଯାଇଥିବା ଆକ୍ସନ୍ ସିନ୍ ସହ ଦିଆଯାଇଥିବା ବ୍ୟାକଗ୍ରାଉଣ୍ଡ୍ ମ୍ୟୁଜିକ୍ ଏବଂ ଦେଶଭକ୍ତିକୁ ଦର୍ଶାଉଥିବା ଅକ୍ଷୟ କୁମାରଙ୍କ ଦମଦାର ଡାଏଲଗ୍ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ । ଟ୍ରେଲରକୁ ଦେଖିବା ମାତ୍ରେ ଏହି ଫିଲ୍ମକୁ ଦେଖିବାର ଉତ୍ସାହ ନିଶ୍ଚୟ ଦୁଇ ଗୁଣା ହୋଇଯିବ । ତେବେ ଅନୁରାଗ୍ ସିଂହଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ କେଶରୀ ୨୧ ମାର୍ଚ୍ଚରେ ରିଲିଜ୍ ହେବ ।

ଦେଖନ୍ତୁ ଏହି ଟ୍ରେଲର୍ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.