ରିଳିଜ୍‌ ହେଲା ଫିଲ୍ମ ‘ସରଫିରା’ର ଟ୍ରେଲର, ଦମ୍‌ଦାର ଲୁକ୍‌ରେ ନଜର ଆସିଲେ ଅକ୍ଷୟ କୁମାର

ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ ‘ସରଫିରା’ଟ୍ରେଲର ରିଲିଜ୍‌ ହୋଇଛି । ଖିଲାଡୀ କୁମାରଙ୍କ ଅପ୍‌କମିଂ ଫିଲ୍ମ ସରଫିରା ଜୁଲାଇ ୧୨ ରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ରାଧିକା ମଦାନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ନିର୍ମାତାମାନଙ୍କ ଦ୍ୱାରା ଆଜି ଏହି ଫିଲ୍ମର ଟ୍ରେଲର ରିଲିଜ୍‌ କରାଯାଇଛି । ଏହି ଫିଲ୍ମଟି ହେଉଛି ସୁଧା କଙ୍ଗାରାଙ୍କ ନିର୍ଦ୍ଦେଶିତ । ଏହା ଅଭିନେତା ସୂର୍ଯ୍ୟଙ୍କ ତାମିଲ ଫିଲ୍ମ ‘ସୋରାରାଇ ପୋଟ୍ରୁ’ର ରିମେକ୍ ଫିଲ୍ମ । ଏହି ଫିଲ୍ମଟି ଭାରତୀୟ ଏୟାରଲାଇନ୍ସ ସିମ୍ପଲି ଡେକାନ୍‌ର ପ୍ରତିଷ୍ଠାତା ଜି ଆର ଗୋପୀନାଥଙ୍କ ବାୟୋପିକ୍ ବୋଲି କୁହାଯାଉଛି ।

ବେବି’, ‘ଏୟାରଲିଫ୍ଟ’, ‘ଟଏଲେଟ୍: ଏକ ପ୍ରେମ କଥା’ ଏବଂ ‘ସ୍ପେଶାଲ୍ ୨୬’ ପରେ ଅକ୍ଷୟ କୁମାର ‘ସରଫିରା’ ସହିତ ଫେରିବାକୁ ଯାଉଚନ୍ତି । ଯେଉଁଥିରେ ତାଙ୍କୁ ପୁଣି ଏକ ନୂଆ ଲୁକ୍ ଏବଂ ଡ୍ୟାସିଂ ଷ୍ଟାଇଲ୍‌ରେ ଦେଖିବାକୁ ମିଳିବ । ଏହା ସହ ‘ହେରା-ଫେରି’ ପାର୍ଟନର ପରେଶ ରାୱଲ ମଧ୍ୟ ଅକ୍ଷୟଙ୍କ ସହ ଫିଲ୍ମରେ ନଜର ଆସିବେ । ଅକ୍ଷୟ କୁମାର ଏବଂ ପରେଶ ରାୱଲଙ୍କ ଯୋଡି ପୂର୍ବରୁ ଫ୍ୟାନ୍ସ ବହୁତ ପସନ୍ଦ କରନ୍ତି ଏବଂ ବର୍ତ୍ତମାନ ଫିଲ୍ମର ଟ୍ରେଲରରୁ ଏହା ସ୍ପଷ୍ଟ ହୋଇଛି ଯେ ଦୁହେଁ ଏଥିରେ ଏକାଠି ଆସିବାକୁ ଯାଉଛନ୍ତି । କିନ୍ତୁ ଏଥିରେ ଦୁଇଜଣଙ୍କ ଷ୍ଟାଇଲ ସମ୍ପୂର୍ଣ୍ଣ ଭିନ୍ନ ରହିଛି । ଏଥର ଉଭୟଙ୍କ ମଧ୍ୟରେ ଏକ ଭିନ୍ନ କେମେଷ୍ଟ୍ରି ଦେଖିବାକୁ ମିଳିବ ।

ଫିଲ୍ମର ଟ୍ରେଲର ବିଷୟରେ କହିବାକୁ ଗଲେ ଟ୍ରେଲର ଆରମ୍ଭରେ ଅକ୍ଷୟ କୁମାରଙ୍କ ସ୍ୱରରୁ ଶୁଣିବାକୁ ମିଳିଛି । ଯେଉଁଥିରେ ଅକ୍ଷୟ ତାଙ୍କର ପରିଚୟ ଦେବାବେଳେ କହୁଛନ୍ତି, ‘ମୋର ନାମ ବୀର ମାତ୍ରେ, ମୁଁ ଜରାଣ୍ଡେଶ୍ୱର ନିକଟ ଏକ ଗାଁର । ମୁଁ ଋଣରେ ବୁଡି ରହିଛି । ଯାହା ପଇସା ଆସୁଛି ଋଣ ସୁଝିବାରେ ପଳାଇ ଯାଉଛି । ଫିଲ୍ମର ଟ୍ରେଲର ବହୁତ ଜବରଦସ୍ତ ହୋଇଛି । ଏହା ସହ ଟ୍ରେଲରଟି ସୋସିଆଲ ମିଡିଆ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ଏହି ଫିଲ୍ମଟି ଭାରତୀୟ ଏୟାରଲାଇନ୍ସ ସିମ୍ପଲି ଡେକାନ୍‌ର ପ୍ରତିଷ୍ଠାତା ଜି ଆର ଗୋପୀନାଥଙ୍କ ବାୟୋପିକ୍ । କମ୍ ମୂଲ୍ୟରେ ବିମାନ ସେବା ଆରମ୍ଭ କରିବା ପାଇଁ ସେ କେଉଁ ପ୍ରକାର ସଂଘର୍ଷର ସମ୍ମୁଖୀନ ହୋଇଥିଲେ ତାହାର କାହାଣୀ ଏହି ଫିଲ୍ମରେ ଦର୍ଶାଯାଇଛି । ତେବେ ବୀର ମାତ୍ରେ ଚାହୁଁଛନ୍ତି ଯେ ଯାହା ପକେଟରେ ଗୋଟିଏ ଟଙ୍କା ଥିବା ସେ ବ୍ୟକ୍ତି ମଧ୍ୟ ବିମାନରେ ଚଢିପାରିବେ । ସେ କିପରି ଏହି କଥାକୁ ନେଇ ରାଷ୍ଟ୍ରପତିଙ୍କ ନିକଟରେ ପହଞ୍ଚିଛନ୍ତି, ତାହା ଏହା ଟ୍ରେଲରରେ ଦେଖିବାକୁ ମିଳିଛି । ଟ୍ରେଲରରେ ଜଣେ ଅଭିନେତା ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଅବଦୁଲ କଲାମ ଆଜାଦଙ୍କ ଭଳି ଦେଖାଯାଉଛନ୍ତି । ଏବେ ଦେଖିବାରେ ଅଛି ଦର୍ଶକ ଏହି ଫିଲ୍ମକୁ କେତେ ପସନ୍ଦ କରୁଛନ୍ତି ।

Leave A Reply

Your email address will not be published.