ଆରମ୍ଭ ହେଲା ଫିଲ୍ମ ‘ରାମ ସେତୁ’ର ସୁଟିଂ, ସାମ୍ନାକୁ ଆସିଲା ଅକ୍ଷୟ କୁମାରଙକ ଫାଷ୍ଟ ଲୁକ୍

ଫିଲ୍ମ ‘ରାମ ସେତୁ’ର ସୁଟିଂ ଆରମ୍ଭ ହୋଇଛି। ଯାହା ବିଷୟରେ ନିଜେ ଅକ୍ଷୟ କୁମାର ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି । ଅକ୍ଷୟ ଫିଲ୍ମରୁ ନିଜର ଲୁକ୍ ସେୟାର କରିଛନ୍ତି । ତାଙ୍କର ଏହି ପୋଷ୍ଟ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଗତ କିଛିଦିନ ତଳେ ସୁଟିଂ ସେଟରୁ ଫଟୋ ଏବଂ ଭିଡିଓ ମୂହୁର୍ତ୍ତ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା। ନିକଟରେ ଅକ୍ଷୟ ଫିଲ୍ମ ‘ଅତରଙ୍ଗୀ ରେ’ର ସୁଟିଂ ଶେଷ କରିଛନ୍ତି।

ଅଭିନେତା ଲୁକ୍ ସେୟାର କରି ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ମୋ ପାଇଁ ସବୁଠାରୁ ଖାସ ଫିଲ୍ମ ମଧ୍ୟରୁ ଗୋଟିଏ ହେବାକୁ ଯାଉଥିବାର ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି । ରାମ ସେତୁର ସୁଟିଂ ଆରମ୍ଭ! ଫିଲ୍ମ ରାମ ସେତୁରେ ପ୍ରତ୍ନତତ୍ତ୍ୱବିତ ଭୂମିକାରେ ନଜର ଆସିବେ ଅକ୍ଷୟ କୁମାର। ଏବେ ତାଙ୍କ ଲୁକକୁ ଫ୍ୟାନ୍ସମାନେ ବେଶ୍ ପସନ୍ଦ କରିବା ସହିତ ପ୍ରଶଂସା ମଧ୍ୟ କରୁଛନ୍ତି । ଏହି ଲୁକ୍ ରେ ଅଭିନେତା ଲମ୍ବା କେଶ ସହିତ କ୍ଲିନ୍ ସେଭ୍ ରେ ଦେଖାଯାଇଛନ୍ତି ।

 

View this post on Instagram

 

A post shared by Akshay Kumar (@akshaykumar)


କିଛିଦିନ ପୂର୍ବରୁ ଅକ୍ଷୟ, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ ଏବଂ ନୁସରତ ଭରୁଚାଙ୍କ ସହିତ ଅଯୋଧ୍ୟାରେ ପହଞ୍ଚିଥିଲେ । ଏଥିସହିତ ଅକ୍ଷୟ ମଧ୍ୟ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ତାଙ୍କ ସହିତ ବସ୍ ମଧ୍ୟରେ ଜ୍ୟାକଲିନ୍, ନୁସରତ ଏବଂ ଅନ୍ଯ ଟିମ୍ ମଧ୍ୟ ନଜର ଆସିଥିଲେ । ଭିଡିଓରେ ଅଭିନେତା ଦୁଇଜଣ ଅଭିନେତ୍ରୀଙ୍କ ସହିତ ମଜା କରୁଥିବା ଦେଖାଯାଇଥିଲା । ଅକ୍ଷୟଙ୍କ ସହିତ ଫିଲ୍ମ ରାମ ସେତୁରେ ଜ୍ୟାକଲିନ୍ ଏବଂ ନୁସରତ ମଧ୍ୟ ନଜର ଆସିବେ । ଅଭିଶେକ ଶର୍ମା ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.