ଅନେକ ବିବାଦ ପରେ ଏବେ ପରିବର୍ତ୍ତନ ହେବ ‘ଲକ୍ଷ୍ମୀ ବମ୍ବ’ ଫିଲ୍ମର ନାମ, ଜାଣନ୍ତୁ କଣ ରହିଛି ଅକ୍ଷୟ କୁମାରଙ୍କ ଫିଲ୍ମର ନୂଆନାମ

ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍ବ’ ରିଲିଜ୍ ପୂର୍ବରୁ ହିଁ ବିବାଦରେ ଘେରି ହୋଇ ରହିଛି । ଏହି ଚଳଚ୍ଚିତ୍ରର ନାମକୁ କ୍ରମାଗତ ଭାବେ ବିରୋଧ କରାଯାଇ ଆସୁଛି । ତେବେ ଏହି ବିବାଦକୁ ଶାନ୍ତ କରିବା ପାଇଁ ନିର୍ମାତାମାନେ ବର୍ତ୍ତମାନ ଫିଲ୍ମର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଦର୍ଶକଙ୍କ ଭାବନାକୁ ଦୃଷ୍ଟିରେ ରଖି ଏବଂ ଚଳଚ୍ଚିତ୍ରର ନିର୍ମାତା- ଶବିନା ଖାନ, ତୁଷାର କପୁର ଏବଂ ଅକ୍ଷୟ କୁମାର ଏବେ ସେମାନଙ୍କର ଚଳଚ୍ଚିତ୍ରକୁ ‘ଲକ୍ଷ୍ମୀ’ ଟାଇଟଲ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଚଳଚ୍ଚିତ୍ରର ଟାଇଟଲରୁ ବମ୍ବ ଶବ୍ଦକୁ ହଟାଇ ଦିଆଯାଇଛି । ରାଘବ ଲରେନ୍ସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଗୁରୁବାର ସେନ୍ସର ସାର୍ଟିଫିକେଟ୍ ପାଇଁ ପଠାଯାଇଥିଲା । ସ୍କ୍ରିନିଂ ପରେ ଫିଲ୍ମ ନିର୍ମାତା ଏବଂ ସିବିଏଫସି ମଧ୍ୟରେ ଫିଲ୍ମ ଉପରେ ଆଲୋଚନା କରାଯାଇଥିଲା। ଯାହା ପରେ ନିର୍ମାତାମାନେ ଫିଲ୍ମର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ।

ସୂଚନା ଅନୁଯାୟୀ ଏହି ଚଳଚ୍ଚିତ୍ରର ନାମକୁ କ୍ରମାଗତ ଭାବରେ ବିରୋଧ କରାଯାଉଥିଲା । ନିକଟରେ କରଣୀ ସେନା ଫିଲ୍ମର ଟାଇଟଲକୁ ବିରୋଧ କରି ଫିଲ୍ମର ନିର୍ମାତାମାନଙ୍କୁ ଏକ ଆଇନଗତ ନୋଟିସ ପଠାଇଥିଲେ । ଏହାପୂର୍ବରୁ ମୁକେଶ ଖାନ୍ନା ମଧ୍ୟ ଫିଲ୍ମର ନାମକୁ ନେଇ ଏକ ତୀବ୍ର ଆପତ୍ତି ଉଠାଇଥିଲେ । ଏଥି ସହିତ ସୋସିଆଲ ମିଡିଆରେ ନିର୍ମାତାମାନଙ୍କୁ ଫିଲ୍ମର ନାମକୁ ନେଇ କ୍ରମାଗତ ଭାବେ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ଅନେକ ଲୋକ ଲକ୍ଷ୍ମୀ ସହିତ ବୋମା ଶବ୍ଦକୁ ସଂଯୋଗ କରିଥିବାରୁ ମାତା ଲକ୍ଷ୍ମୀଙ୍କୁ ଓ ହିନ୍ଦୁ ଧର୍ମକୁ ଅପମାନିତ କରାଯାଉଛି ବୋଲି ମାନୁଥିଲେ । ଅକ୍ଷୟ କୁମାରଙ୍କ ଫିଲ୍ମ ନଭେମ୍ବର 9 ରେ OTT ପ୍ଲାଟଫର୍ମରେ ରିଲିଜ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଚଳଚ୍ଚିତ୍ରରେ କିଆରା ଆଡଭାନୀ ଲିଡରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଜଣେ ଟ୍ରାନ୍ସଜେଣ୍ଡର ଭାବରେ ଦେଖିବାକୁ ମିଳିବେ ।

Leave A Reply

Your email address will not be published.