ମନୋରଂଜନ

ରଣବୀର-ଆଲିଆଙ୍କ ମେହେନ୍ଦି ସେରିମନି ଫଟୋ ସେୟାର କଲେ କରିସ୍ମା କପୁର, ଦେଖନ୍ତୁ କିଛି ଝଲକ୍‌

ଆଜି ୭ ଜନ୍ମ ପାଇଁ ବିବାହ ବନ୍ଧନରେ ବାନ୍ଧି ହେବେ ଆଲିଆ ଭଟ୍ଟ ଓ ରଣବୀର କପୁର। ବିବାହ ପୂର୍ବରୁ ସେମାନଙ୍କ ମେହେନ୍ଦି ଓ ସଙ୍ଗୀତ ଖୁବ୍‌ ଧୁମ୍‌ଧାମ୍‌ରେ ପାଳିତ ହୋଇଛି। ବୁଧବାର ଦିନ ରଣବୀର ଓ ଆଲିଆଙ୍କ ମେହେନ୍ଦି ସେରିମନି ଅନୁଷ୍ଠିତ ହୋଇଛି। ଏହି ଫଙ୍କସନ୍‌ରେ କପୁର ଓ ଭଟ୍ଟ ପରିବାର ବ୍ୟତୀତ କିଛି ସେଲିବ୍ରିଟି ମଧ୍ୟ ସାମିଲ ହୋଇଥିଲେ।

ତେବେ ଆଲିଆଙ୍କ ମେହେନ୍ଦିର କିଛି ଫଟୋ କରିସ୍ମା କପୁର ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଫଟୋରେ କରିସ୍ମା ଡାହାଣ ଗୋଡ଼ରେ ମେହେନ୍ଦି ଲଗାଇଥିବା ଦେଖିବାକୁ ମିଳିଛି। ଫଟୋକୁ କରିସ୍ମା ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ସେୟାର କରିଛନ୍ତି। ଏହି ଫଟୋ ସେୟାର କରି କରିସ୍ମା ଲେଖିଛନ୍ତି- ଆଇ ଲଭ୍‌ ମେହେନ୍ଦି। ଏଥିସହ ସେ ଏକ ହାର୍ଟ ଇମୋଜି ବି ଦେଇଛନ୍ତି।

ଏଥିସହ ରଣବୀରଙ୍କ ଭଉଣୀ ରିଦ୍ଦିମା କପୁର ସାହାଣୀ ନିଜ ସୋସିଆଲ ମିଡିଆରେ ମେହେନ୍ଦିର ଛୋଟ ଝଲକ୍‌ ଦେଖାଇଛନ୍ତି। ଏଥିରେ ସେ ନିଜ ହାତ ମେହେନ୍ଦିକୁ ଦେଖାଇଛନ୍ତି।

ସୂଚନାଯୋଗ୍ୟ ଯେ ମେହେନ୍ଦି ସେରିମନିରେ କରିସ୍ମାଙ୍କ ବ୍ୟତୀତ କରୀନା କପୁର, ନୀତୁ ସିଂହ, ରିମା ଜୈନ, ଆଦର ଜୈନ, ରିଦ୍ଦିମା କୁପର, ଅୟାନ ମୁଖାର୍ଜୀ, କରନ ଜୋହର, ସୋନୀ ରାଜଦାନ, ମହେଶ ଭଟ୍ଟ, ପୂଜା ଭଟ୍ଟ, ଶାହିନ ଭଟ୍ଟଙ୍କ ସମେତ ଅନ୍ୟ ସେଲିବ୍ରିଟି ମଧ୍ୟ ସାମିଲ ହୋଇଥିଲେ।

ଆଜି ରଣବୀରଙ୍କ ଘର ବାସ୍ତୁରୁ ବରଯାତ୍ରୀ ବାହାରି ଆଲିଆଙ୍କ ଘରକୁ ଯିବ। ଦୀର୍ଘ ଦିନର ପ୍ରେମୀ ଯୁଗଳ ଆଜି ସ୍ୱାମୀ ସ୍ତ୍ରୀ ହେବେ। ଏଥିପାଇଁ ଆପାର୍ଟମେଣ୍ଟରେ ଅତିଥିଙ୍କ ଗହଳି ଚହଳି ଆରମ୍ଭ ହୋଇଛି। ବରର ମା’ ନୀତୁ ସିଂହ ଓ ଭଉଣୀ ରିଦ୍ଦିମା କପୁର ବିବାହ ସ୍ଥଳରେ ପହଞ୍ଚିସାରିଥିବା ଜଣାଯାଇଛି।

Also Read: କେବଳ ପେଟ ନୁହେଁ ତ୍ୱଚା ପାଇଁ ମଧ୍ୟ ଲାଭକାରୀ ହୋଇଥାଏ ଆଖୁ ରସ, ଖରାଦିନେ ନିଶ୍ଚୟ କରନ୍ତୁ ବ୍ୟବହାର

WCW 11

Recent Posts

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

11 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

39 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

58 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago