କପୁର ପରିବାରକୁ ଆସିଲେ କୁନି ଅତିଥି, କନ୍ୟା ସନ୍ତାନକୁ ଜନ୍ମ ଦେଲେ ଆଲିଆ

କପୁର ପରିବାରକୁ ଆସିଲେ କୁନି ଅତିଥି। କନ୍ୟା ସନ୍ତାନ ଜନ୍ମ ଦେଲେ ଆଲିଆ । ଆଜି ଆଲିଆଙ୍କୁ ନେଇ ରଣବୀର ହସପିଟାଲରେ ଭର୍ତ୍ତି କରିଥିଲେ। ତେବେ ଖବର ମୁତାବକ, ଏଚଏନ ରିଲାଏନ୍ସ ହସପିଟାଲରେ ଆଲିଆ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଆଲିଆଙ୍କ ଝିଅ ଜନ୍ମ ହେବା ପରେ ପରିବାରର ସମସ୍ତ ସଦସ୍ୟ ବେଶ୍‌ ଖୁସି ଅଛନ୍ତି। ମା’ ଏବଂ ପିଲା ଦୁହେଁ ସୁସ୍ଥ ରହିଛନ୍ତି ବୋଲି ଖବର ମିଳିଛି।

ନୂଆ ଅତିଥିଙ୍କୁ ସ୍ୱାଗତ ପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଛି। ଆଲିଆ ନଭେମ୍ବର ଶେଷ କିମ୍ବା ଡିସେମ୍ବର ପ୍ରଥମରୁ କୁନି ଅତିଥିଙ୍କୁ ଜନ୍ମ ଦେବେ ବୋଲି ପୂର୍ବରୁ ଖବର ପ୍ରକାଶିତ ହୋଇଥିଲା। କିନ୍ତୁ ଏବେ ଖବର ଅନୁଯାୟୀ, ଆଲିଆ ଭଟ୍ଟ HN ରିଲାଏନ୍ସ ହସପିଟାଲରେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଆଲିଆ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଖବର ଦେଇଛନ୍ତି। ଆଲିଆଙ୍କ ପୋଷ୍ଟରେ ରିତେଶ ଦେଶମୁଖ, ସୋଫି ଚୌଧୁରୀ, ଶ୍ୱେତା ବଚ୍ଚନ, ଦିୟା ମିର୍ଜା, ମାଧୁରୀ ଦୀକ୍ଷିତ, ମୌନୀ ରାୟ, କ୍ରିତି ସାନନ, ନେହା ଧୁପିଆ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

 

View this post on Instagram

 

A post shared by Alia Bhatt 🤍☀️ (@aliaabhatt)

ସୂଚନା ଯୋଗ୍ୟ, ଆଲିଆ ଏବଂ ରଣବୀର ଚଳିତବର୍ଷ ଏପ୍ରିଲରେ ବିବାହ କରିଥିଲେ। ବିବାହ ସମୟରେ ଦୁଇ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ। ଏହି ସମୟରେ ଅନେକ କଳାକାର ଏବଂ ଅତିଥି ମଧ୍ୟ ନଜର ଆସିଥିଲେ। ସେମାନଙ୍କ ମଧ୍ୟରେ ନୀତୁ କପୁର, ସୋନି ରାଜଦାନ, ଶାହୀନ ଭଟ୍ଟ, ରିଦ୍ଧିମା କପୁର, କରୀନା କପୁର, ରିମା ଜୈନ, ରଣବୀର କପୁର, ରାହୁଲ ଭଟ୍ଟ, କରଣ ଜୋହର, ମହେଶ ଭଟ୍ଟ ପ୍ରମୁଖ ସାମିଲ ଥିଲେ ବିବାହର ଦୁଇମାସ ପରେ ଆଲିଆ ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିଥିଲା। ଏହା ପରେ ଆଲିଆ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଖୁସି ଖବର ଜଣାଇଥିଲେ।

ତେବେ ଦୁହେଁ ଶେଷ ଥର ପାଇଁ ଫିଲ୍ମ ବ୍ରହ୍ମାସ୍ତ୍ରରେ ଏକାଠି ନଜର ଆସିଥିଲେ। ୨୦୧୮ ବେଳେ ଏହି ଫିଲ୍ମର ସୁଟିଂ ସମୟରେ ପରସ୍ପରର ନିକଟତର ଆସିଥିଲେ ଆଲିଆ ଏବଂ ରଣବୀର । ବିବାହ ପୂର୍ବରୁ ୩ ବର୍ଷ ପରସ୍ପରକୁ ଡେଟ୍‌ କରୁଥିଲେ ଦୁହେଁ। ଏହି ଫିଲ୍ମରେ ଅମିତାଭ ବଚ୍ଚନ, ଡିମ୍ପଲ କପାଡିଆ, ମୌନୀ ରାୟ, ନାର୍ଗାଜୁନ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.