ଘୋଷଣା ହେଲା ‘ଗାଙ୍ଗୁବାଇ କାଠିଆୱାଡି’ ରିଲିଜ୍ ତାରିଖ, ଆଲିଆ ସେୟାର କଲେ ପୋଷ୍ଟ

ଆଲିଆ ଭଟ୍ଟଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗାଙ୍ଗୁବାଇ କାଠିଆୱାଡି’ ରିଲିଜ୍ ହେବାକୁ ଯାଉଛି ଆସନ୍ତା ଫେବୃୟାରୀ ୨୫ ତାରିଖରେ। ଫିଲ୍ମ ନିର୍ମାତାମାନେ ଏହା କହିଛନ୍ତି। ସଞ୍ଜୟ ଲୀଲା ଭନସାଲୀ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଥିବା ବେଳେ ଏହା ଆଲିଆଙ୍କ ପାଇଁ ଏକ ବଡ଼ ଫିଲ୍ମ ହେବାକୁ ଯାଉଛି । କାରଣ ଏହି ଫିଲ୍ମରେ ସେ ଏକ ଦମଦାର ଚରିତ୍ରରେ ଆସିଛନ୍ତି।

film
Picture Credit – Instagram

ଏହି ଫିଲ୍ମ ମଝିରେ ବିବାଦୀୟ ହୋଇଥିଲାକିନ୍ତୁ ଅନେକ ସମୟ ପରେ ଏହି ଚର୍ଚ୍ଚିତ ଫିଲ୍ମ୍ ହଲରେ ଆସନ୍ତା ଫେବୃୟାରୀ ୨୫ରେ ରିଲିଜ୍ ହେବ। ନିଜ ଫିଲ୍ମର ରିଲିଜକୁ ନେଇ ଆଲିଆ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ତାଙ୍କର ଏକ ଫଟୋ ସେୟାର କରି ଫିଲ୍ମର ଡେଟ୍ କହିଛନ୍ତି। ସଞ୍ଜୟ ଲୀଲା ଭନସାଲୀଙ୍କ ବ୍ୟାନରରେ ଏହି ଫିଲ୍ମ ତିଆରି କରାଯାଇଛି। ଭନସାଲୀ ପ୍ରଡକ୍ସନ୍ସ ହାଉସ ସେମାନଙ୍କର ଇନଷ୍ଟାଗ୍ରାମ ପେଜ ମାଧ୍ୟମରେ ଏହି ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛି।

ତେଣୁ ପୂର୍ବରୁ କୋଭିଡ୍ ପାଇଁ ଏହି ଫିଲ୍ମ ରିଲିଜ୍ ହୋଇପାରିନଥିଲା । ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍ ମଧ୍ୟ ଏକ ଆକର୍ଷଣୀୟ ଭୂମିକାରେ ଅଭିନୟ କରିଛନ୍ତି। ବିଶିଷ୍ଟ ଲେଖକ ହୁସେନ୍ ଜାଇଡିଙ୍କ ପୁସ୍ତକ “ମାଫିଆ କୁଇନ୍ସ ଅଫ୍ ମୁମ୍ବାଇ” ର ଏକ ଅଧ୍ୟାୟରୁ ଏହା ଆଡପ୍ଟ କରାଯାଉଛି।