ଶାଶୁ ମା’ଙ୍କ କଥାରେ ଆଲିଆ ବଦଳାଇଲେ ଇନଷ୍ଟାଗ୍ରାମ ଡିପି ! ଲଗାଇଲେ ରଣବୀରଙ୍କ ସହିତ ରୋମାଣ୍ଟିକ ଫଟୋ

ଆଲିଆ ଭଟ୍ଟ ମା’ ହେବା ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ପ୍ରଶଂସାର ସୁଅ ଛୁଟିଛି। ଆଲିଆ ଓ ରଣବୀର ଖୁବଶୀଘ୍ର ବାପା ମା ହେବାକୁ ଯାଉଛନ୍ତି। ଆଲିଆ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ସୂଚନା ଦେଇଥିଲେ। ଯାହା ପରେ ଆଲିଆଙ୍କୁ ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି। ଆଉ ସବୁଠାରୁ ବଡ କଥା ହେଲା, ଆଲିଆ ଗର୍ଭବତୀ ହେବା ଖୁସି ଖବର ଦେବା ପରେ ଇନଷ୍ଟାଗ୍ରାମର ଡିପି ବଦଳାଇଦେଇଛନ୍ତି।

ରଣବୀର କପୁରଙ୍କୁ ବିବାହ କରିବା ପରେ ଆଲିଆ ନିଜର ଇନଷ୍ଟାଗ୍ରାମ ଡିପି ବଦଳାଇଥିଲେ। ବିବାହର ସୁନ୍ଦର ଫଟୋ ଲଗାଇଥିଲେ। କିନ୍ତୁ ଏବେ ଗର୍ଭବତୀ ହେବା ଖବର ସୋସିଆଲ ମିଡିଆରେ ଜଣାଇବା ପରେ ଇନଷ୍ଟାର ଡିପି ବଦଳାଇଦେଇଛନ୍ତି। ଆଲିଆ ଏବେ ସ୍ୱାମୀ ରଣବୀରଙ୍କ ସହିତ ଏକ ଫଟୋ ଲଗାଇଛନ୍ତି।

 

View this post on Instagram

 

A post shared by neetu Kapoor. Fightingfyt (@neetu54)

ଆଲିଆ ରଣବୀରଙ୍କ ସହିତ ଏକ ରୋମାଣ୍ଟିକ ଫଟୋ ଲଗାଇଛନ୍ତି। ଏହି ଫଟୋକୁ ନୀତୁ କପୁର ସେୟାର କରିଛନ୍ତି। ନୀତୁ କପୁର ଆଲିଆ ଏବଂ ରଣବୀରଙ୍କ ଏହି ଫଟୋ ସେୟାର କରିଛନ୍ତି। ଏହାକୁ ସେୟାର କରି ନୀତୁ ଲେଖିଛନ୍ତି, ‘ଗଡ ବ୍ଲେସ୍‌’ ଏହାସହିତ ହାର୍ଟ ଇମୋଜି ମଧ୍ୟ ଦେଇଛନ୍ତି। ନୀତୁଙ୍କ ଏହି ଫଟୋରେ ଆଲିଆ କମେଣ୍ଟ ମଧ୍ୟ କରିଛନ୍ତି। ଆଉ ଲେଖିଛନ୍ତି, ମୋ ପସନ୍ଦର ଫଟୋ। ନୀତୁ କପୁର ଏହି ଫଟୋ ସେୟାର କରିବା ପରେ ଆଲିଆ ଏହାକୁ ନିଜ ଇନଷ୍ଟାଗ୍ରାମ ଡିପି କରିନେଇଛନ୍ତି।

ଆଲିଆ ନିଜେ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ଜଣାଇଛନ୍ତି।  ଆଲିଆ ଏକ ଫଟୋ ଇନଷ୍ଟାରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ଆଲିଆ ହସପିଟାଲରେ ରଣବୀରଙ୍କ ସହିତ ଅଛନ୍ତି। ଆଉ ହସପିଟାଲ ବେଡରେ ଆଲିଆ ପଡି ମନିଟରରେ ଲଭ୍‌ ସଂକେତ ଥିବା ଫଟୋକୁ ଦେଖୁଛନ୍ତି। ଆଉ ଇନଷ୍ଟାରେ ଲେଖିଛନ୍ତି, ଆମ ପିଲା, ଖୁବଶୀଘ୍ର ଆସୁଛି। ଏହାସହିତ ଲଭ୍‌ ଇମୋଜୀ ମଧ୍ୟ ଦେଇଛନ୍ତି।

 

View this post on Instagram

 

A post shared by Alia Bhatt 🤍☀️ (@aliaabhatt)

ଆଲିଆ ଏବଂ ରଣବୀର ଦୁହେଁ ଏପ୍ରିଲ ୧୪ ତାରିଖରେ ବିବାହ କରିଥିଲେ। ବିବାହ ସମୟରେ ଦୁଇ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ। ଏହି ସମୟରେ ଅନେକ କଳାକାର ଏବଂ ଅତିଥି ମଧ୍ୟ ନଜର ଆସିଥିଲେ। ସେମାନଙ୍କ ମଧ୍ୟରେ ନୀତୁ କପୁର, ସୋନି ରାଜଦାନ, ଶାହୀନ ଭଟ୍ଟ, ରିଦ୍ଧିମା କପୁର, କରୀନା କପୁର, ରିମା ଜୈନ, ରଣବୀର କପୁର, ରାହୁଲ ଭଟ୍ଟ, କରଣ ଜୋହର, ମହେଶ ଭଟ୍ଟ ପ୍ରମୁଖ ସାମିଲ ଥିଲେ। ସମସ୍ତେ ପିଙ୍କ୍‌ ରଙ୍ଗର ସୁଟ୍‌ ଡ୍ରେସ ପିନ୍ଧିଥିଲେ।

ବିବାହ ପରେ ଆଲିଆ ଖୁବଶୀଘ୍ର ପରଦାକୁ ଫେରିବେ। ବିବାହ ପରେ ପ୍ରଥମେ ହଲିଉଡ ଫିଲ୍ମରେ କାମ କରିବେ। ଆଲିଆଙ୍କ ଅପକମିଂ ଫିଲ୍ମ ବ୍ରହ୍ମାସ୍ତ୍ରକୁ ନେଇ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି। ୯ ସେପ୍ଟେମ୍ବରକୁ ‘ବ୍ରହ୍ମାସ୍ତ୍ର’ର ରିଲିଜ ହେବ। ସୂଚନାଯୋଗ୍ୟ, ଏହି ଫିଲ୍ମର ତିନିଟି ପାର୍ଟ ରହିବ। ପ୍ରଥମ ପାର୍ଟ ୯ ସେପ୍ଟେମ୍ବରରେ ରିଲିଜ ହେବ। ବାକି ଦୁଇଟି ଏହା ପରେ ରିଲିଜ ହେବ। ଏହି ଫିଲ୍ମରେ ଅମିତାଭ ବଚ୍ଚନ, ଡିମ୍ପଲ କପାଡିଆ, ମୌନୀ ରାୟ, ନାର୍ଗାଜୁନ ପ୍ରମୁଖ ଭୂମିକାରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.