ଆଲିଆ ଭଟ୍ଟଙ୍କ ଜନ୍ମଦିନରେ ସାମ୍ନାକୁ ଆସିଲା ‘ବ୍ରହ୍ମାସ୍ତ୍ର’ରୁ ତାଙ୍କ ଫାର୍ଷ୍ଟ ଲୁକ୍‌, ରଣବୀରଙ୍କ ସହ ଦେଖା ଦେଲେ ଈଶା; ଦେଖନ୍ତୁ ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଜନ୍ମଦିନ ଅବସରରେ ଅଭିନେତ୍ରୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରୁ ତାଙ୍କ ଫାର୍ଷ୍ଟ ଲୁକ୍‌ ସାମ୍ନାକୁ ଆସିଛି। ଏହି ଫିଲ୍ମରେ ଆଲିଆ ‘ଈଶା’ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ଓ ଖୋଦ୍‌ ଆଲିଆ ସୋସିଆଲ ମିଡିଆରେ ଏହି ଫାର୍ଷ୍ଟ ଲୁକ୍‌ ସେୟାର କରିଛନ୍ତି। ସେପଟେ ଫ୍ୟାନମାନେ ଆଲିଆଙ୍କର ଏହି ଲୁକ୍‌ ଦେଖି ପୁଣିଥରେ ତାଙ୍କ କାମକୁ ପ୍ରଶଂସା କରିଛନ୍ତି। ବର୍ତ୍ତମାନ ଏହି ଲୁକ୍‌ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଆଲିଆଙ୍କ ୨୯ତମ ଜନ୍ମଦିନରେ ତାଙ୍କ ଫିଲ୍ମର ଫାର୍ଷ୍ଟ ଲୁକ୍‌ ସାମ୍ନାକୁ ଆସିଛି। ଅୟାନ ମୁଖାର୍ଜୀ ଆଲିଆ ଭଟ୍ଟଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ଇନଷ୍ଟାଗ୍ରାମରେ ତାଙ୍କ ଲୁକ୍‌ର ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଆଲିଆ ଅଲଗା ଅଲଗା ଷ୍ଟାଇଲରେ ନଜର ଆସୁଛନ୍ତି। କେତେବେଳେ ଆକାଶରେ ଦୌଡ଼ୁଥିବାର ନଜର ଆସୁଛନ୍ତି ତ କେତେବେଳେ ରଣବୀରଙ୍କ ବାହୁରେ। ଏଥି ସହିତ ସେ ପ୍ରତ୍ୟେକ ମୁହୂର୍ତ୍ତରେ ଭିନ୍ନ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳୁଛନ୍ତି।

କରଣ ଜୋହର ବି ଆଲିଆଙ୍କ ଫାର୍ଷ୍ଟ ଲୁକ୍‌ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏଥି ସହିତ ସୋସିଆଲ ମିଡିଆରେ ଏବେ #AliaBhatt ଟ୍ରେଣ୍ଡ କରୁଛି। କହି ରଖୁଛୁ, ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବ୍ୟତୀତ ଫିଲ୍ମରେ ଅମିତାଭ ବଚ୍ଚନ, ନାଗାର୍ଜୁନ ଓ ମୌନୀ ରୟଙ୍କ ଭଳି କଳାକାର ମଧ୍ୟ ଅଭିନୟ କରିଛନ୍ତି। ଏହି ଫିଲ୍ମ ଚଳିତବର୍ଷ ସେପ୍ଟେମ୍ବର ୯ରେ ଥ୍ରୀଡି ଇଫେକ୍ଟ ସହିତ ସିନେମା ଘରେ ରିଲିଜ୍‌ ହେବ। ଫିଲ୍ମ ‘ବ୍ରହ୍ମାସ୍ତ୍ର’ ହିନ୍ଦୀ ସହ ତାମିଲ, ତେଲୁଗୁ, କନ୍ନଡ଼ ଏବଂ ମାଲୟାଲମ୍‌ ଭାଷାରେ ନିର୍ମିତ ହୋଇଛି।

 

View this post on Instagram

 

A post shared by Alia Bhatt 🤍☀️ (@aliaabhatt)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.