ଏହି ରୋଗରେ ପୀଡିତ ଆଲିଆ ଭଟ୍ଟ, ଜାଣିପାରୁ ନାହାନ୍ତି କରିବେ କଣ ?

ମୁମ୍ବାଇ : ବଲିଉଡ଼ର ସଫଳ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ସବୁବେଳେ ଖୁସିମିଜାଜରେ ଦେଖିବାକୁ ମିଳିଥାଏ। କିନ୍ତୁ ନିକଟରେ ଅଭିନେତ୍ରୀ ନିଜ ବିଷୟରେ ଏକ ଆଶ୍ଚର୍ୟ୍ୟକର ଖୁଲାସା କରିଛନ୍ତି। ସେ ଏକ ଇଣ୍ଟରଭ୍ୟୁ ସମୟରେ ମାନସିକ ରୋଗରେ ଗ୍ରସ୍ତ ଥିବା କହିଛନ୍ତି। ସେ କହିଛନ୍ତି ଗଲିବଏ ସୁଟିଂ ସମୟରେ ତାଙ୍କ ସହ ଯାହା ହେଲା ତାହା ମାନସିକ ଅଶାନ୍ତି ନୁହଁ ବରଂ ଆଉ କିଛି ରହିଥିଲା।
ଆଲିଆ କହିଛନ୍ତି, ମୁଁ ଡିପ୍ରେସନରେ ବିଲକୁଲ ରହିନାହିଁ କିନ୍ତୁ ଚିନ୍ତା ମନେ ଘେରି ରହିଛି। ଚିନ୍ତା ମୋ ପିଛା ଛାଡ଼ୁନି। ବିଗତ ୫ମାସ ହେଲା ମୋ ସହ କଣ ହେଉଛି ତାହା ମୁଁ ମଧ୍ୟ ଜାଣିପାରୁନି। ମତେ ବେଳେ ବିନା କାରଣରେ କାନ୍ଦିବାକୁ ଇଛା ହେଉଛି ତ କେତେବେଳେ ଥକାପଣ ଅନୁଭୁତ ହେଉଛି। ଏହା ମୋର ଅତ୍ୟଧିକ କାର୍ୟ୍ୟବ୍ୟସ୍ତତା ପାଇଁ ଅଥବା କିଛି ଜିନିଷ ମିଳିନପାରିବା ଚିନ୍ତା ତାହ ମୁଁ ଜାଣିପାରୁ ନାହିଁ ।
ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଆଲିଆଙ୍କ ଭଉଣୀ କଶାହିନ ଖୁବ ଦିନ ଡିପ୍ରେସନର ଶିକାର ରହିଥିଲେ। ଏହି ରୋଗଗ୍ରସ୍ତ ରହିଥିବା ସମୟର ଅଭିଜ୍ଞତାକୁ ନେଇ ସେ ଏକ ବହି ମଧ୍ୟ ଲେଖିଛନ୍ତି।
ତେବେ ଆଲିଆ ତାଙ୍କର ଏହି ଅସୁବିଧା ତଥା ରୋଗ ବିଷୟରେ ସମସ୍ତଙ୍କ ସହ କଥା ହେଉଛନ୍ତି। ଏନେଇ ସମସ୍ତେ ଏହା ଶୀଘ୍ର ଠିକ୍ ହୋଇଯିବ ବୋଲି କହିଛନ୍ତି। ଫିଲ୍ମ ବିଷୟରେ କହିବାକୁ ଗଲେ ନିକଟରେ ଆଲିଆଙ୍କର ଗଲିବଏ ରିଲିଜ୍ ହେଇଥିବା ବେଳେ ଆଗକୁ ଫ୍ଳୋରକୁ ଆସୁଛି କଳଙ୍କ।